Advertisement
photoDetails0hindi

Sakshi Dhoni: ଏହି ସୁପରଷ୍ଟାରଙ୍କୁ ପସନ୍ଦ କରନ୍ତି ଧୋନୀଙ୍କ ପତ୍ନୀ ସାକ୍ଷୀ, କହିଲେ..

Sakshi Dhoni: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ଏମଏସ୍ ଧୋନି ଓ ପତ୍ନୀ ସାକ୍ଷୀ ଏବେ ଫିଲ୍ମ ଜଗତରେ ପାଦ ଦେବାକୁ ଯାଉଛନ୍ତି। ଧୋନି ଓ ସାକ୍ଷୀଙ୍କ ନିର୍ଦ୍ଦେଶିତ ପ୍ରଥମ ଚଳଚ୍ଚିତ୍ର 'LGM' (Lest Get Married) ଖୁବଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି । ନିକଟରେ ଏକ କାର୍ଯ୍ୟକ୍ରମରେ ସାକ୍ଷୀ ନିଜର ଫେଭରାଇଟ୍ ସୁପରଷ୍ଟାରଙ୍କ ବିଷୟରେ କହିଛନ୍ତି ।

1/6

ଧୋନିଙ୍କ ପତ୍ନୀ ଅକ୍ଷୟ କୁମାର, ଶାହରୁଖ ଓ ସଲମାନଙ୍କ ଫ୍ୟାନ୍ସ ନୁହେଁ, ବରଂ ସାଉଥ ସୁପରଷ୍ଟାରଙ୍କ ବଡ଼ ପ୍ରଶଂସକ ଅଟନ୍ତି । ସେ ପ୍ରତ୍ୟେକ ସାଉଥ ଫିଲ୍ମ ଦେଖନ୍ତି । ଏମିତି କି, ନୂଆ ଚଳଚ୍ଚିତ୍ର ପାଇଁ ଉତ୍ସାହର ସହ ଅପେକ୍ଷା କରିଥାଆନ୍ତି ବୋଲି କହିଛନ୍ତି ।

2/6

ଚଳଚ୍ଚିତ୍ର ଦେଖିବାକୁ ଭଲ ପାଉଥିବା ସାକ୍ଷୀ ଏବେ ଫିଲ୍ମ ଇଣ୍ଡଷ୍ଟ୍ରି ବ୍ୟବସାୟରେ ପ୍ରବେଶ କରିଛନ୍ତି । ବ୍ୟବସାୟ ଜଗତରେ ପାଦ ଦେବାକୁ ଯୋଜନା କରିବା ସମୟରେ ସେ ଚଳଚ୍ଚିତ୍ର ନିର୍ମାଣ ଲାଗି ମନ ବଳାଇଥିଲେ । ଉଭୟଙ୍କର ଧୋନି ଏଣ୍ଟରଟେଣ୍ଟ ନାଁରେ ଏକ ନୂଆ ପ୍ରଡକ୍ସନ୍ ହାଉସ୍ ମଧ୍ଯ ରହିଛି।

3/6

ଏହି ପ୍ରଡକ୍ସନ୍ ହାଉସରେ ନିର୍ମିତ ପ୍ରଥମ ଫିଲ୍ମ 'LGM' (Lest Get Married) ଏକ ରୋମାଣ୍ଟିକ୍ ଡ୍ରାମା ଫିଲ୍ମ ଅଟେ । ଯାହା ଅଗଷ୍ଟ ୪ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି ।

4/6

ଏହି ସିନେମାର ପ୍ରମୋସନାଲ ଇଭେଣ୍ଟରେ ସାକ୍ଷୀ କେଉଁ ଷ୍ଟାରଙ୍କ ଫ୍ୟାନ୍ ବୋଲି ପ୍ରଶ୍ନ କରାଯାଇଥିଲା, ଯାହାର ଉତ୍ତରରେ ମାହିଙ୍କ ପତ୍ନୀ ଅଲୁ ଅର୍ଜୁନଙ୍କ ନାଁ ନେଇଥିଲେ ।

5/6

ସେ କହିଥିଲେ, ୟୁଟ୍ୟୁବରେ ଅଲୁ ଅର୍ଜୁନଙ୍କ ସମସ୍ତ ହିନ୍ଦୀ ଡ଼ବ ଚଳଚ୍ଚିତ୍ର ଦେଖିଛନ୍ତି । ତାଙ୍କର ଶେଷ ରିଲିଜ୍ ଚଳଚ୍ଚିତ୍ର 'ପୁଷ୍ପା' ତାଙ୍କୁ ବେଶ ପ୍ରଭାବିତ କରିଥିଲା ​​। 

6/6

ସାକ୍ଷୀ କହିଛନ୍ତି ଯେ, ଲକ୍ଷ ଲକ୍ଷ ପ୍ରଶଂସକଙ୍କ ପରି ସେ ମଧ୍ୟ ଅଲୁ ଅର୍ଜୁନଙ୍କ ଆଗାମୀ ଚଳଚ୍ଚିତ୍ର 'ପୁଷ୍ପା ୨' ର ରିଲିଜକୁ ଅପେକ୍ଷା କରିଛନ୍ତି।