Advertisement
Photo Details/zeeodisha/odisha1622345
photoDetails0hindi

ମହିଳାମାନେ ବ୍ୟବହାର କରୁଥିବା ଏହିସବୁ ସାମଗ୍ରୀ ପୁରୁଷମାନଙ୍କ ପାଇଁ ହୋଇଥିଲା ଉଦ୍ଭାବନ! ଜାଣନ୍ତୁ କ'ଣ ସେହି ସବୁ ଜିନିଷ?

Weird Things: ଆଜି ଆମେ ଏମିତି କେତେକ ଜିନିଷ ବିଷୟରେ ଆଲୋଚନା କରିବା ଯାହା ପୁରୁଷମାନଙ୍କ ପାଇଁ ଆବିଷ୍କାର କରାଯାଇଥିଲା କିନ୍ତୁ ବର୍ତ୍ତମାନ ମହିଳାମାନେ ଏହାକୁ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି ସେହିପରି ଏପରି ଅନେକ ଜିନିଷ ଅଛି ଯାହା ମହିଳ ମାନଙ୍କ ପାଇଁ ତିଆରି କରାଯାଇଥିଲା କିନ୍ତୁ ପୁରୁଷମାନେ ଏହାକୁ ବ୍ୟବହାର କରନ୍ତି । ପ୍ରତିଦିନ ଏପରି ଅନେକ ଜିନିଷ କାରଖାନାରେ ତିଆରି ହୋଇଥାଏ ଯାହା ମଣିଷଙ୍କ ଜୀବନକୁ ସହଜ କରିଥାଏ । ଏହି ଦ୍ରବ୍ୟଗୁଡି଼କ ପାଇଁ କମ୍ପାନୀ ଗ୍ରାହକ ଚୟନ କରନ୍ତି, ଯାହା ବୟସ, ଲିଙ୍ଗ ଓ ସ୍ଥାନ ଅନୁଯାୟୀ ବିଭକ୍ତ କରାଯାଇପାରେ । ଉଭୟ ମହିଳା ଓ ପୁରୁଷଙ୍କ ବ୍ୟବହାର ପାଇଁ ଭିନ୍ନ ଭିନ୍ନ ସାମଗ୍ରୀ ତିଆରି କରାଯାଇଥାଏ, କିନ୍ତୁ ଆପଣ ହୁଏତ ଗୋଟିଏ ଜିନିଷ ଜାଣି ନଥିବେ ଯେ କିଛି ସାମଗ୍ରୀ ପୁରୁଷମାନଙ୍କ ପାଇଁ ତିଆରି କରାଯାଇଥିଲା, ଯାହା ମହିଳାମାନେ ବ୍ୟବହାର କରିବା ଆରମ୍ଭ କରିଥିଲେ, ସେମିତି କିଛି ସାମଗ୍ରୀ ପୁରୁଷମାନଙ୍କ ପାଇଁ ତିଆରି କରାଯାଇଥିବା ବେଳେ ସେଗୁଡ଼ିକ କିନ୍ତୁ ମହିଳାମାନେ ବ୍ୟବହାର କରିବା ଆରମ୍ଭ କରିଥିଲେ । ଆସନ୍ତୁ ଆଜି ଏପରି ୫ଟା ସାମଗ୍ରୀ ଉପରେ ଆଲେଚନା କରିବା ।

1/6

ଷ୍ଟକିଙ୍ଗ(Stockings) -ଆପଣ ଦେଖିଥିବେ ମହିଳାମାନେ ଡ୍ରେସ୍ ତଳେ ଷ୍ଟକିଙ୍ଗ ବା ଲେଗିଙ୍ଗ୍ ପିନ୍ଧିଥାଆନ୍ତି । କିନ୍ତୁ ଆପଣ ଜାଣନ୍ତି କି ଏହା ମହିଳାମାନଙ୍କ ପାଇଁ ନୁହେଁ ବରଂ ପୁରୁଷମାନଙ୍କ ପାଇଁ ଉଦ୍ଭାବିତ ହୋଇଥିଲା । ଏକ ୱେବସାଇଟର ରିପୋର୍ଟ ଅନୁଯାୟୀ ପୁରୁଷମାନେ ୯ମ ଶତାବ୍ଦୀ ପର୍ଯ୍ୟନ୍ତ ଷ୍ଟକିଙ୍ଗ ପିନ୍ଧୁଥିଲେ। ଧନୀ ବ୍ୟକ୍ତିମାନେ ପ୍ରାୟତଃ ଏହି ପୋଷାକ ପିନ୍ଧିଥିବାର ଦେଖାଯାଇଥିଲା । ପରେ ଅଷ୍ଟାଦଶ ଶତାବ୍ଦୀରୁ ଏହାକୁ ମହିଳା ମାନେ ପିନ୍ଧିବା ଆରମ୍ଭ କରିଥିଲେ ।

2/6

ମେକଅପ୍ ବ୍ରଶ(Makeup brush)- ଆଜିର ସମୟରେ ମହିଳାମାନଙ୍କ ପାଇଁ ମେକ୍ଅପ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପାର୍ଟି ହେଉ କିମ୍ବା ପର୍ବ, ମହିଳାମାନେ ବିନା ମେକଅପ୍ କୌଣସି କାର୍ଯ୍ୟକୁ ଯାଆନ୍ତି ନାହିଁ । କିନ୍ତୁ ପୁରାତନ କାଳରେ ପୁରୁଷମାନଙ୍କ ପାଇଁ ମଧ୍ଯ ମେକଅପ୍ ଗୁରୁତ୍ୱପୂର୍ଣ୍ଣ ଥିଲା । ପ୍ରାଚୀନ ଇଜିପ୍ଟରେ ପୁରୁଷମାନେ ମଧ୍ୟ ଧନୀ ଦେଖାଯିବା ପାଇଁ ସେମାନଙ୍କ ଆଖିରେ ମୋଟା ଆଇଲାଇନ୍, ଲିପଷ୍ଟିକ୍ ଲଗାଉଥିଲେ । ରୋମାନ୍ ପୁରୁଷମାନେ ଏହି ମେକଅପ ବ୍ରଶରେ ସେମାନଙ୍କ ଗାଲକୁ ଲାଲ୍ କରୁଥିଲେ ।

3/6

ହାତ ଘଣ୍ଟା(Watch)- ଘଣ୍ଟାକୁ ଆଜିର ସମୟରେ ଉଭୟ ପୁରୁଷ ଓ ମହିଳା ମାନେ ହାତଘଣ୍ଟା ପିନ୍ଧୁଥିବାର ଦେଖିବାକୁ ମିଳିଥାଏ । କିନ୍ତୁ ଆପଣ ଜାଣନ୍ତି କି, ହାତ ଘଣ୍ଟା କେବଳ ମହିଳାମାନଙ୍କ ପାଇଁ ତିଆରି କରାଯାଇଥିଲା । ପ୍ରଥମ ବିଶ୍ୱଯୁଦ୍ଧ ପର୍ଯ୍ୟନ୍ତ, ହାତ ଘଣ୍ଟାକୁ ମହିଳା ଅଳଙ୍କାର ଭାବେ ବିବେଚନା କରାଯାଉଥିଲା । ପୁରୁଷମାନେ ଏହାକୁ ନ ପିନ୍ଧି କେବଳ ପକେଟରେ ରଖୁଥିଲେ । କିନ୍ତୁ ଯୁଦ୍ଧ ସମୟରେ ଯେତେବେଳେ ଖରାପ ରାସ୍ତାରେ ଚାଲିବାକୁ ପଡୁଥିବାରୁ ପକେଟରୁ ଘଣ୍ଟା ଖସିଯିବାର ଭୟ ଥିଲା । ଏହି କାରଣରୁ ପୁରୁଷମାନେ ମଧ୍ଯ ଘଣ୍ଟା ଗୁଡ଼ିକ ହାତରେ ପିନ୍ଧିବା ହେବା ଆରମ୍ଭ କରିଥିଲେ ।

4/6

କ୍ରପ ଟପ(Crop top)- ଆଜିକାଲିର ଯୁବତୀଙ୍କୁ ବିଭିନ୍ନ ଫ୍ୟାସନେବୁଲ ଡ୍ରେସ ପିନ୍ଧୁଥିବାର ଦେଖିବାକୁ ମିଳିଥାଏ । ବଡ଼ ସହରରୁ ଆରମ୍ଭ କରି ଛୋଟ ସହରରେ ଏବେ କ୍ରପ ଟପର ଚାହିଦା ଦେଖିବାକୁ ମିଳିଛି । କିନ୍ତୁ ଏହି ପୋଷାକ ପୁରୁଷମାନଙ୍କ ପାଇଁ ତିଆରି କରାଯାଇଥିଲା । ଆମେରିକୀୟ ଫୁଟବଲ ଖେଳାଳୀମାନେ ଏହିପରି କ୍ରପ ଟପ୍ ପିନ୍ଧୁଥିଲେ ଓ ୮୦-୯୦ ଦଶକରେ ଏହାକୁ ପୁରୁଷମାନଙ୍କର ସ୍ୱତନ୍ତ୍ର ପୋଷାକ ଭାବେ ବିବେଚନା କରାଯାଉଥିଲା । କିନ୍ତୁ ୯୦ ଦଶକର ଶେଷ ବେଳକୁ ପୁରୁଷମାନେ ପେଟକୁ ପସନ୍ଦ କରିନଥିଲେ ଯାହା ଫଳରେ ଏହା ଧୀରେ ଧୀରେ ମହିଳାଙ୍କ ଫ୍ୟାଶନ୍ ପାଲଟିଗଲା ।

5/6

ଫୋର୍ଡ ମୁସ୍ତାଙ୍ଗ କାର(Ford Mustang Car)- ପୁରୁଷମାନେ ଫୋର୍ଡ଼ ମୁସ୍ତାଙ୍ଗ କାରକୁ ପୁରୁଷମାନେ ବେଶ ପସନ୍ଦ କରିଥାଆନ୍ତି ଏହା ସେମାନଙ୍କର ସ୍ୱପ୍ନର କାର ଅଟେ । କିନ୍ତୁ ୬୦ ଦଶକରେ ଯେତେବେଳେ ପ୍ରଥମ ଥର ମୁସ୍ତାଙ୍ଗ କାର ଲଞ୍ଚ କରାଯାଇଥିଲା ସେତେବେଳେ ଏହାକୁ ମହିଳାଙ୍କ କାର ଭାବରେ ମାର୍କେଟିଙ୍ଗ କରାଯାଇଥିଲା । ଏହାର ଟ୍ରଙ୍କ୍ ଅଧିକ ସାମଗ୍ରୀ ରଖାଯାଇପାରୁଥିଲା , ତେଣୁ ଏହାକୁ ଦୋକାନ ବଜାରର ‘ସ୍ବଇଟହାର୍ଟ’ କୁହାଯାଉଥିଲା ।

6/6

ଥଙ୍ଗ ଯଥା ଜି-ଷ୍ଟ୍ରିଙ୍ଗ୍(Thongs)- ପୁରୁଷମାନଙ୍କ ପାଇଁ ତିଆରି ହୋଇଥିବା ଥଙ୍ଗ ଯଥା ଜି-ଷ୍ଟ୍ରିଙ୍ଗ୍ ଅନ୍ତବସ୍ତ୍ରକୁ ଆଜିର ସମୟରେ ମହିଳାମାନେ ବିଚ୍ ରେ ଗ୍ଲାମରସ୍ ଦେଖାଯିବା ପାଇଁ ବ୍ୟବହୃତ କରୁଥିବା ଦେଖିବାକୁ ମିଳିଥାଏ । କିନ୍ତୁ ଆପଣ ଜାଣିଛନ୍ତି ଏହା ପୁରୁଷଙ୍କ ପାଇଁ ତିଆରି ହୋଇଥିଲା । ପ୍ରାଚୀନ କାଳରେ, ଥଙ୍ଗ ଅନ୍ତବସ୍ତ୍ର ଇଜିପ୍ଟ , ଗ୍ରୀସ୍ ଓ ଜାପାନରେ ପିନ୍ଧାଯାଉଥିଲା । ଏହାକୁ କେବଳ ପୁରୁଷମାନେ ପିନ୍ଧୁଥିଲେ ।