Monday Lucky Rashi: ସପ୍ତାହର ପ୍ରଥମ ଦିନରେ ବର୍ଷିବ ମହାଦେବଙ୍କ କୃପା, ୬ରାଶି ଭାଗ୍ୟବାନ୍

Monday Lucky Rashi: ଅକ୍ଟୋବର ୧୪ ତାରିଖ ସୋମବାର ବୁଦ୍ଧାଦିତ୍ୟ ରାଜଯୋଗର ପ୍ରଭାବ ରହିବ। ବାସ୍ତବରେ ତୁଳାରେ ସୂର୍ଯ୍ୟ ଓ ବୁଧଙ୍କ ମିଶ୍ରଣ ହେତୁ ବୁଦ୍ଧାଦିତ୍ୟ ରାଜଯୋଗ ସୃଷ୍ଟି ହୋଇଛି। ବୁଦ୍ଧାଦିତ୍ୟ ରାଜଯୋଗର ପ୍ରଭାବରେ ଅନେକ ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ଅନୁକୂଳ ରହିବ। ବୁଦ୍ଧାଦିତ୍ୟ ରାଜଯୋଗର ପ୍ରଭାବ ଏହି ରାଶିମାନଙ୍କ ଉପରେ ଅଧିକ ଦେଖାଯାଏ । ଆଜି ଆପଣଙ୍କ ଭାଗ୍ୟ ଆପଣଙ୍କୁ କ୍ୟାରିୟର, ପାରିବାରିକ ପ୍ରସଙ୍ଗ, ଆର୍ଥିକ ପ୍ରସଙ୍ଗରେ ପୂର୍ଣ୍ଣ ସହଯୋଗ କରିବ। ଆସନ୍ତୁ ଜାଣିବା ସପ୍ତାହର ପ୍ରଥମଦିନ ଅର୍ଥାତ୍ ସୋମବାର କେଉଁ ରାଶି ପାଇଁ ଅନୁକୂଳ ହେବାକୁ ଯାଉଛି।

Rashmita Sahoo Sun, 13 Oct 2024-8:59 pm,
1/6

ମିଥୁନ ରାଶିର ବ୍ୟକ୍ତିମାନେ ଅନ୍ୟର ଅଭିଜ୍ଞତାର ଫାଇଦା ଉଠାଇ ନିଷ୍ପତ୍ତି ନେବାକୁ ପସନ୍ଦ କରିବେ। ନିଜ କଠିନ ପରିଶ୍ରମ ଉପରେ ଧ୍ୟାନ ଦିଅନ୍ତୁ ଏବଂ ସଠିକ୍ ସୁଯୋଗର ଫାଇଦା ଉଠାଇ ଭାଗ୍ୟ ସମ୍ପୂର୍ଣ୍ଣ ଭାବେ ଆପଣଙ୍କ ସାଥିରେ ରହିଛି। ଧନ ସମୃଦ୍ଧି ବୃଦ୍ଧି ପାଇବ। ଆପଣଙ୍କ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଯୋଗୁଁ ଅନେକ କାର୍ଯ୍ୟ ସହଜରେ ସମ୍ପନ୍ନ ହେବ।

2/6

କର୍କଟ ରାଶିର ବ୍ୟକ୍ତିମାନେ ଗବେଷଣା ଓ ଅଧ୍ୟୟନ ଉପରେ ଅଧିକ ଧ୍ୟାନ ଦେବେ। ନିଜ ବିଷୟରେ କହିବାକୁ ପସନ୍ଦ କରନ୍ତୁ ନାହିଁ । ନିଜ କାମ ସହ ଜଡିତ ଜିନିଷକୁ ଗୋପନୀୟ ରଖିବାକୁ ଚେଷ୍ଟା କରିବେ । ଚାଟାର୍ଡ ଆକାଉଣ୍ଟାଣ୍ଟ, ଟିକସ ପରାମର୍ଶଦାତା, ଡାକ୍ତରଙ୍କ ବୃତ୍ତି ସହ ଜଡ଼ିତ ବ୍ୟକ୍ତିମାନେ ଉପକୃତ ହେବେ।

3/6

ତୁଳା ରାଶିର ଲୋକଙ୍କ ପାଇଁ ସୋମବାର ସ୍ଥାନ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ଏକ ପୁରୁଣା ଯୋଜନା ଯାହାର କାମ ଅଟକି ରହିଥିଲା, ସୋମବାର ପୁଣି ଥରେ ଧନର ଆଗମନ ହୋଇପାରେ। ଷ୍ଟକ ବଜାରରେ ଟଙ୍କା ନିବେଶ କଲେ ଲାଭ ମିଳିବ। ବନ୍ଧୁଙ୍କ ସହଯୋଗରେ ଅନେକ ଅଧୁରା କାମ ପୂରା କରିବାରେ ସକ୍ଷମ ହେବେ।

4/6

ଧନୁ ରାଶିର ବ୍ୟକ୍ତିଙ୍କୁ ଅଧୁରା କାମ ପୂରା କରିବା ପାଇଁ  ସୋମବାର କିଛି ସ୍ଥାନ ଭ୍ରମଣ କରିବାକୁ ପଡିପାରେ । ସୋମବାର ଆପଣ ଅନେକ ସାମାଜିକ କାର୍ଯ୍ୟରେ ସାମିଲ ହୋଇପାରନ୍ତି। ଯାହା କି ଆପଣଙ୍କୁ ସମାଜରେ ଏକ ପରିଚୟ ପ୍ରଦାନ କରିବ ।

5/6

ମହାଦେବଙ୍କ କୃପାରୁ ମକର ରାଶିର ଲୋକଙ୍କ ବାଣୀ ପୂର୍ବଅପେକ୍ଷା ମଧୁର ହେବାକୁ ଯାଉଛି। ଲୋକମାନେ ଆପଣଙ୍କ ବିଚକ୍ଷଣ କଥାରେ ପ୍ରଭାବିତ ହେବେ। ଧନ ସମ୍ବନ୍ଧୀୟ ମାମଲାରେ ଦିନଟି ବହୁତ ଭଲ। ଏହାସହ ସୋମବାର ଆପଣଙ୍କ କାମ ର ପ୍ରସାର ହେବ । ଆପଣଙ୍କ ପୁରୁଣା ପରିଶ୍ରମର ଶ୍ରେଷ୍ଠ ଫଳ ଆଜି ମିଳିବ।

6/6

ମୀନ ରାଶିର ଲୋକମାନେ ସୋମବାର ଶାରୀରିକ ଭାବେ ଅସୁସ୍ଥ ଅନୁଭବ କରିବେ। ଯେଉଁଥିପାଇଁ ଆତ୍ମବିଶ୍ୱାସର ଅଭାବ ରହିବ । ନିଜ କାମରେ ଅଧିକ ଧ୍ୟାନ ଦେଇପାରିବେ ନାହିଁ। ବୈଦେଶିକ କାର୍ଯ୍ୟ ସମ୍ବନ୍ଧୀୟ କାର୍ଯ୍ୟରେ କିଛି ବାଧା ସୃଷ୍ଟି ହୋଇପାରେ। ହେଲେ ଅନେକ ଭିନ୍ନ ଉତ୍ସରୁ ଧନ ପ୍ରାପ୍ତିର ଯୋଗ ରହିଛି। ମହାଦେବଙ୍କୁ ଜଳାଭିଷେକ କରନ୍ତୁ ମନ ପ୍ରସନ୍ନ ରହିବ।        (Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link