Advertisement
Photo Details/zeeodisha/odisha1491200
photoDetails0hindi

Donation: ମନ୍ଦିରକୁ ଏକଲକ୍ଷ ଦାନ କରିଥିବା ଭିକ୍ଷୁକ ମା' ତୁଳା ବେହେରା, ତାଙ୍କ ସମ୍ପର୍କରେ ଜାଣନ୍ତୁ ୫ଟି ଫଟୋରେ

Beggar Donation: ମହିଳା ଭିକ୍ଷୁକ ତୁଳା ବେହେରା ୪୦ ବର୍ଷ ହେଲା ଭିକ ମାଗି ଚଳୁଥିଲେ। ତେବେ ତୁଳା ବେହେରା ଫୁଲବାଣୀର ବିଭିନ୍ନ ଅଞ୍ଚଳରେ ଥିବା ମନ୍ଦିରରେ ଭିକ ମାଗି ଚଳନ୍ତି। ସେ କରିଥିବା ଏକଲକ୍ଷର ଦାନକୁ ନେଇ ଏବେ ବେଶ ଚର୍ଚ୍ଚା ଲାଗିରହିଛି। ଜାଣିବା ଲୋକଙ୍କ ଠାରୁ ଆରମ୍ଭ କରି ସମସ୍ତେ ତାଙ୍କୁ ପ୍ରଶଂସା କରୁଛନ୍ତି। 

1/5

ତୁଳା ବେହେରା ପ୍ରଫୁଲ୍ଲ ବେହେରାଙ୍କୁ ସେ ବିବାହ କରିଥିଲେ। ପ୍ରଫୁଲ୍ଲ ଶାରୀରିକ ଅକ୍ଷମ ଥିଲେ। ଉଭୟ ଦମ୍ପତି ସହରରେ ଭିକ ମାଗୁଥିଲେ। ପରେ ପ୍ରଫୁଲ୍ଲ ବେହେରାଙ୍କ ମୃତ୍ୟୁ ହୋଇଥିଲା । ଯାହା ପରେ ମହିଳା ଭିକ୍ଷୁକ ତୁଳା ପୁରା ଏକା ହୋଇ ଯାଇଥିଲେ। ବର୍ତ୍ତମାନ ମହିଳା ଭିକାରୀ ଭଗବାନ ଜଗନ୍ନାଥଙ୍କ ପାଦତଳେ ଆତ୍ମସମର୍ପଣ କରିଛନ୍ତି।

2/5

ଧନୁ ସଂକ୍ରାନ୍ତି ଦିନ ତୁଳା ବେହେରା ଜଗନ୍ନାଥ ମନ୍ଦିରର ପ୍ରବନ୍ଧ ସମିତିକୁ ନିଜ ସଞ୍ଚିତ ଏକଲକ୍ଷ ଟଙ୍କା ସେ ଦାନ କରିଦେଇଥିଲେ । 

3/5

ତୁଳା ବେହେରା କହିଛନ୍ତି ନା ମୋର ବାପା ମା ଅଛନ୍ତି ନା ପିଲାଛୁଆ । ମୁଁ ଭିକ ମାଗି ବ୍ୟାଙ୍କ ଖାତାରେ ଜମା କରି ସଞ୍ଚିଥିଲି । ସେହି ଟଙ୍କାକୁ ପ୍ରଭୁ ଜଗନ୍ନାଥଙ୍କ ନାଁରେ ଦାନ କରିଛନ୍ତି।

4/5

ମହିଳାଭିକ୍ଷୁକ କହିଛନ୍ତି ଯେ ସେ ବୃଦ୍ଧା ହୋଇଥିବାରୁ ପ୍ରଭୁ ଜଗନ୍ନାଥଙ୍କ ପାଦତଳେ ଆତ୍ମସମର୍ପଣ କରିଥିବାରୁ ତାଙ୍କୁ କୌଣସି ଟଙ୍କା ଦରକାର ନାହିଁ। ଫୁଲବାଣୀରେ ଥିବା ପୁରୁଣା ଜଗନ୍ନାଥ ମନ୍ଦିରର ନବୀକରଣ ପାଇଁ ଏହି ଟଙ୍କା ବ୍ୟବହାର କରିବାକୁ ସେ ମନ୍ଦିର ପରିଚାଳନା କମିଟିକୁ ଅନୁରୋଧ କରିଛନ୍ତି।

5/5

କମିଟିର ଜଣେ ସଦସ୍ୟଙ୍କ କହିବା କଥା,  ଯେତେବେଳେ ସେ ମୋ ପାଖକୁ ଆସିଲେ ମୁଁ ତାଙ୍କଠାରୁ ଟଙ୍କା ଗ୍ରହଣ କରିବାକୁ ନାରାଜ ହୋଇଥିଲେ । କିନ୍ତୁ ଯେତେବେଳେ ସେ ଜିଦ୍ ଧରିଲେ, ଆମେ ଏହାକୁ ଗ୍ରହଣ କରିବାକୁ ସ୍ଥିର କଲୁ।