Advertisement
Photo Details/zeeodisha/odisha1507498
photoDetails0hindi

Elina Samantray: ଶିକ୍ଷୟିତ୍ରୀ ହେବାକୁ ଚାହୁଁଥିବା ଏଲିନା କାହିଁକି ଅଭିନୟ ଦୁନିଆରେ ଥାପିଥିଲେ ପାଦ...

Elina Samantray:  ଓଲିଉଡ ଅଭିନେତ୍ରୀ ଏଲିନା ସାମନ୍ତରାୟ ।  ରିୟଲିଟି ଶୋ'ରୁ କ୍ୟାରିୟର ଆରମ୍ଭ କରିଥିଲେ ଏଲିନା । ତେବେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ରୋଚକ କଥା ।

1/10

'ଇସ୍କ ତୁ ହି ତୁ' ଫିଲ୍ମରେ ଅରିନ୍ଦମ ରାୟଙ୍କ ବିପକ୍ଷରେ ନାୟିକା ହେବାର ସୁଯୋଗ ପାଇଥିଲେ ଏଲିନା । ଏହି ଫିଲ୍ମକୁ  ନିର୍ଦ୍ଦେଶନା ଦେଇଥିଲ ତାପସ ସରଘରିଆ । ଏଥିରେ ମିହିର ଦାସ, ଅପରାଜିତା ମହାନ୍ତି, ସମରେଶ ରାଉତରାୟ, ପ୍ରଜ୍ଞା ଖଟୁଆ ପ୍ରମୁଖ ଅଭିନୟ କରିଥିଲେ ।

2/10

'ଇସ୍କ ତୁ ହି ତୁ' ଦର୍ଶକଙ୍କ ମନ ଜିତିଥିଲେ ଏଲିନା । ଏହାପରେ ତାଙ୍କୁ ସେହି ବର୍ଷ ଆଉ ଏକ ଫିଲ୍ମ ଅଫର ମିଳିଥିଲା । ଏହାପରେ ଏଲିନା 'କେହି ନୁହେଁ କାହାର' ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏଲିନାଙ୍କ ସ‌ହ ନାୟକ ଭୂମିକାରେ ଅଭିନୟ କରିଥିଲେ ଅଭିଶେକ ରଥ । ନିର୍ଦ୍ଦେଶକ ସୁଶାନ୍ତ ମଣି ଏହାର ନିର୍ଦ୍ଦେଶନା ଥିଲେ ।

3/10

ଏହାପରେ  ଏଲିନା 'ଜଗା ହାତରେ ପଘା' ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି ଫିଲ୍ମରେ ସେ ସୁପରଷ୍ଟାର ଅନୁଭବ ମହାନ୍ତି ଏବଂ ବୁଦ୍ଧାଦିତ୍ୟ ମହାନ୍ତିଙ୍କ ସ‌ହ ଅଭିନୟ କରିଥିଲେ । ଏହି ଫିଲ୍ମରେ ଝିଲିକ୍ ଭଟ୍ଟାଚାର୍ଯ୍ୟ ଅନ୍ୟତମ ନାୟିକା ଭାବରେ ଅଭିନୟ କରିଥିଲେ ।

4/10

୨୦୧୬ରେ ଏଲିନା ଅଭିନେତା ବାବୁଶାନ୍‌ଙ୍କ ସ‌ହ 'ଲଭ୍ ଷ୍ଟେସନ 'ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଅଶୋକ ପତି । ଏହି ମୁଭିରେ ମିହିର ଦାସ, ପପୁ ପମ ପମ, ପୁଷ୍ପା ପଣ୍ଡା, ସଲିଲ ମିତ୍ର, ଜୀବନ ପଣ୍ଡା ଆଦି କଳାକାରମାନେ ଅଭିନୟ କରିଥିଲେ ।

5/10

୨୦୧୬ରେ ଏଲିନା ପୁଣିଥରେ ବାବୁଶାନ୍‌ଙ୍କ ସ‌ହ 'ଝିଅଟା ବିଗିଡ଼ିଗଲା' ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ବିନି ପଟ୍ଟନାୟକ । 

6/10

୨୦୧୭ର ଏଲିନାଙ୍କ ଅଭିନୀତ ଫିଲ୍ମ 'ଅଭୟ' ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରଟିରେ ଅନୁଭବଙ୍କ ସହ ପୁଣି ଥରେ ସ୍କ୍ରିନ ସେୟାର କରିଥିଲେ ଏଲିନା ।  

7/10

୨୦୧୭ରେ ରାକ୍ଷୀ ପୂର୍ଣ୍ଣିମା ସମୟରେ ଏଲିନାଙ୍କ ଅଭିନୀତ 'ମୁଁ ଖାଣ୍ଟି ଓଡ଼ିଆ ଝିଅ' ମୁକ୍ତିଲାଭ କରିଥିଲେ । ଜଣେ ଗାଉଁଲି ଝିଅର ଭୂମିକାରେ ଅଭିନୟ କରିଥିଲେ ଏଲିନା । ଏହି କଥାଚିତ୍ରଟିରେ ଦୁଇଜଣ ନାୟକ ଥିଲେ । ନ‌ବାଗତ ନାୟକ ରଣବୀର ଏବଂ ସିଦ୍ଧାନ୍ତ ମହାପାତ୍ର ଏଲିନାଙ୍କର ନାୟକ ଭୂମିକାରେ ଅଭିନୟ କରିଥିଲେ ।

8/10

୨୦୧୭ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର 'କାବୁଲା ବାରବୁଲା'ରେ ଏଲିନା ତୃତୀୟ ଥର ଅନୁଭବଙ୍କ ସ‌ହ ଅଭିନୟ କରିଥିଲେ ।  ଭାରତ ବାହାରେ ଏହି ଫିଲ୍ମଟିର ଅଧିକାଂଶ  ସୁଟିଂ କରାଯାଇଥିଲା ।

9/10

୨୦୧୮ ମସିହାରେ ଏଲିନା ପ୍ରଥମ ଥର ପାଇଁ ନାୟକ ଜ୍ୟୋତି ରଞ୍ଜନ ନାୟକଙ୍କ ସ‌ହ 'ହାପି ଲକି' ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସୁଧାଂଶୁ ମୋହନ ସାହୁ ।

10/10

୨୦୧୮ରେ ଏଲିନା ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ସ‌ହ ପ୍ରଥମ ଥର '୪ ଇଡିଅଟସ୍' ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏବଂ ସେହି ବର୍ଷ ରଥଯାତ୍ର ସମୟରେ ପୁଣିଥରେ ଏଲିନା,ସବ୍ୟସାଚୀ ମିଶ୍ରଙ୍କ ସ‌ହ 'ଟୋକାଟା ଫସିଗଲା' ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ରମେଶ ରାଉତ ।