Passenger Train Coach Colour in India: ଦେଶର ଜୀବନ ରେଖା ଭାବେ ଜଣାଶୁଣା ରେଳବାଇ। କାରଣ ଦେଶର ପ୍ରତ୍ୟେକ କୋଣ ଅନୁକୋଣକୁ ପରସ୍ପରକୁ ଯୋଡ଼ିଥାଏ ରେଳବାଇ। କୌଣସି ଦୂର ସ୍ଥାନକୁ ଯିବା ପାଇଁ ଲୋକେ ଟ୍ରେନ ଯୋଗେ ଯାତ୍ରା କରିଥାନ୍ତି। ଭାରତୀୟ ରେଳବାଇ ହେଉଛି ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ନେଟୱାର୍କ ଏବଂ ଏସିଆ ମହାଦେଶର ଦ୍ୱିତୀୟ ବୃହତ୍ତମ ରେଳ ନେଟୱାର୍କ। ରିପୋର୍ଟ ଅନୁଯାୟୀ ଦୈନିକ ପ୍ରାୟ ୨.୩ କୋଟି ଲୋକ ରେଳ ଯାତ୍ରା କରିଥାନ୍ତି। ଗରିବ ଲୋକଙ୍କ ପାଇଁ ଟ୍ରେନ୍ ଏକ ବହୁତ ଭଲ ବିକଳ୍ପ ହୋଇଥିବା ବେଳେ ଧନୀ ଲୋକ ମଧ୍ୟ ଟ୍ରେନ୍ ଯୋଗେ ଯାତ୍ରା କରିବାକୁ ଅଧିକ ସୁବିଧାଜନକ ମନେ କରିଥାନ୍ତି | ଟ୍ରେନ୍ ନେଟୱାର୍କ ଦେଶର ଦୁର୍ଗମ ଅଞ୍ଚଳରେ ମଧ୍ୟ ପହଞ୍ଚି ସାରିଛି।
ହେଲେ ରେଳ ସେବା ସହ ଜଡିତ ଏପରି ଅନେକ କଥା ଅଛି ଯାହା ବିଷୟରେ ଲୋକେ ଅଧିକ ଜାଣନାହାଁନ୍ତି। ଯଦି ଆପଣ କେବେ ଟ୍ରେନ ଯୋଗେ ଯାତ୍ରା କରିଥିବେ, ତାହେଲେ ଆପଣ ନିଶ୍ଚିତ ଭାବେ ଦେଖିବାକୁ ପାଇଥିବେ ଧ୍ୟାନ ଦେଇଥିବେ ଯେ ପାସେଞ୍ଜର ଟ୍ରେନ୍ କୋଚ ଲାଲ, ନୀଳ ଏବଂ ସବୁଜ ରଙ୍ଗର ହୋଇଥିବାର ଦେଖିବାକୁ ମିଳେ। ହେଲେ କ'ଣ ଆପଣ ଏହାର କାରଣ ଜାଣିଛନ୍ତି? ଯଦି ଆପଣ ଏହି ପ୍ରଶ୍ନର ଉତ୍ତର ଜାଣିନାହାଁନ୍ତି ତାହେଲେ ଆମେ ଆପଣଙ୍କୁ ଜଣାଇ ଦେଉଛୁ ଯେ କାହିଁକି ଭିନ୍ନ ଭିନ୍ନ ରଙ୍ଗର ହୋଇଥାଏ ପାସେଞ୍ଜର ଟ୍ରେନ କୋଚ।
ଲାଲ୍ ରଙ୍ଗ: ଭାରତୀୟ ରେଳବାଇ ଦ୍ୱାରା ବ୍ୟବହୃତ ହେଉଥିବା ଲାଲ ରଙ୍ଗର କୋଚ "Link Hoffman Bush" (LHB) କୁହାଯାଏ। ଗତ ୨୦୦ ମସିହାରୁ ଏହାକୁ ଜର୍ମାନୀରୁ ଆମଦାନୀ କରାଯାଇଥିଲା। ପୂର୍ବରୁ ବିଦେଶରେ ନିର୍ମିତ ହେଉଥିଲା LHB କୋଚ। ହେଲେ ବର୍ତ୍ତମାନ ପଞ୍ଜାବ ସ୍ଥିତ କାପୁରଥାଲା ରେଳ ଡବା ନିର୍ମାଣ କାରଖାନରେ ନିର୍ମିତ ହେଉଛି LHB କୋଚ। ଏପରି କୋଚ ନିର୍ମାଣ ପାଇଁ ଆଲୁମିନିୟମ ବ୍ୟବହୃତ ହୋଇଥାଏ। ଅନ୍ୟ କୋଚ୍ ଅପେକ୍ଷା LHB ବହୁତ ହାଲୁକା ହୋଇଥାଏ। ଯେଉଁଥିରେ "Disc Brake" ରହିଛି। ହାଲୁକା ହେବା କାରଣରୁ ଘଣ୍ଟା ପ୍ରତି ୨୦୦ କିଲୋମିଟର ବେଗରେ ଦୌଡ଼ିବାକୁ ସକ୍ଷମ ହୋଇଥାଏ LHB କୋଚ। ଭାରତୀୟ ରେଳବାଇ ରାଜଧାନୀ କିମ୍ବା ଶତାବ୍ଦୀ ଭଳି ଟ୍ରେନ ଲାଗି ଲାଲ ରଙ୍ଗର LHB କୋଚ ବ୍ୟବହାର କରିଥାଏ। ଯାହାଫଳରେ ଏହି ଟ୍ରେନ ଦ୍ରୁତ ବେଗରେ ଗତି କରିପାରିବ।
ନୀଳ ରଙ୍ଗ: ଭାରତୀୟ ରେଳବାଇ ଦ୍ୱାରା ବ୍ୟବହୃତ ହେଉଥିବା ନୀଳ ରଙ୍ଗର କୋଚ୍ Integral ନାମରେ ପରିଚିତ। "Integral" କୋଚ ନିର୍ମାଣରେ ଲୁହା ବ୍ୟବହୃତ ହୋଇଥାଏ। ଯେଉଁଥିରେ "Air Brake" ଲାଗି ଥାଏ। ଚେନ୍ନାଇ ସ୍ଥିତ ରେଳ ଡବା କାରଖାନାରେ ନିର୍ମିତ ହୋଇଥାଏ Integral କୋଚ୍। ସାଧାରଣତଃ ମେଲ କିମ୍ବା ଇଣ୍ଟରସିଟି ଏକ୍ସପ୍ରେସ ଭଳି ଟ୍ରେନ ପାଇଁ ନୀଳ ରଙ୍ଗର "Integral" କୋଚ ବ୍ୟବହୃତ ହୋଇଥାଏ।
ସବୁଜ ରଙ୍ଗ: ଗରିବ ରଥ ଭଳି ଟ୍ରେନ ପାଇଁ ସବୁଜ ରଙ୍ଗର କୋଚ୍ ବ୍ୟବହୃତ ହୋଇଥାଏ। କିଛି ମାଟିଆ ରଙ୍ଗର କୋଚ୍ ମଧ୍ୟ ରହିଛି। ଯାହା ମିଟର ଗେଟ୍ ଟ୍ରେନ୍ ପାଇଁ ବ୍ୟବହୃତ ହୋଇଥାଏ। ହେଲେ ଏବେକାର ସମୟରେ ଦେଶରେ ନ୍ୟାରୋ ଗେଜ୍ ଟ୍ରେନ୍ ଚଳାଚଳ ବନ୍ଦ ହୋଇଯାଇଛି।
ट्रेन्डिंग फोटोज़