Advertisement
Photo Details/zeeodisha/odisha1542361
photoDetails0hindi

Cancer Causing Food: କେବଳ ତେଲ ମସଲା ନୁହେଁ, ଏହି ୫ଟି ସୁସ୍ଥକର ଖାଦ୍ୟ ବି କ୍ୟାନସର ହେବାର ମୁଖ୍ୟ କାରଣ

Cancer Causing Food: ଏକ ଘାତକ ଓ ଜୀବନ ନେଲା ଭଳି ରୋଗ ହେଉଛି କ୍ୟାନସର। ଯଦି ଦେଖିବା କ୍ୟାନସର ହେବାର ଅନେକ କାରଣ ରହିଛି। ମାତ୍ର ଖାଦ୍ୟପେୟର ଅନିୟମିତତା କାରଣରୁ କ୍ୟାନସରର କାରଣ ଓ ସମସ୍ୟା ବି ବୃଦ୍ଧି ପାଇଥାଏ । କିଛି ଆଧାରରେ ଏହା ମଧ୍ୟ କୁହାଯାଏ ଯେ, ମଦ ପିଇବା ତେଲ ମସଲା ଖାଇବା, ଲୁଣ ଓ ମସାଲାଦାର ଖାଦ୍ୟ କାରଣରୁ କ୍ୟାନସର ହୋଇଥାଏ। କିଛିମାତ୍ରାରେ ଏହା ସଠିକ୍ ଭାବେ ମଧ୍ୟ ପରିଗଣିତ କରାଯାଏ । ହେଲେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଦୈନନ୍ଦିନ ଜୀବନରେ ବ୍ୟବହାର କରାଯାଉଥିବା କିଛି ଖାଦ୍ୟ ମଧ୍ୟ କ୍ୟାନସରର ମୁଖ୍ୟ କାରଣ ହୋଇପାରେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ, ବିଶ୍ୱରେ କ୍ୟାନସର ହେଉଛି ମୃତ୍ୟୁର ଦ୍ୱିତୀୟ ପ୍ରମୁଖ କାରଣ । ଆପଣଙ୍କ ଜୀବନଶୈଳୀ ହିଁ ଠିକ୍ କରେ କି ଆପଣ କ୍ୟାନସରକୁ ଆମନ୍ତ୍ରଣ କରୁଛନ୍ତି ନା ନାହିଁ। ଏହା ଜରୁରୀ ନୁହେଁ ଯେ କେବଳ ଅସ୍ୱାସ୍ଥ୍ୟକର ଜିନିଷ ଖାଇବା ଦ୍ୱାରା କର୍କଟ ରୋଗ ହେବାର ଆଶଙ୍କା ବଢିଥାଏ। ପ୍ରତିଦିନ କ୍ଷୀର ଏବଂ ଦହି ଭଳି ଜିନିଷ ମଧ୍ୟ କର୍କଟ ରୋଗର କାରଣ ହୋଇପାରେ ।

 

ମାଛ

1/5
ମାଛ

ମାଛ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ହୋଇଥାଏ । ଏଥିରେ ଓମେଗା ଥ୍ରୀ ଫ୍ୟାଟି ଏସିଡ୍ ଏବଂ ପ୍ରୋଟିନ୍ ଠାରୁ ଆରମ୍ଭ କରି ବିଭିନ୍ନ ପୋଷକ ତତ୍ତ୍ୱ ମିଳିଥାଏ । ତଥାପି, ଯଦି ଆପଣ ଲୁଣି ମାଛ ଖାଆନ୍ତି, ତେବେ ଆପଣଙ୍କୁ କର୍କଟ ରୋଗ ହେବାର ଆଶଙ୍କା ରହିପାରେ। ଲୁଣିଆ ମାଛ ସେହି ମାଛକୁ ବୁଝାଏ ଯାହା ଲୁଣ ବ୍ୟବହାର କରି ଦୀର୍ଘ ସମୟ ଧରି ସଂରକ୍ଷିତ ହୋଇ ରହିଥାଏ । ଏହି ପଦ୍ଧତି ଏସିଆ ଏବଂ ଚାଇନାରେ ବ୍ୟବହୃତ ହୁଏ । ଏହି ପଦ୍ଧତି କର୍କିନୋଜେନିକ୍ ଗୁଣ ସୃଷ୍ଟି କରିପାରିବ, ଯାହା ମଣିଷରେ କର୍କଟ ସୃଷ୍ଟି କରିପାରେ।

ଦୁଗ୍ଧଜାତ ଦ୍ରବ୍ୟ

2/5
ଦୁଗ୍ଧଜାତ ଦ୍ରବ୍ୟ

କ୍ଷୀର, ପନୀର ଓ ଦହି ଭଳି ଦୁଗ୍ଧଜାତ ଦ୍ରବ୍ୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ପ୍ରୋଟିନ୍ ଏବଂ କ୍ୟାଲସିୟମ୍ ପରି ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱରେ ଭରପୂର, ଏହି ଜିନିଷଗୁଡିକର ନିୟମିତ ବ୍ୟବହାର ଶକ୍ତିଶାଳୀ ମାଂସପେଶୀ ଏବଂ ହାଡ ଗଠନରେ ସାହାଯ୍ୟ କରେ । ତଥାପି, କେତେକ ଦୁଗ୍ଧଜାତ ଦ୍ରବ୍ୟ ପ୍ରୋଷ୍ଟେଟ କର୍କଟ ହେବାର ଆଶଙ୍କା ବଢାଇପାରେ । ୨୦୧୪ର ରିପୋର୍ଟ ଅନୁଯାୟୀ, ଦୁଗ୍ଧଜାତ ଦ୍ରବ୍ୟ ଖାଇବା IGF-1 ସ୍ତରକୁ ବଢାଇଥାଏ । ଏହା ପ୍ରୋଷ୍ଟେଟ କର୍କଟ ସହିତ ଜଡିତ।

ମକା

3/5
ମକା

ମକା ଏପରି ଏକ ଶସ୍ୟ ଖାଇବା ଦ୍ୱାରା ଶରୀରକୁ ଅନେକ ଫାଇଦା ମିଳିଥାଏ। ମାତ୍ର ଯେତେବେଳେ ଏହାକୁ ମାଇକ୍ରୋୱବ୍ ରେ ପପକର୍ଣ୍ଣ ତିଆରି ପାଇଁ ପକାଯାଏ (PFOA) ନାମକ ତତ୍ୱରୁ ପାନକ୍ରିୟାଜ, କିଡନୀ, ଲିଭର ଓ ବ୍ଲାଡର କ୍ୟାନସର ମଧ୍ୟ ହୋଇଥାଏ। ପପକର୍ଣ୍ଣ ଏକ ହେଲଦି ସ୍ନାକସ୍ ଏହାକୁ ଘରର ଚୁଲାରେ ବନାଇବା ଉଚିତ୍ । 

 

ଆଳୁ

4/5
ଆଳୁ

ଆଳୁରେ କ୍ୟାଲସିୟମ, ଆଇରନ, ଭିଟାମିନ ବି, ଭିଟାମିନ୍ ଏ, ଭିଟାମିନ ଡି ଓ ଫସଫରସ ପରି ତତ୍ତ୍ୱ ରହିଥାଏ। ମାତ୍ର ଏହାକୁ ଯେତେବେଳେ ଚିପ୍ସ ଆକାରରେ ଖାଇବାକୁ ପଡ଼େ ତାହା କ୍ୟାନସରର କାରଣ ହୋଇଥାଏ। ଆଳୁ ଚିପ୍ସ ରେ ଥିବା ଲୁଣ ଓ ସେଚୁରେଟେଡ ଫ୍ୟାଟ ଶରୀରର ପାଇଁ ବିଲକୁଲ ଭଲ ନୁହେଁ। ଯାହା କ୍ୟାନସରର କାରଣ ହୋଇପାରେ।

 

ରେଡମିଟ୍

5/5
ରେଡମିଟ୍

ରେଡ ମିଟରେ ଆଇରନ,ଭିଟାମିନ୍ ବି-12, ଜିଙ୍କ ଓ ପ୍ରୋଟିନ ପରି ତତ୍ତ୍ୱ ର ଖଜାନା ରହିଛି। ଏହି ସେବନ ଦ୍ୱାରା ମାଂସପେଶୀର ବିକାଶ ଓ ହାଡକୁ ମଜଭୁତ୍ କରିବାକୁ ହୋଇଥାଏ। ହେଲେ ଏହାର ମାତ୍ରାଧିକ ସେବୱନ କିଛି ମାତ୍ରାରେ କ୍ୟାନସରର କାରକ ମଧ୍ୟ ହୋଇପାରେ। କ୍ୟାନସର ର ବିପଦକୁ କମ୍ କରିବାକୁ ଆପଣଙ୍କୁ ପ୍ରତି ସପ୍ତାହରେ ୬୫ ରୁ ୧୦୦ ଗ୍ରାମ ପର୍ଯ୍ୟନ୍ତ ଅଧିକ ସିଝା ବା ରୋଷେଇ ହୋଇଥିବା ମାଂସ ଖାଇବା ଉଚିତ୍ ନୁହେଁ। 

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଜି ଓଡିଶା ଏହାକୁ ନିଶ୍ଚିତ କରେ ନାହିଁ । କେବଳ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ପରେ ଏହାକୁ ଅନୁସରଣ କରନ୍ତୁ ।)