Advertisement
photoDetails0hindi

Navjot Singh Sidhu Wife: କ୍ୟାନସର ସର୍ଜରୀ ପରେ କେମିତି ଦେଖା ଯାଉଛନ୍ତି ନବଜୋତ ସିନ୍ଧୁଙ୍କ ପତ୍ନୀ, ଦେଖନ୍ତୁ ଫଟୋ

Navjot Singh Sidhu Wife: ନବଜୋତ ସିନ୍ଧୁଙ୍କ ପତ୍ନୀ ନବଜୋତ କୌରଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ନିକଟରେ ଏକ ଖବର ସାମ୍ନାକୁ ଆସିଥିଲା । ଯେଉଁଥିରେ ସେ କର୍କଟ ଯୁଦ୍ଧରେ ବିଜୟୀ ହୋଇଥିବା ଜଣାପଡ଼ିଛି । ତେବେ ଆସନ୍ତୁ ଜାଣିବା ବର୍ତ୍ତମାନ କିପରି ଦେଖାଯାଉଛନ୍ତି ନବଜୋତ କୌର ।

1/5

ନିକଟରେ ନବଜୋତ କୌରଙ୍କ ଦ୍ବିତୀୟ ଅସ୍ତ୍ରୋପଚାର କରାଯାଇଥିଲା ଯାହା ପରେ ସେ ରିକଭରୀ ମୋଡ଼କୁ ଆସିଛନ୍ତି ।

2/5

ଅସ୍ତ୍ରୋପଚାର ପରେ ତାଙ୍କର ଏକ ଫଟୋ ସାମ୍ନାକୁ ଆସିଛି । ସାମ୍ନାକୁ ଆସିଥିବା ଏହି ଫଟୋରେ କର୍କଟ ରୋଗ ସହ ଲଢୁଥିବା ନବଜୋତ କୌର ପ୍ରଥମ ଥର ଚାଲୁଥିବା ନଜର ଆସିଛନ୍ତି ।

3/5

ଏହି ଫଟୋରେ ସେ ସ୍ବାମୀ ନବଜୋତଙ୍କ ହାତ ଧରି ହସ୍ପିଟାଲ କ୍ୟାବିନ୍ ରୁ ବାହାରୁକୁ ଆସୁଥିବା ଦେଖିବାକୁ ମିଳିଛି ।

4/5

ଏହି ଫଟୋକୁ ସିଦ୍ଧୁ ନିଜ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ‘ଶେଷରେ ନବଜୋତ ତାଙ୍କ ପାଦରେ ଠିଆ ହୋଇଛନ୍ତି  । ଡ଼ାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି । ଏକ ମାସ ରିକଭରି ପିରିୟଡ଼ ଓ ୨୫ ରେଡ଼ିଏସନ ସେସନ୍ ପରେ ମୋତେ ନୂଆ ଜୀବନ ଦେଇଥିବାରୁ ଡକ୍ଟର ରୁପିନ୍ଦର କୌର ଓ ତାଙ୍କ କର୍ମଚାରୀମାନଙ୍କୁ ଅନେକ ଧନ୍ୟବାଦ’ । 

5/5

ସୂଚନା ଥାଉ କି, ଏପ୍ରିଲ ୨୦୨୩ ପରଠାରୁ ନବଜାତ କୌର ସ୍ତନ କର୍କଟରେ ପୀଡ଼ିତ ଥିଲେ । ନିକଟରେ ତାଙ୍କର ଦ୍ବିତୀୟ ଅସ୍ତ୍ରୋପଚାର କରାଯାଇଥିଲା । ଏହି ଅପରେସନ୍ ହରିୟାଣାର ଯମୁନାନଗର ଜିଲ୍ଲାର ଏକ ଡ଼ାକ୍ତରଖାନାରେ ହୋଇଥିଲା ।