Advertisement
photoDetails0hindi

Sarojini Naidu:ଜନ୍ମ ବାର୍ଷିକୀରେ ଜାଣନ୍ତୁ ସରୋଜିନୀ ନାଏଡୁଙ୍କୁ ନେଇ କିଛି ଅଜଣା କଥା

ସରୋଜିନୀ ନାଏଡୁ ଜଣେ କବି, ନାରୀ ନେତ୍ରୀ ଓ ବାଗ୍ମି ହିସାବରେ ସେ ବେଶ ପରିଚିତ । ସେ ଥିଲେ ଦେଶର ପ୍ରଥମ ମହିଳ ରାଜ୍ୟପାଳ ଓ ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ମହଳା ଅଧ୍ଯକ୍ଷ। ସବୁବେଳେ ମହିଳାଙ୍କ ପାଇଁ ସ୍ବର ଉତ୍ତୋଳନ କରୁଥିବା ସରୋଜିନୀ ନାଏଡୁଙ୍କୁ ଭାରତୀୟ ‘କୋକିଳୀ’ ବୋଲି କୁହାଯାଏ । ୧୩ ଫେବୃୟାରୀ ୨୦୧୪ରେ ସରୋଜିନୀ ନା

1/6

ସରୋଜିନୀ ନାଏଡୁ ୧୩ ଫେବୃୟାରୀ ୧୮୭୯ରେ ହାଇଦ୍ରାବାଦରେ ଜନ୍ମ ଗ୍ରହଣ କରିଥିଲେ । ଛୁଆବେଳୁ ସରୋଜିନୀ ବେଶ ହୁସିଆର ଥିଲେ । ଭଲ ପାଠ ପଢିବା ସହ କବିତା ଲେଖିବାରେ ମଧ୍ୟ ରୁଚି ରଖୁଥିଲେ। ସେ ସର୍ବଦା ମହିଳାମାନଙ୍କ ପାଇଁ ସ୍ୱର ଉତ୍ତୋଳନ କରୁଥିଲେ । ସେ କହୁଥିଲେ ଯେ, ଯଦି ପୁରୁଷମାନେ ଦେଶର ଗର୍ବ, ତାହାଲେ ମହିଳାମାନେ ଦେଶର ମୂଳଦୁଆ ଅଟନ୍ତି ।

 

2/6

ଡ଼କ୍ଟର ଅଘୋରନାଥ ଚଟ୍ଟୋପାଧ୍ଯାୟ ଓ ବରଦା ସୁନ୍ଦରୀଙ୍କ ସେ ଥିଲେ ଜ୍ୟେଷ୍ଠ ସନ୍ତାନ। ବ୍ରାହ୍ଣଣ ପରିବାରରେ ଜନ୍ମ ହୋଇଥିଲେ ମଧ୍ଯ ହାଇଦ୍ରାବାଦରେ ବଢିଥିବାରୁ ସେ ନିଜକୁ ଅଧା ହିନ୍ଦୁ ଅଧା ମୁସଲମାନ ମନେ କରୁଥିଲେ। ସରୋଜିନୀ ମାତ୍ର ୧୨ ବର୍ଷରେ ଯୁକ୍ତ ୨ ପାସ କରିଥିଲେ । ଭଲ ଛାତ୍ରୀ ହେବା ସହ ସେ ଥିଲେ ଜଣେ ମହାନ କବି । ସ୍କୁଲ ଓ କଲେଜରେ ଥିବା ସମୟରେ ମଧ୍ଯ କବିତା ଲେଖୁଥିଲେ । ତାଙ୍କର ପ୍ରଥମ କବିତା ହେଉଛି “ଗୋଲ୍ଡେନ ଥ୍ରେସହୋଲ୍ଡ”। ଦେଶ ଉଦ୍ଦେଶ୍ୟରେ ସେ କହିଥିଲେ ଯେ, "ଦେଶର ବଳିଦାନ, ମହାନତା ଓ ପ୍ରେମ ସେହି ଦେଶର ଆଦର୍ଶ ଉପରେ ନିର୍ଭର କରିଥାଏ" ।

3/6

୧୯୨୮ ମସିହା ମହାମାରୀ ସମୟରେ ସେ ନିଜ ଜୀବନଙ୍କୁ ଖାତିର ନକରି ଲୋକଙ୍କୁ ସାହାଯ୍ୟ କରିବା ସହ ମହାମାରୀ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଚି କରିଥିଲେ। ସରୋଜିନୀଙ୍କ ତ୍ୟାଗ ଓ ସର୍ମପଣ ମନଭାବ ଦେଖି ତାଙ୍କୁ ବିଟ୍ରିଶ ସରକାର ତାଙ୍କୁ କେଶର-ଏ-ହିନ୍ଦ୍ ଉପାଧି ଦେଇଥିଲେ। ସରୋଜିନୀ ନାଏଡୁ କୁହନ୍ତି, "ଗୋଟିଏ ଦେଶ ମହାନ ବନାଇବା ପାଇଁ ବହୁ ବର୍ଷ ଲାଗିଥାଏ" ।

4/6

ସରୋଜିନୀ ନାଏଡୁ ମହିଳା ସଶକ୍ତିକରଣ ପାଇଁ ସାରା ଦେଶରେ ବୁଲି ମହିଳାମାନଙ୍କୁ ଜାଗ୍ରତ କରିଥିଲେ । ଦେଶକୁ ମୁକ୍ତ କରିବା ପାଇଁ ସେ ମହିଳାମାନଙ୍କୁ ଆଗକୁ ଆସିବାକୁ ପୋତ୍ସାହିତ କରୁଥିଲେ । ସରୋଜିନୀ ନାଏଡୁ କହିଥିଲେ ଯେ, "କୌଣସି ଦେଶର ସ୍ଥିତି ସେହି ଦେଶରେ ରହୁଥିବା ମହିଳାଙ୍କ ଅବସ୍ଥାରୁ ହିଁ ଜଣାପଡ଼ିଥାଏ" ।

5/6

ସରୋଜିନୀ ନାଏଡୁ ମାତ୍ର ୧୯ ବର୍ଷରେ ଚିକିତ୍ସକ ଗୋବିନ୍ଦରାଜୁଙ୍କ ପ୍ରେମରେ ପଡ଼ିଥିଲେ । ସରୋଜିନୀ ଉଚ୍ଚ ଶ୍ରେଣୀର ବ୍ରାହ୍ମଣ ଥିବାରୁ ପରିବାର ଲୋକେ ବିବାହ ନେଇ ରାଜି ହୋଇନଥିଲେ । ୧୮୯୮ ମସିହାରେ ସେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରି ଗୋବିନ୍ଦରାଜୁଙ୍କୁ ବିବାହ କରିଥିଲେ ।

6/6

ଦେଶ ପାଇଁ ସରୋଜିନୀ ନାଏଡୁଙ୍କ ଅବଦାନ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା। ସେ କରିଥିବା କାମ ଓ ଅବଦାନକୁ ସମ୍ମାନ ଜଣାଇ ଆଜିର ଦିନକୁ “ରାଷ୍ଟ୍ରୀୟ ମହିଳା ଦିବସ” ଭାବେ ପାଳନ କରାଯାଏ । ମାର୍ଚ୍ଚ ୨ ତାରିଖ ୧୯୪୯ ମସିହାରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା ।