ଡ୍ରାଇଭିଂ ଲାଇସେନ୍ସ ତିଆରି ପାଇଁ ସରକାର ବଦଳାଇଲେ ନିୟମ, ଏଣିକି ଆପଣଙ୍କୁ କାଟିବାକୁ ପଡ଼ିବନି RTO ର ଚକ୍କର

Driving Licence New Rules 2022: ଡ୍ରାଇଭିଂ ଲାଇସେନ୍ସ (DL) ପାଇବାକୁ ବର୍ତ୍ତମାନ ଆପଣଙ୍କୁ ଆରଟିଓରେ ଟେଷ୍ଟ ଦେବାକୁ ଅପେକ୍ଷା କରିବାକୁ ପଡିବ ନାହିଁ ।

ଜୀ ଓଡ଼ିଶା ଡେସ୍କ Tue, 10 May 2022-9:56 am,
1/10

ନୂଆଦିଲ୍ଲୀ: Driving Licence New Rules 2022: ଯଦି ଆପଣ ମଧ୍ୟ ଆପଣଙ୍କର ଡ୍ରାଇଭିଂ ଲାଇସେନ୍ସ (Driving Licenc) ତିଆରି କିମ୍ବା ରିନ୍ୟୁ କରିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ । ଡ୍ରାଇଭିଂ ଲାଇସେନ୍ସ (DL) ତିଆରି କରିବାର ନିୟମକୁ କେନ୍ଦ୍ର ସରକାର (Central Government) ପରିବର୍ତ୍ତନ କରିଛନ୍ତି । ନୂଆ ନିୟମ ସାଧାରଣ ଜନତାଙ୍କୁ ମିଳିବା ନିଶ୍ଚିତ । ଏହି ନିୟମାବଳୀ କାର୍ଯ୍ୟକାରୀ ହେବା ପରେ ଆପଣଙ୍କୁ ଡ୍ରାଇଭିଂ ଲାଇସେନ୍ସ (DL) ପାଇବାକୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO) ର ଚକ୍କର କାଟିବାକୁ ପଡିବ ନାହିଁ । କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଡ୍ରାଇଭିଂ ଲାଇସେନ୍ସର ନୂଆ ନିୟମ ପୂର୍ବ ଅପେକ୍ଷା ବହୁତ ସହଜ ଅଟେ ।

2/10

ଜୁଲାଇ ୧ରୁ ଲାଗୁ ହେବ ନୂଆ ନିୟମ

ଡ୍ରାଇଭିଂ ଲାଇସେନ୍ସ ତିଆରି ପାଇଁ ସଂଶୋଧିତ ନିୟମ ଅନୁଯାୟୀ, ବର୍ତ୍ତମାନ ଆପଣଙ୍କୁ ଆରଟିଓ ଯାଇ କରି କୌଣସି ପ୍ରକାରର ଡ୍ରାଇଭିଂ ପରୀକ୍ଷା ଦେବାକୁ ପଡିବ ନାହିଁ । କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ (Ministry Of Road Transport And Highway) ଦ୍ୱାରା ଜୁଲାଇ ୧, ୨୦୨୨ରୁ ଏହି ନୂତନ ନିୟମ ଲାଗୁ ହେବ । ନୂତନ ନିୟମ ଲାଗୁ ହେବା ପରେ ଡ୍ରାଇଭିଂ ଲାଇସେନ୍ସ ପାଇବା ପାଇଁ ୱେଟିଂ ଲିଷ୍ଟର ଅପେକ୍ଷା କରୁଥିବା କୋଟି କୋଟି ଲୋକଙ୍କୁ ଆଶ୍ୱସ୍ତି ମିଳିବ ।

3/10

ସାର୍ଟିଫିକେଟ୍ ଆଧାରରେ ପ୍ରସ୍ତୁତ କରାଯିବ ଡ୍ରାଇଭିଂ ଲାଇସେନ୍ସ

ଡ୍ରାଇଭିଂ ଲାଇସେନ୍ସ (DL) ପାଇବାକୁ ବର୍ତ୍ତମାନ ଆପଣଙ୍କୁ ଆରଟିଓରେ ଟେଷ୍ଟ ଦେବାକୁ ଅପେକ୍ଷା କରିବାକୁ ପଡିବ ନାହିଁ । ଆପଣ ଯେକୌଣସି ସ୍ୱୀକୃତିପ୍ରାପ୍ତ ଡ୍ରାଇଭିଂ ଟ୍ରେନିଂ ସ୍କୁଲରେ DL ପାଇଁ ପଞ୍ଜୀକୃତ କରିପାରିବେ । ଏଠାରୁ ଟ୍ରେନିଂ ନେବା ପରେ ଆପଣଙ୍କୁ ସେଠାରୁ ପରୀକ୍ଷା ଦେବାକୁ ପଡିବ । ଯେଉଁମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ ସେମାନଙ୍କୁ ସ୍କୁଲ ଏକ ପ୍ରମାଣପତ୍ର ପ୍ରଦାନ କରିବ । ଏହି ସାର୍ଟିଫିକେଟ୍ ଆଧାରରେ ଆଆପଣଙ୍କର DL ତିଆରି ହେବ ।

4/10

ଉଭୟ ଥିଓରୀ ଓ ପ୍ର୍ୟାକ୍ଟିକାଲ ଜରୁରୀ

ଡ୍ରାଇଭିଂ ଲାଇସେନ୍ସ (DL) ପାଇଁ ମନ୍ତ୍ରଣାଳୟ ତରଫରୁ ଶିକ୍ଷାଦାନ ପାଠ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ଏହାକୁ ଦୁଇଟି ଭାଗରେ ବିଭକ୍ତ କରାଯାଇଛି ଯଥା-ଥିଓରୀ ଓ ପ୍ର୍ୟାକ୍ଟିକାଲ । ହାଲୁକା ମୋଟର ଯାନ (LMV) ପାଇଁ ପାଠ୍ୟକ୍ରମର ଅବଧି ଚାରି ସପ୍ତାହ, ଯାହା ୨୯ ଘଣ୍ଟା ଚାଲିବ । ପ୍ର୍ୟାକ୍ଟିକାଲ ପାଇଁ ଆପଣଙ୍କୁ ସଡ଼କ, ରାଜପଥ, ସହର ସଡକ, ଗାଁ ରାସ୍ତା, ରିଭର୍ସିଂ ଏବଂ ପାର୍କିଂ ଇତ୍ୟାଦି ପାଇଁ ୨୧ ଘଣ୍ଟା ଦେବାକୁ ପଡିବ । ଅବଶିଷ୍ଟ ୮ ଘଣ୍ଟା ପାଇଁ ଆପଣଙ୍କୁ ଥିଓରୀ ଶିକ୍ଷା ଦିଆଯିବ ।

ଏହା ବି ପଢ଼ନ୍ତୁ:-ଖୁବ୍ ଶୀଘ୍ର ପୃଥିବୀ ମାନଚିତ୍ରରୁ ଗାଏବ ହୋଇଯିବ ଏସବୁ ସ୍ଥାନ!

ଏହା ବି ପଢ଼ନ୍ତୁ:-ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କଲେ ଆତ୍ମସମର୍ପଣ!

ଏହା ବି ପଢ଼ନ୍ତୁ:-ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ରେକର୍ଡ ହ୍ରାସ, କଂଗ୍ରେସ କହିଲା-ICU ରେ ଟଙ୍କା

5/10

ତାଲିମ କେନ୍ଦ୍ର ପାଇଁ ନିର୍ଦ୍ଦେଶାବଳୀ

ତାଲିମ କେନ୍ଦ୍ର ସମ୍ବନ୍ଧରେ ସଡ଼କ ଓ ପରିବହନ ମନ୍ତ୍ରଣାଳୟର କିଛି ନିର୍ଦ୍ଦେଶାବଳୀ ଏବଂ ସର୍ତ୍ତ ମଧ୍ୟ ଅଛି । ଯେଉଁଥିରେ ପ୍ରଶିକ୍ଷଣ କେନ୍ଦ୍ରର କ୍ଷେତ୍ରଫଳଠାରୁ ଆରମ୍ଭ କରି ପ୍ରଶିକ୍ଷକଙ୍କ ଶିକ୍ଷା ପର୍ଯ୍ୟନ୍ତ ସାମିଲ ରହିଛି । ଚାଲନ୍ତୁ ଏହା ବିଷୟରେ ଜାଣିବା...

6/10

୧. ପ୍ରାଧିକୃତ ଏଜେନ୍ସି ନିଶ୍ଚିତ କରିବ ଯେ ଦୁଇ ଚକିଆ ଯାନ, ତିନି ଚକିଆ ଯାନ ଏବଂ ହାଲୁକା ମୋଟର ଯାନ ପାଇଁ ଅତି କମରେ ଏକ ଏକର ଜମି ଅଛି, ମଧ୍ୟମ ଏବଂ ଭାରୀ ଯାତ୍ରୀବାହୀ ଯାନ କିମ୍ବା ଟ୍ରେଲର ପାଇଁ ଦୁଇ ଏକର ଆବଶ୍ୟକ ହେବ ।

7/10

୨. ପ୍ରଶିକ୍ଷକ ଅତିକମରେ ଦ୍ୱାଦଶ ଶ୍ରେଣୀ ପାସ୍ ହେବା ଉଚିତ ଓ ଅତି କମରେ ପାଞ୍ଚ ବର୍ଷର ଡ୍ରାଇଭିଂ ଅଭିଜ୍ଞତା ଥିବା ଆବଶ୍ୟକ, ଟ୍ରାଫିକ୍ ନିୟମକୁ ଭଲଭାବେ ଜାଣିବା ଉଚିତ୍ ।

8/10

୩. ଏହି ଡ୍ରାଇଭିଂ ସେଣ୍ଟରଗୁଡ଼ିକର ସିଲାବସ୍ ୨ ଭାଗରେ ବିଭକ୍ତ ହେବା ଆବଶ୍ୟକ । ଥ୍ୟୋରୀ ଓ ପ୍ର୍ୟାଟିକାଲ ରହିବ ।

9/10

୪. ତାଲିମ କେନ୍ଦ୍ରରେ ବାୟୋମେଟ୍ରିକ୍ ସିଷ୍ଟମ୍ ରହିବା ଆବଶ୍ୟକ ।

10/10

୫. ମଧ୍ୟମ ଓ ଭାରୀ ଯାନ ମୋଟର ଯାନ ପାଇଁ ୬ ସପ୍ତାହ ମଧ୍ୟରେ ୩୮ ଘଣ୍ଟାର ପାଠ୍ୟକ୍ରମର ଅବଧି ରହିଛି । ଏଥିରେ ୮ ଘଣ୍ଟା ଥିଓରୀ କ୍ଲାସ୍ ଓ ଅବଶିଷ୍ଟ ୩୦ ଘଣ୍ଟା ପ୍ର୍ୟାକ୍ଟିକାଲ ହେବ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link