Urvashi Rautela: ଋଷଭ ପନ୍ତ ନୁହଁନ୍ତି ବରଂ ଏହି ଫୁଟବଲରଙ୍କୁ ଡେଟ୍ କରୁଛନ୍ତି ଉର୍ବଶୀ ରୌତେଲା? ଭାଇରାଲ ହେଉଛି ଫଟୋ

Written ByZee Odisha Desk
Published: Apr 13, 2024, 05:16 PM IST|Updated: Apr 13, 2024, 05:18 PM IST
1/6

Urvashi Rautela: ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ପ୍ରାୟତଃ ଖବରରେ ଥାଆନ୍ତି। ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ନିକଟରେ ଋଷଭ ପନ୍ତଙ୍କ ସହ ଉର୍ବଶୀଙ୍କ ନାମ ଯୋଡ଼ା ଯାଇଥିଲା। ତେବେ ଏ ସମ୍ପର୍କରେ ପନ୍ତଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ନଥିଲା। ବର୍ତ୍ତମାନ ଉର୍ବଶୀଙ୍କ ନାମ ଜଣେ ଫୁଟବଲର୍ ସହିତ ଯୋଡା ଯାଉଛି।

 

2/6

ବାସ୍ତବରେ, ଉର୍ବଶୀ ଫ୍ରାନ୍ସର ଫୁଟବଲର୍ କରିମ୍ ବେଞ୍ଜେମାଙ୍କୁ ଭେଟିଥିଲେ। ସେ ଏହି ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଫଟୋ ସେୟାର କରିବା ସହିତ ଉର୍ବଶୀ କ୍ୟାପସନରେ ଏକ ହାର୍ଟ ଇମୋଜି ମଧ୍ୟ ସେୟାର କରିଛନ୍ତି।

 

3/6

ଉର୍ବଶୀଙ୍କ ଏହି ଫଟୋରେ ଅନେକ ପ୍ରକାରର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଉର୍ବଶୀଙ୍କ ଏହି ଫଟୋ ଦେଖି ପ୍ରଶଂସକମାନେ ଉତ୍ସାହିତ ଅଛନ୍ତି। ସେ କରିମଙ୍କୁ ଡେଟ କରୁଛନ୍ତି ବୋଲି ଏକ ଗୁଜବ ମଧ୍ୟ ଚାଲିଛି। ତେବେ ଏ ସମ୍ପର୍କରେ ତାଙ୍କଠାରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ।

 

4/6

ଉର୍ବଶୀ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ଇନଷ୍ଟାଗ୍ରାମରେ ୭୦ ମିଲିୟନରୁ ଅଧିକ ଲୋକ ତାଙ୍କୁ ଫଲ୍ଲୋ କରନ୍ତି। ସେ ୭୪ ଜଣଙ୍କୁ ମଧ୍ୟ ଫଲ୍ଲୋ କରନ୍ତି। ଏଥିରେ ଥିବା ଅଧିକାଂଶ ଲୋକ ବଲିଉଡ ଇଣ୍ଡଷ୍ଟ୍ରିର।

 

5/6

ଉର୍ବଶୀଙ୍କ ପ୍ରେମ ଜୀବନକୁ ନେଇ ଅନେକ ପ୍ରକାରର ଖବର ଆସିଛି। ତାଙ୍କ ନାମ ଋଷଭ ପନ୍ତଙ୍କ ସହ ମଧ୍ୟ ଯୋଡ଼ାଯାଇ ବହୁତଥର ଚର୍ଚ୍ଚା ହୋଇଛି। ସେ ଋଷବଙ୍କ ମ୍ୟାଚ୍ ଦେଖିବା ପାଇଁ ଷ୍ଟାଡିୟମରେ ମଧ୍ୟ ପହଞ୍ଚିଛନ୍ତି। କିନ୍ତୁ ଏହି ପ୍ରସଙ୍ଗରେ ପନ୍ତଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ନଥିଲା।

 

6/6

ଆଜିକାଲି ଋଷଭ ପନ୍ତ ଆଇପିଏଲ ଖେଳିବାରେ ବ୍ୟସ୍ତ ଅଛନ୍ତି। ସେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ। ଦୀର୍ଘ ସମୟ ପରେ ପନ୍ତ କ୍ରିକେଟ ମୈଦାନକୁ ଫେରିଛନ୍ତି। ଏକ କାର ଦୁର୍ଘଟଣା ଯୋଗୁଁ ସେ ଦୀର୍ଘ ସମୟ ଧରି ଖେଳ ପଡିଆରୁ ଦୂରଇ ରହିଥିଲେ।