Advertisement
Photo Details/zeeodisha/odisha1535661
photoDetails0hindi

Bollywood Actors: ଏହି ୫ ଅଭିନେତାଙ୍କ ପାଇଁ ଲକି ସାବ୍ୟସ୍ତ ହୋଇଛନ୍ତି ସେମାନଙ୍କ ପତ୍ନୀ, ବିବାହ ପରେ ବି ଟାଉନରେ କମାଇଛନ୍ତି ନାଁ

Actors got Fame after Marriage: ବଲିଉଡର ନାଁ କରା ଅଭିନେତା ହେଉଛନ୍ତି ଅମିତାଭ ବଚ୍ଚନ ଓ ଶାହାରୁଖ ଖାନ । ବର୍ତ୍ତମାନ ବଲିଉଡର ଚାଲିଛି ଏମାନଙ୍କ ରାଜ । କେହେ କେହି ଏମାନଙ୍କୁ ବଲିଉଡର ବାଦଶାହ ବୋଲି କୁହନ୍ତି । ତେବେ, ଏମାନଙ୍କ ସଫଳତା ପଛରେ ରହିଛି ତାଙ୍କ ପତ୍ନୀଙ୍କ ହାତ ।

 

1/5

ଆୟୁଷ୍ମାନ ଖୁରାନା: ଆୟୁଷ୍ମାନ ବଲିଉଡକୁ ଆସିବା ପୂର୍ବରୁ ସେ ତାଙ୍କର ଭଲ ବନ୍ଧୁ (Tahira Kashyap) ତାହିରା କଶ୍ୟପଙ୍କୁ ବିବାହ କରିଥିଲେ । ଅଭିନୟ ପ୍ରତି ଦୁର୍ବଳତା ଥିବା ଆୟୁଷ୍ମାନଙ୍କୁ ବଲିଉଡରେ  ଧୀରେ ଧୀରେ ଅଫର ମିଳିବାକୁ ଲାଗିଲା । ପରେ ସେ ମୁମ୍ବାଇ ଆସିଲେ ।  ଫିଲ୍ମ 'ଭିକି ଡୋନର୍ସ ' ଓ 'ଜୋର ଲଗାକେ ହାଇଁସା'(Vicky Donor and Dum Laga Ke Haisha) ରେ କାମ କଲେ । ଏହି ଦୁଇ ଫିଲ୍ମ ଆୟୁଷ୍ମାନଙ୍କୁ କରିଦେଇଥିଲା ବି-ଟାଉନର ଷ୍ଟାର । ଆଜି ସେ ବି-ଟାଉନର ଜଣେ ଟପ୍ ଷ୍ଟାର ।

2/5

ଫରହାନ ଅଖତର: ବଲିଉଡର ଜଣେ ଜଣାଶୁଣା ଅଭିନେତା ତଥା ନିର୍ଦ୍ଦେଶକ ଫରହାନ ଅଖତର, ନିଜ କ୍ୟାରିୟର ଆରମ୍ଭରେ ଅଦୁନା (Adhuna) ଙ୍କୁ ବିବାହ କରିଥିଲେ ଏବଂ ସତ କହିବାକୁ ଗଲେ ଫରହାନ ବିବାହ ପରେ ହିଁ ବଲିଉଡରେ ସୁନାମ ଅର୍ଜନ କରିଥିଲେ। ଅଦୁନା ତାଙ୍କ ପାଇଁ ଲକି ସାବ୍ୟସ୍ତ ହୋଇଥିଲେ। ୨୦୦୧ରେ ରିଲିଜ୍ ହୋଇଥିବା ଫିଲ୍ମ ' ଦିଲ୍ ଚାହାଟା ହେ (Dil Chahta Hai)ରୁ ଯାତ୍ରା ଆରମ୍ଭ କରିଥିଲେ ସେ। ଆଜି ମଧ୍ୟ ବଲିଉଡରେ ସେ ଜଣେ ସଫଳ ଅଭିନେତା ଓ ନିର୍ଦ୍ଦେଶକ । କିନ୍ତୁ ସେ ଅଦୁନାଙ୍କୁ ଛାଡପତ୍ର ଦେଇଛନ୍ତି।

3/5

ଅମିତାଭ ବଚ୍ଚନ: ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ । ବହୁ ଉତଥାନ ଓ ପତ୍ତନ ନେଇ ସଫଳତାର ଶୀର୍ଷକୁ ଛୁଇଁଛନ୍ତି ଅମିତାଭ । କ୍ୟାରିୟର ଆରମ୍ଭରୁ ତାଙ୍କ ଫିଲ୍ମ ଗୁଡିକ ଫ୍ଲପ ହୋଇଥିଲେ ମଧ୍ୟ ଆଜି ବଲିଉଡର ସେ ଜଣେ ଆଗଧାଢିର ତାରକା । କିନ୍ତୁ ଯଦି ଦେଖାଯାଏ,ତାଙ୍କ ଜୀବନରେ ଜୟା ବଚ୍ଚନଙ୍କ ଆଗମନ ପରେ ସେ ବଲିଉଡରେ ସଫଳତା ପାଇଥିଲେ।  ତାଙ୍କର ପ୍ରଥମ ସୁପରହିଟ୍ ଚଳଚ୍ଚିତ୍ର 'ଜଞ୍ଜିର'(Zanjeer) ଜୟାଙ୍କ ସହ ଥିଲା।  ଏହି ଫିଲ୍ମ ହିଟ୍ ହେବା ମାତ୍ରେ ବିବାହ କରିଥିଲେ ଜୟା ଓ ଅମିତାଭ । ପରେ ସେବେଠାରୁ  ବିଗ୍ ବି  ବଲିଉଡକୁ ଗୋଟିଏ ପରେ ଗୋଟିଏ ହିଟ ଫିଲ୍ମ ଦେଇଆସୁଛନ୍ତି । 

4/5

ସୈଫ ଅଲ୍ଲୀ ଖାନ: ଯେତେବେଳେ ସୈଫ ଅଲ୍ଲୀ ଖାନ୍  ଅଭିନେତ୍ରୀ ଅମୃତା ସିଂଙ୍କୁ ବିବାହ କରିଥିଲେ, ସେତେବେଳେ ସୈଫ ବଲିଉଡରେ ନୂଆ କରି କ୍ୟାରିୟର ଆରମ୍ଭ କରିଥିଲେ । ସେତେବେଳେ ତାଙ୍କୁ କୌଣସି ଫିଲ୍ମ ମିଳୁ ନଥିଲା । କିନ୍ତୁ ଯେତେବେଳେ ସେ ଅମୃତାଙ୍କୁ ବିବାହ କଲେ । ସେବେ ଠାରୁ ବଲିଉଡରେ ଅନେକ ପ୍ରୋଜେକ୍ଟ ତାଙ୍କୁ ମିଳିବାରେ ଲାଗିଲା । ଆଉ ରାତାରାତି ଷ୍ଟାର ବନିଗଲେ ସେ । 

 

5/5

ଶାହରୁଖ ଖାନ: ଶାହାରୁଖ ଖାନଙ୍କ ପ୍ରଥମ ଚଳଚ୍ଚିତ୍ର ଥିଲା 'ଦିୱାନା', ରିଲିଜ ପୂର୍ବରୁ ସେ ଗୌରୀଙ୍କୁ ବିବାହ କରିଥିଲେ। ବିବାହ ପରେ ଯେତେବେଳେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ମୁକ୍ତିଲାଭ କଲା, ସେତେବେଳେ ଏହା ଏକ ଜବରଦସ୍ତ ହିଟ୍ ହୋଇଗଲା। ସେବେଠାରୁ ଆଜି ପର୍ଯ୍ୟନ୍ତ ସେ ବଲିଉକୁ ଅନେକ ସୁପରହିଟ ଫିଲ୍ମ ଦେଇ ଆସୁଛନ୍ତି  ।