Advertisement
photoDetails0hindi

Relationship Tips: ଏପରି ପୁରୁଷଙ୍କୁ ଅଧିକ ପସନ୍ଦ କରନ୍ତି ମହିଳା

Relationship Tips: ପୂର୍ବରୁ କ୍ଲିନ ସେଭ୍ ଚେହେରା (Clean Shave Face) କୁ ଆକର୍ଷଣୀୟ ମନେ କରାଯାଉଥିଲା । ଅନ୍ୟପକ୍ଷେ ଆଜିକାଲି ହାଲୁକା କିମ୍ବା ଘନ ଦାଢ଼ି (Men Beard) ରଖିବାର ଯୁଗ । ଦାଢ଼ି ପୁରୁଷମାନଙ୍କ  ବ୍ୟକ୍ତିତ୍ୱକୁ ଆହୁରି ଆକର୍ଷଣୀୟ କରିଥାଏ । ଦେଖିବାକୁ ଗଲେ ଅଧିକାଂଶ ପୁଅ କ୍ଲିନ ସେଭ୍ ରହିବାକୁ ପସନ୍ଦ କରନ୍ତି । କିନ୍ତୁ, ଆଜିକାଲି ସମୟରେ ଦାଢ଼ି ଥିବା ଲୁକ୍ (Beard Look) ମଧ୍ୟ ବହୁତ ପସନ୍ଦ କରାଯାଉଛି ।

1/5

ବର୍ତ୍ତମାନ ସମୟରେ ଅଧିକାଂଶ ଝିଅମାନେ କ୍ଲିନ ସେଭ୍ ତୁଳନା ଦାଢ଼ି ରଖୁଥିବା ପୁରୁଷଙ୍କ ପ୍ରତି ଅଧିକ ଆକର୍ଷିତ ହୁଅନ୍ତି । ପୂର୍ବରୁ କରାଯାଇଥିବା ଏକ ସର୍ଭେ ଅନୁଯାୟୀ ଏହା ଜଣାପଡିଛି ଯେ ଯେଉଁ ପୁଅଙ୍କ ଲମ୍ୱା ଦାଢ଼ି ରହିଥାଏ, ଝିଅମାନେ ସେମାନଙ୍କ ଉପରେ ଅଧିକ ବିଶ୍ୱାସ କରନ୍ତି ।

2/5

ଏକ ଅନୁସନ୍ଧାନ ଅନୁଯାୟୀ, ବେଲ ଗ୍ରୁମ୍ଡ ଦାଢ଼ି ଥିବା ପୁରୁଷମାନେ (Beard Men) ଲୋଙ୍ଗ ଟର୍ମ ସମ୍ପର୍କ (Long Term Relationship) ରଖିବାରେ ବିଶ୍ୱାସ କରନ୍ତି । ସେହିପରି ମହିଳାମାନେ (Women) ମଧ୍ୟ ସେମାନଙ୍କର ପୁରୁଷମାନଙ୍କ (Men) ଉପରେ ଅଧିକ ନିର୍ଭର କରନ୍ତି ଯାହାର ଲମ୍ବା ଦାଢ଼ି ଥାଏ । ଯଦି ଆମେ ଅତୀତକୁ ଭଲ ଭାବରେ ଦେଖିବା, ତେବେ ପୁରୁଷଙ୍କ ଫ୍ୟାଶନର ଚିନ୍ତାଧାରାରେ ପରିବର୍ତ୍ତନ ଆସିଛି । ଏହି ସମୟରେ ଅଧିକାଂଶ ପୁଅ କେଶ ଅପେକ୍ଷା ଦାଢ଼ି ଉପରେ ଅଧିକ ଧ୍ୟାନ ଦିଅନ୍ତି ।

3/5

ଜର୍ଣ୍ଣାଲ୍ ଅଫ୍ ଇଭୋଲ୍ୟୁସନ ବାୟୋଲୋଜି (Journal of Evolutionary Biology) ରେ ପ୍ରକାଶିତ ‘ଦି ମସ୍କୁଲିନିଟି ପାରାଡୋକ୍ସ’ ନାମକ ଏକ ସର୍ଭେରୁ ଜଣାପଡିଛି ଯେ, ମହିଳାମାନେ ମଧ୍ୟ ଦାଢ଼ି ଥିବା ପୁରୁଷମାନଙ୍କୁ ବିଶ୍ୱାସ କରନ୍ତି । ଏହି ସର୍ଭେରେ ୮ ହଜାର ୫୨୦ ମହିଳା ସାମିଲ ହୋଇଥିଲେ ।

4/5

ଯେଉଁଥିରେ ସମସ୍ତ ମହିଳାଙ୍କୁ ନିଜ ପସନ୍ଦ ଅନୁଯାୟୀ ଦାଢ଼ି (Beard) ଓ ବିନା ଦାଢ଼ି (Without Beard) ପୁରୁଷମାନଙ୍କୁ ଗୁରୁତ୍ୱ ଦେବାକୁ କୁହାଯାଇଥିଲା । ଏହି ସର୍ଭେରେ ମହିଳାମାନେ ଦାଢ଼ି ଥିବା ପୁରୁଷଙ୍କୁ ସବୁଠାରୁ ଅଧିକ ମହତ୍ୱ ଦେଇଥିଲେ ।

ଅଧିକ ପଢ଼ନ୍ତୁ-୧୭ ବର୍ଷ ପରେ ଭାରତୀୟ ଦଳ ଯିବ ପାକିସ୍ତାନ!

ଅଧିକ ପଢ଼ନ୍ତୁ-ଆଜି ସୂର୍ଯ୍ୟଙ୍କ ପରି ଚମକିବ ଏସବୁ ରାଶିର ଭାଗ୍ୟ; ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର

5/5

ସର୍ବେକ୍ଷଣରୁ ଏହା ମଧ୍ୟ ଜଣାପଡିଛି ଯେ, ମହିଳାମାନେ ହାଲୁକା ଦାଢ଼ି (Light Beard) ଥିବା ପୁରୁଷଙ୍କୁ ପସନ୍ଦ କରନ୍ତି । କିନ୍ତୁ ଅଧିକରୁ ଅଧିକ ଦାଢ଼ି ଥିବା ପୁରୁଷମାନଙ୍କୁ ମହିଳାମାନେ ଅଧିକ ପସନ୍ଦ କରନ୍ତି । କାରଣ ବଡ଼ ଦାଢ଼ି ଥିବା ପୁରୁଷମାନେ ଅଧିକ ଆକର୍ଷଣୀୟ ମନେ କରାଯାଏ ।