Advertisement
photoDetails0hindi

Test Cricket: ଗୋଟିଏ ଟେଷ୍ଟରେ ସମସ୍ତ ୧୧ ଖେଳାଳିଙ୍କୁ ଆଉଟ୍ କରିଛନ୍ତି ଏସବୁ ବୋଲର, ୪ ଜଣ ଏସୀୟ ବୋଲର ସମେତ ଜଣେ ଭାରତୀୟ ସାମିଲ

Dismisssd all 11 batters in a test: ଜଣେ ବୋଲରଙ୍କ ପାଇଁ ବିରୋଧୀ ଦଳର ସମସ୍ତ ୧୧ ଜଣ ବ୍ୟାଟ୍ସମ୍ୟାନ୍ (ଉଭୟ ଇନିଂସ ସମେତ) ଗୋଟିଏ ଟେଷ୍ଟରେ ଆଉଟ କରିବା ଅତ୍ୟନ୍ତ କଷ୍ଟକର ମନେହୁଏ । ରେଡ୍ ବଲ୍ କ୍ରିକେଟରେ ଏପର୍ଯ୍ୟନ୍ତ ୬ ଜଣ ବୋଲର ଏହି ଅନନ୍ୟ ସଫଳତା ହାସଲ କରିଛନ୍ତି । ଭାରତର ଜଣେ ବୋଲରଙ୍କ ସମେତ ୪ ଜଣ ଏସୀୟ ଖେଳାଳିଙ୍କ ପାଖରେ ମଧ୍ୟ ଏହି ରେକର୍ଡ କରିଛନ୍ତି । ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ ...

1/6

ଶ୍ରୀଲଙ୍କା ଅଫ୍ ସ୍ପିନର ମୁରଲୀଧରନ୍ ଅକ୍ଟୋବର ୨୦୦୦ ରେ ଶେଷ ଥର ପାଇଁ ଟେଷ୍ଟ କ୍ରିକେଟରେ ଗୋଟିଏ ଟେଷ୍ଟରେ ସମସ୍ତ ୧୧ ଜଣ ଖେଳାଳିଙ୍କୁ ଆଉଟ୍ କରିବାର ରେକର୍ଡ କରିଥିଲେ । 

2/6

ଟେଷ୍ଟ କ୍ରିକେଟରେ ଏହି ସଫଳତା ହାସଲ କରିଥିବା ଇଂଲଣ୍ଡର ଅଫ୍ ବ୍ରେକ୍ ବୋଲର ଜିମ୍ ଲେକର ପ୍ରଥମ ହୋଇଥିଲେ । ଜୁଲାଇ ୧୯୫୬ ରେ ମଞ୍ଚେଷ୍ଟରରେ ଅନୁଷ୍ଠିତ ଟେଷ୍ଟରେ ସେ ସମସ୍ତ ୧୧ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନଙ୍କୁ ସେ ଆଉଟ୍ କରିଥିଲେ । 

3/6

ଭାରତର ଶ୍ରୀନିବାସରାଘବାନ୍ ଭେଙ୍କଟାରାଘବାନ୍ ମାର୍ଚ୍ଚ ୧୯୬୫ ରେ ଜିମ୍ ଲେକରଙ୍କ ୧୧ ୱିକେଟ୍ ସହ ସମାନ ହୋଇଥିଲେ । ସେ ଦିଲ୍ଲୀରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟରେ ୧୫୨ ରନ୍ ଦେଇ ୧୨ଟି ୱିକେଟ୍ ନେଇଥିଲେ ।

4/6

୧୯୭୯ ମସିହାରେ କାନପୁରରେ ଭାରତ ବିପକ୍ଷ ଉଭୟ ଇନିଂସରେ ଅଷ୍ଟ୍ରେଲିଆର ଜିଓଫ ଡାଇମକ ସମସ୍ତ ୧୧ ଜଣ ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିଥିଲେ । 

5/6

ନଭେମ୍ବର ୧୯୮୭ ରେ ଲାହୋରରେ ଇଂଲଣ୍ଡ ବିପକ୍ଷରେ ୧୦୧ ରନ୍ ଦେଇ ପାକିସ୍ତାନର ଅବଦୁଲ କାଦିର ୧୩ ୱିକେଟ୍ ନେଇଥିଲେ, ଯେଉଁଥିରେ ସେ ବିରୋଧୀ ଦଳର ସମସ୍ତ ୧୧ ବ୍ୟାଟ୍ସମ୍ୟାନ୍ଙ୍କୁ ଆଉଟ କରିବାରେ ସଫଳତା ହାସଲ କରିଥିଲେ ।

6/6

ପାକିସ୍ତାନର ଅନ୍ୟ ଜଣେ ବୋଲର ୱାକର ୟୁନିସ୍ ଅକ୍ଟୋବର ୧୯୯୦ ରେ ଫୌସଲାବାଦରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ କାଦିରଙ୍କ ଭଳି ଏପରି କରିସ୍ମା କରିଥିଲେ । ସେ ଏହି ମ୍ୟାଚରେ ୧୩୦ ରନ୍ ଦେଇ ୧୨ଟି ୱିକେଟ୍ ନେଇଥିଲେ ।