Advertisement
Photo Details/zeeodisha/odisha1748160
photoDetails0hindi

expensive hotel in world: ବିଶ୍ୱର ସବୁଠାରୁ ମହଙ୍ଗା ହୋଟେଲ, ଗୋଟିଏ ଦିନର ଭଡ଼ା ଶୁଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ

Luxury Submarine Hotel: ବିଶ୍ୱର ସବୁଠାରୁ ମହଙ୍ଗା ହୋଟେଲ ବିଷୟରେ ଆପଣ ଜାଣିଛନ୍ତି? ଯାହାର ଗୋଟିଏ ଦିନର ଭଡ଼ା ବଦଳରେ ଆପଣ ଏକ ବିଳାସପୂର୍ଣ୍ଣ ଘର ମଧ୍ୟ କିଣିପାରିବେ।  

1/5

ଆମେ ଆପଣଙ୍କୁ ଯେଉଁ ହୋଟେଲ ବିଷୟରେ କହୁଛୁ, ତାହାର ଭଡା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ହୋଟେଲ ଭଡ଼ା ବଦଳରେ ଆପଣ ଏକ ବିଳାସପୂର୍ଣ୍ଣ ଘର ମଧ୍ୟ କିଣିପାରିବେ। ଏହି ହୋଟେଲ ବିଷୟରେ ସବୁଠାରୁ ବିଶେଷ କଥା ହେଉଛି ଏହା ପାଣି ଭିତରେ ନିର୍ମିତ ଏବଂ ଏଠାରେ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ ରହିଛି।

2/5

ଏହି ହୋଟେଲ ଠାରେ ଆପଣଙ୍କୁ ସମ୍ପୂର୍ଣ୍ଣ ବ୍ୟକ୍ତିଗତ କର୍ମଚାରୀ ଯୋଗାଇ ଦିଆଯିବ। ଏପରିକି ଆପଣଙ୍କୁ ବ୍ୟକ୍ତିଗତ ରୋଷେଇ ଦିଆଯିବ। ଦର୍ଶନୀୟ ସ୍ଥାନ ପରିଦର୍ଶନ ପାଇଁ ଆପଣଙ୍କୁ ମଧ୍ୟ ବ୍ୟକ୍ତିଗତ ହେଲିକ୍ୟାପ୍ଟର ମଧ୍ୟ ପ୍ରଦାନ କରାଯିବ। ଯେତେବେଳେ ଆପଣ ଯାହା ଖାଇବାକୁ ଚାହାଁନ୍ତି, ତାହା ଏଠାରେ ରନ୍ଧାଯାଇ ତୁରନ୍ତ ଆପଣଙ୍କୁ ଯୋଗାଇ ଦିଆଯିବ।

3/5

ଆପଣ ନିଶ୍ଚିତ ଭାବରେ ଭାବୁଥିବେ କେଉଁଠାରେ ଏପରି ହୋଟେଲ ନିର୍ମାଣ କରାଯାଇଛି। ଆମେ ଯେଉଁ ହୋଟେଲ ବିଷୟରେ ଆପଣଙ୍କୁ କହୁଛୁ ତାହା ହେଉଛି ବିଳାସପୂର୍ଣ୍ଣ ସବମେରାଇନ୍ ହୋଟେଲ। ଯାହା "ଦି ଲଭର୍ସ ଡୀପ୍" ନାମରେ ଜଣାଶୁଣା। ଏହି ହୋଟେଲ ହେଉଛି ବିଶ୍ୱର ସବୁଠାରୁ ମହଙ୍ଗା ହୋଟେଲ। 

4/5

ବିଳାସପୂର୍ଣ୍ଣ ସବମେରାଇନ୍ ହୋଟେଲ "ଦି ଲଭର୍ସ ଡୀପ୍" ଏକ ବୁଡ଼ାଜାହାଜ ମଧ୍ୟରେ ରହିଛି। ଏହି ହୋଟେଲ କାରିବିଆନ୍ ଦ୍ୱୀପ ରାଷ୍ଟ୍ର ସେଣ୍ଟ ଲୁସିଆ ଠାରେ ଅବସ୍ଥିତ ରହିଛି। ଏକ ରୋମାଣ୍ଟିକ୍ ଅନୁଭୂତି ଦେବା ପାଇଁ ଏପରି ବୁଡ଼ାଜାହାଜ ହୋଟେଲ ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରାଯାଇଛି। ଯେଉଁମାନେ ଏଠାରେ ଅବସ୍ଥା କରନ୍ତି ସେମାନେ ଜଳଭଣ୍ଡାରର ସମୁଦ୍ରର ଆକର୍ଷଣୀୟ ଦୃଶ୍ୟ ଦେଖିବାକୁ ପାଇଥାନ୍ତି।

5/5

ବୁଡ଼ାଜାହାଜ ଆପଣଙ୍କୁ ଗଭୀର ନୀଳ ସମୁଦ୍ର ଦେଇ ନେଇଥାଏ। ୟେଉଁଠାରେ ଆପଣ ସମୁଦ୍ରର ସର୍ବୋତ୍ତମ ଦୃଶ୍ୟ ଦେଖିବାକୁ ପାଇବେ। ଯଦି ଏହି ହୋଟେଲ ଭଡା ବିଷୟରେ କୁହାଯାଏ, ତାହେଲେ ଏଠାରେ ରହିବାକୁ ଆପଣଙ୍କୁ ପ୍ରାୟ ୨ ଲକ୍ଷ ୯୨ ହଜାର ଆମେରିକୀୟ ଡଲାର୍ ଦେବାକୁ ପଡ଼ିବ। ଅର୍ଥାତ୍ ଏହି ହୋଟେଲ ଠାରେ ଗୋଟିଏ ଦିନ ରହିବା ପାଇଁ ଆପଣଙ୍କୁ ଭାରତୀୟ ମୁଦ୍ରାରେ ୨ କୋଟି ୧୭ ଲକ୍ଷ ୩୪ ହଜାର ୪୫୦ ଟଙ୍କା ଦେବାକୁ ପଡିବ।