Advertisement
Photo Details/zeeodisha/odisha1753376
photoDetails0hindi

Prabhas: ଲଗାତାର ଫ୍ଲପ୍ ହେଲା ଫିଲ୍ମ, ଖର୍ଚ୍ଚ ଉଠାଇବାକୁ ଇଟାଲୀ ଘରକୁ ଭଡ଼ାରେ ଦେଲେ ପ୍ରଭାସ!

Prabhas: ପ୍ରଭାସଙ୍କ ଅଭିନୀତ ‘ଆଦିପୁରୁଷ’କୁ ନେଇ ଚାରିଆଡ଼େ ଚର୍ଚ୍ଚା ସହ ବିବାଦ ଲାଗି ରହିଛି । ନିକଟରେ ଆଦିପୁରୁଷକୁ ନେଇ କେନ୍ଦ୍ରୀୟ ଫିଲ୍ମ ସେନସର୍ ବୋର୍ଡ଼ ଅଧକ୍ଷଙ୍କୁ ଲିଗାଲ ନୋଟିସ୍ ଦେଇଛନ୍ତି ଓଡ଼ିଶା ହାଇକୋର୍ଟର ଆଇନଜୀବୀ । ଏନେଇ ଆଇନଜୀବୀ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ବିଭାଗୀୟ ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଚିଠି ମଧ୍ଯ ଲେଖିଛନ୍ତି । ସେପଟେ କିନ୍ତୁ ବିବାଦ ଓ ବିରୋଧ ପରେ ବି ଫିଲ୍ମ ବକ୍ସ ଅଫିସରେ ଭଲ ରୋଜଗାର କରୁଥିବା ଦେଖିବାକୁ ମିଳିଛି ।

1/5

ଏହି ସମୟରେ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପ୍ରଭାସ ତାଙ୍କ ଇଟାଲୀସ୍ଥିତ ଘରକୁ ଭଡ଼ା ଦେଇଥିବା କୁହାଯାଉଛି ।

2/5

ପ୍ରକାଶ ଥାଉ କି, ଇଟାଲୀରେ ପ୍ରଭାସଙ୍କର ଏକ ବିଳାସପୂର୍ଣ୍ଣ ଭିଲ୍ଲା ରହିଛି । ଯାହାକୁ ସେ ଭଡ଼ାରେ ଲଗାଇଛନ୍ତି ।

3/5

‘ଆଦିପୁରୁଷ’ ଷ୍ଟାର ପ୍ରଭାସ ନିଜର ଏହି ବିଳାସପୂର୍ଣ୍ଣ ଭିଲ୍ଲାକୁ ମାସିକ ୪୦ ଲକ୍ଷ ଟଙ୍କାରେ ଭଡ଼ା ଲଗାଇଥିବା କୁହାଯାଉଛି ।

4/5

ଗୋଟିଏ ସିନେମା ଲାଗି ସର୍ବାଧିକ ଚଙ୍କା ଚାର୍ଜ କରୁଥିବା ଏହି ଅଭିନେତାଙ୍କର କ୍ରମାଗତ ଭାବେ ତିନୋଟି ( ସାହୋ, ରାଧେଶ୍ୟାମ ଓ ଆଦିପୁରୁଷ) ଫିଲ୍ମ ବକ୍ସ ଅଫିସରେ ଫ୍ଲପ୍ ହୋଇଥିବା ବେଳେ ବର୍ତ୍ତମାନେ ସେ ‘ଆଦିପୁରୁଷ’ ଲାଗି ବିବାଦରେ ଛନ୍ଦି ହୋଇପଡ଼ିଛନ୍ତି ।

5/5

‘ଆଦିପୁରୁଷ’ ବକ୍ସ ଅଫିସରେ ଭଲ ରୋଜଗାର କରୁଥିଲେ ମଧ୍ଯ ଦିନକୁ ଦିନ କମିବାରେ ଲାଗିଛି। ଆଗମୀ ଦିନରେ ‘ସାଲାର’ ଓ ‘ପ୍ରୋଜେକ୍ଟ କେ’ରେ ନଜର ଆସିବେ ଏହି ଅଭିନେତା ପ୍ରଭାସ ।