Advertisement
photoDetails0hindi

Holi 2023: ବିବାହ ପରେ ପ୍ରଥମ ହୋଲି ପାଳିବେ ଏହି ସବୁ ସେଲିବ୍ରେଟି ଦମ୍ପତି

Holi 2023: ଦିନ କେଇଟା ପରେ ଆସିବ ରଙ୍ଗର ପର୍ବ ହୋଲି । ଛୋଟରୁ ବୟସ୍କ ସବୁ ବର୍ଗର ଲୋକେ ହୋଲିକୁ ବେଶ ଧୁମଧାମରେ ପାଳନ କରିଥାଆନ୍ତି । ୨୦୨୨ରୁ ୨୦୨୩ ମସିହାରେ ହାତକୁ ଦି ହାତ ହୋଇଛନ୍ତି ବହୁ ସେଲିବ୍ରେଟି । ତେବେ ବିବାହ ପରେ ଏହା ସେମାନଙ୍କର ହେବ ପ୍ରଥମ ହୋଲି । ଆସନ୍ତୁ ବିବାହ ପରେ କେଉଁ ସେଲିବ୍ରେଟି ପାଳିବେ ସେମାନଙ୍କ ପ୍ରଥମ ହୋଲି ।

1/4

First Holi of Siddarth Malhotra and Kiara Advani: ବିବାହ ପରେ ପ୍ରଥମ ଥର ହୋଲି ପାଳନ କରିବାରେ ସିଦ୍ଧାର୍ଥ ମଲହୋତ୍ରା ଓ କିଆରା ଆଡ଼ଭାନୀ । ଏହି ଷ୍ଟାର କପଲଙ୍କ ଫେବୃୟାରୀ ୭ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ତେବେ ଉଭୟ ପଞ୍ଜାବୀ ହୋଇଥିବାରୁ ଏହି ହୋଲି ସେମାନଙ୍କ ପାଇଁ ବେଶ ଖାସ ଅଟେ । କାରଣ ପଞ୍ଜାବୀ ପରିବାରରେ ହୋଲି ଓ ଦିପାବଳୀକୁ ବେଶ ଧୁମଧାମରେ ପାଳନ କରାଯାଇଥାଏ ।

2/4

First Holi of Athiya Shetty and kl Rahul: ୨୦୧୫ ମସିହାରେ ‘ହିରୋ’ ଫିଲ୍ମରୁ କ୍ୟାରିୟର ଆରମ୍ଭ କରିଥି୍ବା ସୁନୀଲ ସେଟ୍ଟୀଙ୍କ ଲାଡ଼ଲୀ ଆଥିଆ ସେଟ୍ଟୀ ଗତ ଜାନୁୟାରୀ ମାସରେ ବୟଫ୍ରେଣ୍ତ ତଥା ଭାରତୀୟ କ୍ରିକେଟ ଦଳର ଉପ- ଅଧିନାୟକ କେ.ଏଲ ରାହୁଲଙ୍କୁ ବିବାହ କରିଥିଲେ । ତେବେ ଏଥର ହୋଲିରେ ସୁନୀଲ ସେଟ୍ଟୀ ଜ୍ବାଇଁଙ୍କୁ କଣ ଉପହାର ଦେଉଛନ୍ତି ତାହା ଦେଖିବାକୁ ବାକି ରହିଲା, କାରଣ ଖାସ କରି ମହାରାଷ୍ଟ୍ରରେ ହୋଲିରେ ଉପହାରର ଦେବାର ପରମ୍ପରା ରହିଛି ।

3/4

First holi of Alia Bhat and Ranbir kapoor: ପରସ୍ପରକୁ ବର୍ଷେ ଡ଼େଟ କରିବା ପରେ ବିବାହ କରଥିଲେ ଆଲିଆ ଓ ରଣବୀର । ଏହ ଷ୍ଟାର କପଲଙ୍କ ପାଇଁ ଚଳିତ ବର୍ଷ ହୋଲି ବେଶ ଖାସ ଅଟେ, କାରଣ ବିବାହ ଓ ଝିଅ ‘ରାହା’ ଜନ୍ମ ହେବା ପରେ ଏହା ସେମାନଙ୍କର ପ୍ରଥମ ହୋଲି ଅଟେ ।

4/4

First holi of Sohael kathuriya and Hansika Motwani: ସାଉଥ ଓ ପଞ୍ଜାବର ବୋଲ୍ଡ ଆଣ୍ତ ହଟ୍ ଅଭିନେତ୍ରୀ ହନସିକା ଇଣ୍ଟରପ୍ରାଇଜର ସୋହେଲଙ୍କୁ ୨୦୨୨ ମସିହା ୪ ଡ଼ିସେମ୍ବରରେ ବିବାହ କରିଥିଲେ । ଏହି ବିବାହଟି ତାଙ୍କ ପାଇଁ ବେଶ ଖାସ ବୋଲି ହନସିକା କହିଥିଲେ, କାରଣ ସୋହେଲଙ୍କୁ ବିବାହ ପାଇଁ ହିଁ କରିବାକୁ ସେ ୭ରୁ ୮ ବର୍ଷ ସମୟ ନେଇଥିଲେ ।