Advertisement
photoDetails0hindi

Adipurush Star Cast Fees: “ଆଦିପୁରୁଷ”ରେ ପ୍ରଭାସଙ୍କ ଫିସ୍ ଶୁଣିଲେ ଉଡ଼ିଯିବ ହୋସ! ଜାଣନ୍ତୁ ଅଭିନୟ ଲାଗି କିଏ ନେଇଛି କେତେ ଟଙ୍କା

Adipurush Star Cast Fees: “ଆଦିପୁରୁଷ”ର ଟ୍ରେଲର ରିଲିଜ ହେବା ପରେ ଦର୍ଶକଙ୍କ ମଧ୍ଯରେ ଉତ୍ସାହ ବେଶ ବୃଦ୍ଧି ପାଇଛି । ଫିଲ୍ମର ରିଲିଜ ଉପରେ ରହିଛି ସମସ୍ତଙ୍କ ନଜର । ୭୦୦ କୋଟି ବଜେଟରେ ନିର୍ମିତ ଏହି ଫିଲ୍ମର ଟିଜର ଦେଖିବା ପରେ ବହୁ ଲୋକେ ଚରିତ୍ରମାନଙ୍କୁ ସମାଲୋଚନା କରିବା ଆରମ୍ଭ କରିଥିଲେ । ତେବେ କ’ଣ ଆପଣଙ୍କ ମନରେ କେବେ ପ୍ରଶ୍ନ ଆସିଛି କି? ଏତେ କୋଟି ବଜେଟରେ ନିର୍ମିତ ଏହି ଫିଲ୍ମର ଷ୍ଟାରକାଷ୍ଟ ଫିଲ୍ମ ଲାଗି କେତେ ଫିସ୍ ନେଇଛନ୍ତି ?  ତେବେ ଆସନ୍ତୁ ଜାଣିବା ସିନେମାରେ ଅଭିନୟ ଲାଗି କେତେ ଟଙ୍କା ନେଇଛନ୍ତି ଏହି ଷ୍ଟାରକାଷ୍ଟ ।

1/5

 “ଆଦିପୁରୁଷ”ର ଟିଜର ସାମ୍ନାକୁ ଆସିବା ପରେ ଏଥିରେ ଥିବା କଳାକାରଙ୍କ ଚରିତ୍ରକୁ ପସନ୍ଦ କରିନଥିଲେ ଦର୍ଶକ । ଏମିତିକି ସୀତା ଭୂମିକାରେ କ୍ରିତି ସାନନଙ୍କୁ ମଧ୍ଯ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା । ପରେ ଏଥିରେ କିଛି ପରିବର୍ତ୍ତନ କରି ଟ୍ରେଲର ରିଲିଜ କରାଯାଇଥିଲା । ଟ୍ରେଲର ରିଲିଜ ହେବା ପରେ ଦର୍ଶକ ଏହାକୁ ପସନ୍ଦ କରୁଥିବା ଦେଖିବାକୁ ମିଳିଛି । ସବୁଠୁ ମହଙ୍ଗା ଷ୍ଟାର ଭାବେ ଫିଲ୍ମ ସାଇନ କରିଥିବା ଅଭିନେତା ପ୍ରଭାସଙ୍କ କାନ୍ଧରେ ରହିଛି ଫିଲ୍ମ ହିଟ୍ କରାଇବା ନେଇ ଦାୟିତ୍ବ ।

2/5

ମିଡ଼ିଆ ରିପୋର୍ଟ ମୁତାବିକ, ଏହି ପୌରାଣିକ ଚଳଚ୍ଚିତ୍ରରେ କାମ କରିବା ଲାଗି ପ୍ରଭାସ ନିଜ ଫିସକୁ ସିଧାସଳଖ ୧୦୦ କୋଟିକୁ ବୃଦ୍ଧି କରିଛନ୍ତି । ଏଥିରେ ଅଭିନୟ ଲାଗି ଅଭିନେତା ୧୫୦ କୋଟି ଟଙ୍କା ଚାର୍ଜ କରିଛନ୍ତି ।

3/5

ଖାଲି ପ୍ରଭାସ କାହିଁକି ଫିଲ୍ମର ଅନ୍ୟ କଳାକାର ମାନେ ମଧ୍ୟ ଫିଲ୍ମରେ ଅଭିନୟ ନେଇ ମୋଟା ଅଙ୍କର ଫିସ୍ ନେଇଛନ୍ତି । ସିନେମାରେ ରାବଣ ଚରିତ୍ରରେ ନଜର ଆସିଥିବା ସୈଫ ଅଲ୍ଲୀ ଖାନ୍ ଫିଲ୍ମରେ କାମ କରିବାକୁ ୧୨ କୋଟି ଟଙ୍କା ନେଇଛନ୍ତି ।

4/5

ସେହିପରି ସିନେମାରେ ସୀତା ଭୂମିକାରେ ନଜର ଆସିଥିବା ଅଭିନେତ୍ରୀ କ୍ରିତି ସାନନ୍ ଅଭିନୟ ଲାଗି ୩ କୋଟି ଟଙ୍କା ଫିସ୍ ନେଇଛନ୍ତି ।

5/5

ଲକ୍ଷ୍ମଣ ଭୂମକାରେ ଅଭିନୟ କରିଥିବା ସନ୍ନି ସିଂ ୧.୫ କୋଟି ଟଙ୍କା ଚାର୍ଜ କରିଛନ୍ତି । ହାଇ ବଜେଟରେ ନିର୍ମିତ ଏହି ଫିଲ୍ମଟି ବକ୍ସ ଅଫିସରେ ଭଲ ରୋଜଗାର କରିବା ନେଇ ନିର୍ମାତା ମାନେ ଆଶା ରଖିଛନ୍ତି ।