Advertisement
photoDetails0hindi

Indian Cricketer: କୌଣସି ବଲିଉଡ଼ ଷ୍ଟାର ଠାରୁ କମ ନୁହଁନ୍ତି IPLର ଏହି ୫ ଜଣ ଷ୍ଟାର କ୍ରିକେଟର

Indian cricketer: ଅନେକ ଭାରତୀୟ ଖେଳାଳି ଫିଲ୍ଡରେ ନିଜର ଚର୍ମତ୍କାର ପ୍ରଦର୍ଶନ ସହ ଫ୍ୟାଶନ ଓ ଜବରଦସ୍ତ ଲୁକ ପାଇଁ ମଧ୍ଯ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି । ଅନେକ ସମୟରେ ଲୋକେ ସେମାନଙ୍କ ଲୁକ୍ସ ଓ ଫ୍ୟାଶକୁ ଅନୁସରଣ ମଧ୍ଯ କରନ୍ତି । ବିରାଟ କୋହଲି ଠାରୁ ଆରମ୍ଭ କରି ଅନେକ ଯୁବ କ୍ରିକେଟର ନିଜ ଲୁକ୍ସ ଉପରେ ବିଶେଷ ଧ୍ଯାନ ଦେଇଥାଆନ୍ତି । ତେବେ ଚଳିତବର୍ଷ ମାର୍ଚ୍ଚ ୩୧ ତାରିଖରୁ ଆଇପିଏଲର ୧୬ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି । ତେବେ ଅନେକ ସମୟରେ ଚୌକା ଛକ୍କା ସହ ଏମିତି ଅନେକ ଖେଳାଳି ଅଛନ୍ତି ଯେଉଁମାନେ ନିଜ ଲୁକ୍ସରେ ଫ୍ୟାନ୍ସଙ୍କୁ ଆର୍କଷିତ କରିଥାଆନ୍ତି ।

1/5

ବିରାଟ କୋହଲି(virat kohli ): ଦୁନିଆର ସବୁଠୁ ଫିଟ୍ କ୍ରିକେଟର ଭାବେ ଜଣାସୁଣା କୋହଲି । ଭାରତର ଏହି ପୂର୍ବତନ ଅଧିନାୟକଙ୍କ ଷ୍ଟାଇଲ, ଲୁକ୍ସ ଓ ଫ୍ୟାଶନ ପଛରେ ସାରା ଦୁନିଆ ପାଗଳ । ସବୁବେଳେ କାଜୁଆଲ ଲୁକ୍ସରେ ନଜର ଆସୁଥିବା ବିରାଟ ମଧ୍ଯ ଆସେସୋରିଜ ପିନ୍ଧିବାକୁ ବେଶ ପସନ୍ଦ କରିଥାଆନ୍ତି । ହ୍ୟାଣ୍ତସମ ବିରାଟଙ୍କ ଲୁକ୍ସ ପଛରେ ବହୁ ଯୁବତୀ ମଧ୍ୟ ପାଗଳ ।

2/5

ହାର୍ଦ୍ଦିକ ପାଣ୍ତ୍ୟା (Hardik Pandya ): ଫ୍ୟାସନ ମାମଲାରେ ସବୁଠୁ ଆଗରେ ରହିଥାଆନ୍ତି ଗୁଜୁରାଟ ଟାଇଟାନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ତ୍ୟା । ଭାରତର ଏହି ଅଭିଜ୍ଞ ଅଲରାଉଣ୍ତର ନିଜ ଫ୍ୟାଶନ ଓ ଷ୍ଟାଇଲ ଲୁକରେ ବଡ଼ ବଡ଼ ବଲିଉଡ଼ ତାରକାକୁ ମଧ୍ୟ ପଛରେ ପକାଇଥାଆନ୍ତି। ହାର୍ଦ୍ଦିକ ସବୁବେଳେ କୁଲ ଓ ଟ୍ରେଣ୍ତି ପୋଷାକ ପିନ୍ଧି ଥାଆନ୍ତି । ୨୯ ବର୍ଷିୀୟ ଏହି ଯୁବ କ୍ରିକେଟର ଆସେସୋରିଜ୍ ପିନ୍ଧିବାକୁ ବେଶ ପସନ୍ଦ କରିଥାଆନ୍ତି । ଫନଙ୍କି(Funky) ପୋଷାକ ପିନ୍ଧିବା ସହ ହାତରେ ମୁଦି, ବେକରେ ଲମ୍ବା ଚେନ ଓ ମହଙ୍ଗା ଘଣ୍ଟା ପିନ୍ଧି ବେଶ କୁଲ ଲୁକରେ ନଜର ଆସନ୍ତି ହାର୍ଦ୍ଦିକ ।

3/5

ଇଶାନ୍ କିଶନ(Ishan Kishan): ମୁମ୍ବାଇ ଇଣ୍ତିଆନ୍ସର ୱିକେଟ୍ କିପର ଇଶାନ୍ କିଶନ୍ ମଧ୍ଯ ଫ୍ୟାଶନେବଲ ଭାରତୀୟ କ୍ରିକେଟର ମଧ୍ଯରୁ ଜଣେ । ଲୋକମାନେ ମଧ୍ଯ ଇଶାନ୍ କିଶନଙ୍କ ଫ୍ୟାଶନକୁ ଅନୁସରଣ କରନ୍ତି । ଫରମାଲ ଡ୍ରେସରେ ଇଶାନ୍ କିଶନ୍ କୌଣସି ହିରୋଠାରୁ ମଧ୍ଯ କମ ଲାଗନ୍ତି ନାହିଁ । ଇଶାନ୍ ମଧ୍ଯ କୁଲ ଲୁକ୍ସ ପାଇଁ ଆସେସୋରିଜ ପିନ୍ଧିଥାଆନ୍ତି । ପୂର୍ବରୁ ମଧ୍ଯ ନିଜର ଫ୍ୟାଶନ ଓ ଡ୍ରେସ ପାଇଁ ସେ ଚର୍ଚ୍ଚାରେ ରହିଆସିଛନ୍ତି ।

4/5

ଶିଖର ଧାୱନ (Shikhar Dhawan ): ଟିମ ଇଣ୍ତିଆର ଗବର ଭାବେ ପରିଚିତ ଶିଖର ଧାୱନ ନିଜ କେଶକୁ ବେଶ ପସନ୍ଦ କରିଥାଆନ୍ତି । ସବୁବେଳେ ସେ ସବୁବେଳେ ନିଜ କେଶ ଉପରେ ଏକ୍ସରିମେଣ୍ଟ କରୁଥିବା ଦେଖିବାକୁ ମିଳିଥାଏ । ସବୁବେଳେ ସିପଲ ଲୁକରେ ନଜର ଆସୁଥିବା ଶିଖର ନିଜର ଫିଟନେସ ଉପରେ ଧ୍ଯାନ ଦେଇଥାଆନ୍ତି । ଲୋକେ ଧାୱନଙ୍କ ପ୍ରିଣ୍ଟେଟ ସାର୍ଟକୁ ବହୁ ପସନ୍ଦ କରିଥାଆନ୍ତି । ୨୦୨୩ରେ ଶିଖର ପଞ୍ଜାବ କିଙ୍ଗସ ପକ୍ଷରୁ ପଡିଆକୁ ଓହ୍ଲାଇବେ ଗବର ।

5/5

ଶୁବମାନ ଗିଲ: (Shubman Gill): ଆଜିକାଲି ବେଶ ଚର୍ଚ୍ଚାରେ ରହିଛନ୍ତି ଭାରତୀୟ କ୍ରିକେଟ ଦଳର ଯୁବ ଓପନର ଶୁବମାନ ଗିଲ । ତାଙ୍କ ଲୁକ୍ସ କୌଣସି ମଡ଼େଲଙ୍କ ଠାରୁ କମ୍ ନୁହେଁ । ପ୍ରିଣ୍ଟଟ ସାର୍ଟ ଓ ଆସେସୋରିଜ୍ ପାଇଁ ଗିଲ୍ ମଧ୍ୟ ପାଗଳ । ଏହି ଲୁସ୍ସରେ ସେ ବହୁତ ହଟ୍ ଦେଖାଯାଆନ୍ତି । ଚଳିତ ଆଇପିଏଲରେ ୧୬ରେ ସେ ଗୁଜୁରାଟ ଟାଇଟାନ୍ସରୁ ପକ୍ଷରୁ ପଡ଼ିଆକୁ ଓହ୍ଲାଇବେ ।