Advertisement
Photo Details/zeeodisha/odisha1772994
photoDetails0hindi

Sarathi Son Wedding: ଏତିକି ଲକ୍ଷର ହାର ପିନ୍ଧିଥିଲେ ସାରଥୀଙ୍କ ବୋହୂ

Sarathi Son Wedding: ପୁଣି ଚର୍ଚ୍ଚାରେ ବାବା ସାରଥୀଙ୍କ ପୁଅ ସତ୍ୟମ୍ (Sarathi Son Satyam)। ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ସାରଥୀଙ୍କ ପୁଅ ସତ୍ୟମ୍ (Satyam Wedding)। ଶନିବାର ଦିନ ବିଳମ୍ବିତ ରାତିରେ ତାଙ୍କ ବିବାହ ବେଶ ଧୁମଧାମରେ ହୋଇଛି ।

1/5

ସାରଥୀଙ୍କ ପୁଅ ସତ୍ୟମ୍ ର ବାହାଘରକୁ ନେଇ ଯେତିକି ଚର୍ଚ୍ଚା ହେଉ ନଥିଲା ତାଙ୍କ ବୋହୂ ପିନ୍ଧିଥିବା ହାରକୁ ନେଇ ଅଧିକ ଚର୍ଚ୍ଚା ହେଉଥିଲା। 

 

2/5

ସାରଥୀଙ୍କ ବୋହୂ ବେକରେ ଥିଲା ୯୦ ଲକ୍ଷ ଟଙ୍କାର ହୀରା ହାର । ସତ୍ୟମଙ୍କ ବାହାଘରରେ ସାରଥୀ ସାମିଲ ହୋଇ ନଥିଲେ ମଧ୍ୟ ବନ୍ଧୁ,ପରିଜନ ସମସ୍ତେ ସାମିଲ ହୋଇଥିଲେ। ସତ୍ୟମ ନିଜ ବନ୍ଧୁ, ପରିଜନଙ୍କ ସହ ବିରାଟ ପଟୁଆରରେ ଆସି କନ୍ୟା ଘର ନିକଟରେ ପହଞ୍ଚି ଥିଲେ। ରାସ୍ତାରେ କିଛି ଲୋକ ସତ୍ୟମଙ୍କ (Satyam Raul) ସହ ସେଲ୍‌ଫି ଉଠାଉଥିବା ମଧ୍ୟ ଦେଖିବାକୁ ମିଳିଥିଲା।  

3/5

ସାରଥୀ ଜେଲରୁ ମୁକୁଳିବାର ୩ ବର୍ଷ ହୋଇଗଲାଣି । ହେଲେ ବର୍ତ୍ତମାନ ଯାଏଁ କୌଣସି ସର୍ବସାଧାରଣ ସ୍ଥାନରେ ସେ ନଜର ଆସିନାହାନ୍ତି । କିନ୍ତୁ ଅନୁଗାମୀଙ୍କ ଜରିଆରେ ନିଜର ପ୍ରଚାର ପ୍ରସାର କରାଇ ପୁଣିଥରେ ନିଜ ଧର୍ମ ବେଉସା ମେଲିବାକୁ ଯୋଜନା କରୁଥିବା ଚର୍ଚ୍ଚା ଜୋର ଧରିଛି ।

4/5

ସାରଥୀ ବାବା ଓରଫ ସନ୍ତୋଷ ରାଉଳ (santosh Raul) ।  କେନ୍ଦ୍ରପଡା ବାବା ସାରଥୀ ବେଶ ଲୋକ ପ୍ରିୟ ଥିଲେ । ବାବାଙ୍କ କୁହାଳିଆ ପ୍ରବଚନ ଲକ୍ଷ ଲକ୍ଷ ଭକ୍ତଙ୍କୁ କରିଥିଲା କେନ୍ଦ୍ରାପଡା ମୁହାଁ । ବାବାଙ୍କ ହାତରୁ ବିଭୂତି ଆଉ ପାଦରେ ଝରୁଥିଲା ମହୁ । ଆଉ ସିମେଣ୍ଟ ଗାଈରୁ କ୍ଷୀର । ଯାହା ବର୍ଷ କେଇଟାରେ ସନ୍ତୋଷ ରାଉଳଙ୍କୁ ଭଗବାନ କରିଦେଲା । ବାରିମୂଳ ଆଶ୍ରମରେ ପ୍ରତି ଗୁରୁବାର ଚାଲିଲା ବାବାଙ୍କ ପ୍ରବଚନ । ବଡ ବଡ ନେତା ଅଭିନେତା ଓ ଅଧିକାରୀ ବି ବାବାଙ୍କ ଶରଣ ପସିଥିଲେ । ସବୁ ଠିକ ଠାକ ଚାଲିଥିଲା ।

5/5

ହଠାତ ଦିନେ ବାବାଙ୍କର ହାଇଦ୍ରାବାଦ ଗୋଲକୁଣ୍ଡା ହୋଟେଲର ବାବାଙ୍କ ରୋମାନ୍ସ ଭରା ଫଟୋ ଗଣମାଧ୍ୟମରେ ପ୍ରକାଶ ପାଇବା ପେରେ ସବୁ କିଛି ଓଲଟ ପାଲଟ ହୋଇଗଲା । ସାରଥୀ ବାବାଙ୍କ ବାସ୍ତବ କାହାଣୀ ପଦାକୁ ଆସିଲା । ୨୦୧୫ ଅଗଷ୍ଟ ୭ ତାରିଖରେ ଜଣେ ଯୁବତୀ ଥାନାରେ ଅଭିଯୋଗ କଲା ପରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଇଥିଲେ ରାଜ୍ୟ ସରକାର । ତା ପରେ ଅଗଷ୍ଟ ୮ ରାତିରେ ପୋଲିସ ଆଶ୍ରମରୁ ଉଠାଇ ଆଣି ଆରମ୍ଭ କଲା ତଦନ୍ତ । ଅର୍ଥ ନୈତିକ ତଦନ୍ତ ପରେ ଖୋଲିଲା ବାବା ସାରଥୀଙ୍କର କଳା ସାମ୍ରାଜ୍ୟର କାହାଣୀ । ବାବାଙ୍କ ପୁତ୍ର ସତ୍ୟମଙ୍କୁ ବି  ଗିରଫ କରିଥିଲା । ଏବଂ ପରେ ଆଶ୍ରମକୁ ସିଲ କରି ଦିଆଯାଇଥିଲା ।