Advertisement
Photo Details/zeeodisha/odisha1617044
photoDetails0hindi

Female IAS officers: ସୋସିଆଲ ମିଡ଼ିଆରେ ବେଶ ଚର୍ଚ୍ଚିତ ଏହି ସବୁ ମହିଳା ଆଇଏଏସ୍ ଅଫିସର, ଦେଖନ୍ତୁ ଫଟୋ

Popular Female IAS officers on social media: ବର୍ତ୍ତମାନର ଯୁବପୀଢି ହୁଅନ୍ତୁ ୟୁପିଏସସି ଆଶାୟୀ ପ୍ରାର୍ଥୀ ସମସ୍ତ ଭାରତୀୟ ଆଇଏଏସ୍ ଅଧିକାରୀଙ୍କ ସଫଳତାର କାହାଣୀରୁ ପ୍ରେରଣା ପାଆନ୍ତି । ତେବେ କିଛି ଏମିତି ଆଇଏଏସ୍ ଅଧିକାରୀ ଅଛନ୍ତି ସୋସିଆଲ ମିଡ଼ିଆରେ ମଧ୍ଯ ସେମାନଙ୍କ ଦବଦବା ଦେଖିବାକୁ ମିଳିଥାଏ। ଆଜି ଆମେ ଆପଣଙ୍କୁ ଏମିତି କିଛି ମହିଳା ଆଇଏଏସ୍ ଅଫିସରଙ୍କ ବିଷୟରେ କହିବୁ ଯେଉଁମାନେ ସୋସିଆଲ ମିଡ଼ିଆରେ ବି ବହୁତ ଲୋକପ୍ରିୟ ।

1/5

 ଟିନା ଦାବି( IAS Tina Dabi)-ଜୈସଲମେର କଲେକ୍ଟର ଟିନା ଦାବି ସବୁବେଳେ ନିଜର ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାଆନ୍ତି । ୨୦୨୫ ୟୁପିଏସସି ପରୀକ୍ଷାରେ ଟପ୍ପର ହୋଇଥିଲା ଟିନା ଦାବି । ତେବେ ନିଜର ସଫଳତାକୁ ନେଇ ଟିନା ସବୁବେଳେ ସୋସିଆଲ ମିଡ଼ିଆରେ ଚର୍ଚ୍ଚାରେ ଥାଆନ୍ତି । ତାଙ୍କ ସ୍ବାମୀ ପ୍ରଦୀ ଗାବାଣ୍ତେ(Pradeep Gawande) ମଧ୍ଯ ଜଣେ ଆଇଏଏସ୍ ଅଫିସର ।

2/5

ରିୟା ଦାବି(Riya dabi)- ରାଜସ୍ଥାନ କ୍ୟାଡରରେ ନୂତନ ଭାବେ ନିଯୁକ୍ତ ହୋଇଥିବା ଆଇଏଏସ୍ ଅଧିକାରୀ ରିୟା ଡାବି ତାଙ୍କ ବଡ଼ ଭଉଣୀ ଆଇଏଏସ୍ ଟିନା ଡାବିଙ୍କୁ ଅନୁସରଣ କରିଥାଆନ୍ତି। ରିୟା ଡାବି ୨୦୨୦ ୟୁପିଏଏସି ପରୀକ୍ଷାରେ ୧୫ତମ ସ୍ଥାନରେ ହାସଲ କରିଥିଲେ।

3/5

ଐଶ୍ବର୍ଯ୍ୟା ଶେଓରାନ(Aishwarya Sheoran)-  ଐଶ୍ବର୍ଯ୍ୟା ପ୍ରଥମ ପ୍ରୟାସରେ ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ସେ ରାଜସ୍ଥାନର ଚୁରୁ ଜିଲ୍ଲାର ବାସିନ୍ଦା ଅଟନ୍ତି।  ଆଇଏଏସ୍  ଅଫିସର ହେବା ଲାଗି ସେ ନିଜର ମଡେଲିଂ କ୍ୟାରିୟରକୁ ତ୍ୟାଗ କରିଥିଲେ । ପରେ ପ୍ରଥମ ପ୍ରୟାସରେ ୟୁପିଏସସି ପରୀକ୍ଷାରେ ସେ ୯୩ତମ ସ୍ଥାନ ହାସଲ କରିଥିଲେ। ୨୦୧୪ ମସିହାରେ ଐଶ୍ବର୍ଯ୍ୟା କ୍ଲିନ୍ ଆଣ୍ଡ କ୍ଲିନର ଫେସ୍ ଫ୍ରେସ୍(Clean and Claer Fresh Frames) ଫାଇନାଲରେ ସ୍ଥାନ ପାଇଥିଲେ । ୨୦୧୬ ମସିହାରେ ସେ ଫେମିନା ମିସ୍ ଇଣ୍ଡିଆରେ(Femina Miss India) ମଧ୍ଯ ତୃତୀୟ ସ୍ଥାନ ଅଧିକାର କରିଥିଲେ।

4/5

ସ୍ମିତା ସବରବାଲ(Smita sabharwal)- ସ୍ମିତା ସବରବାଲ ସବୁବେଳେ ସ୍ମାର୍ଟ ଷ୍ଟୁଡେଣ୍ଟ୍ ରହି ଆସିଛନ୍ତି । ବୋର୍ଡ ପରୀକ୍ଷାରେ ମଧ୍ୟ ସେ ଭଲ ପ୍ରଦର୍ଶନ କରିଥିଲେ ଆଇଏଏସ ଅଫିସର ସ୍ମିତା । ସେ ୨୦୦୦ ମସିହାରେ ୟୁପିଏସସି ପରୀକ୍ଷାରେ ଚତୁର୍ଥ ସ୍ଥାନ ହାସଲ କରିଥିଲେ ।

5/5

ପରୀ ବିଷ୍ଣୋଇ(Pari Bishnoi)- ୨୦୧୯ରେ ଆଜମେର ବାସିନ୍ଦା ପରୀ ବିଷ୍ଣୋଇ ୟୁପିଏସସି ପରୀକ୍ଷାରେ ସଫଳ ହୋଇଥିଲେ। ସେ ପରୀକ୍ଷାରେ ୩୦ତମ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଥିଲେ। ସେ ତାଙ୍କ ସଫଳତାର ଶ୍ରେୟ ନିଜ ପରିବାର ସଦସ୍ୟ, ବିଶେଷ କରି ତାଙ୍କ ମା'ଙ୍କୁ ଦେଇଛନ୍ତି।