Advertisement
photoDetails0hindi

Grahan 2024: ଚନ୍ଦ୍ର ଗ୍ରହଣର ୧୫ ଦିନ ପରେ ଲାଗିବ ସୂର୍ଯ୍ୟ ପରାଗ, ଚମକିବ ଏହି ୪ ରାଶିଙ୍କ ଭାଗ୍ୟ!

Grahan 2024:  ଖୁବଶୀଘ୍ର ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଏହାର ୧୫ ଦିନ ପରେ ସୂର୍ଯ୍ୟ ପରାଗ ଲାଗିବାକୁ ଯାଉଛି । ତେବେ ଏହି ପରାଗ ଓ ଗ୍ରହଣ ୪ଟି ରାଶି ପାଇଁ ଅତ୍ୟନ୍ତ ଶୁଭ ପ୍ରମାଣିତ ହେବ ।

1/5

ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ମାର୍ଚ୍ଚ ୨୫ ତାରିଖ ଅର୍ଥାତ୍ ରବିବାର ଦିନ ଲାଗିବ । ଏହି ଦିନ ହୋଲି ପାଳନ କରାଯିବ । ଏହାର ୧୫ ଦିନ ପରେ ଅର୍ଥାତ୍ ଏପ୍ରିଲ ୮ରେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଲାଗିବ ।

2/5

ମେଷ ରାଶି- ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ ମେଷ ରାଶିର ବ୍ୟକ୍ତି ବିଶେଷଙ୍କୁ ଶୁଭ ଫଳାଫଳ ପ୍ରଦାନ କରିବ । ଏହି ଅବଧି ମଧ୍ଯରେ ବ୍ୟବସାୟରେ ଅଗ୍ରଗତି ସହ ଲାଭ ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଆକସ୍ମିକ ଧନ ଲାଭ ହେବ ।

3/5

ମିଥୁନ ରାଶି- ସେହିପରି ଏହି ଗ୍ରହଣ ଓ ପରାଗ ମିଥୁନ ରାଶି ପାଇଁ ମଧ୍ଯ ଶୁଭ ସାବ୍ୟସ୍ତ ହେବ। ଦୀର୍ଘ ଦିନରୁ ଅଟକି ଥିବା ଅର୍ଥ ଫେରସ୍ତ ମିଳିବ । ଆର୍ଥିକ ସ୍ଥିତିରେ ଉନ୍ନତି ହେବ । ଚାକିରି ସହ ପଦୋନ୍ନତି ମିଳିବ ।

4/5

ସିଂହ ରାଶି- ସିଂହ ରାଶି ପାଇଁ ମଧ୍ଯ ଏହା ଉତ୍ତମ ଫଳଦାୟୀ ରହିବ । ଫଳରେ ଦୀର୍ଘ ଦିନର ସମସ୍ୟା ଦୂର ହେବ । ଜୀବନରେ ବଡ଼ ପରିବର୍ତ୍ତନ ଆସିବ । ବିଦେଶ ଭ୍ରମଣ ନେଇ ଯୋଗ ରହିଛି ।

5/5

 ଧନୁ ରାଶି - ଏହି ସୂର୍ଯ୍ୟପରାଗ ଓ ଗ୍ରହଣ ଧନୁ ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟକୁ ଉଜ୍ଜ୍ୱଳ କରିବ । ସଫଳତା ମିଳିବା ସହ ନୂତନ କାର୍ଯ୍ୟ ଆରମ୍ଭ ନେଇ ବାଟ ଫିଟିବ । ପରିବାରରେ ସୁଖ ଶାନ୍ତି ବଜାୟ ରହିବ । ଗୁରୁଜନଙ୍କ ଆର୍ଶୀବାଦ ଯୋଗୁଁ କଠିନ କାମ ସହଜରେ ହୋଇଯିବ ।