Advertisement
Photo Details/zeeodisha/odisha1749923
photoDetails0hindi

Horoscope Today 23 June 2023: ଏହି ସବୁ ରାଶି ପାଇବେ ଶୁଭଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଶୁକ୍ରବାର

Today Horoscope: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି। ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ..

1/12

ମେଷ ରାଶି(Aries): ଆଜି ପ୍ରତିଯୋଗିତାରେ ସଫଳତା ମିଳିବ। କର୍ମକ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି। ବନ୍ଧୁଙ୍କ ସହ ଯାତ୍ରା କରି ଖୁସି ହେବେ। ବକେୟା ଅର୍ଥ ପ୍ରାପ୍ତ ହେବ। ଶାରୀରିକ ସୁସ୍ଥତା ଅନୁଭବ କରିବେ।

2/12

ବୃଷ (Taurus): ଆକସ୍ମିକ ଆବଶ୍ୟକତା ଯୋଗୁଁ ଖର୍ଚ୍ଚର ପରିମାଣ ବୃଦ୍ଧି ପାଇବ। ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସାହାଯ୍ୟ ଓ ସମର୍ଥନ ଲାଭ କରିବେ। ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍‌ ବୁଝିବେ। ପରିବାରରେ ହସ ଖୁସିର ମାହୋଲ ରହିବ ।

3/12

ମିଥୁନ (Gemini): ପରିବହନ କ୍ଷେତ୍ରରେ ଲାଗିରହିଥିବା ସମସ୍ୟାର ସମାଧାନ ହେବ।  ଆପଣଙ୍କ ବ୍ୟବହାର ଅନ୍ୟମାନଙ୍କ ପସନ୍ଦଯୋଗ୍ୟ ନ ହେବା କାରଣରୁ ବିବାଦ ଉପୁଜିପାରେ। ପରିବାର ଲୋକଙ୍କ ସହଯୋଗ ମିଳିବ ।

4/12

କର୍କଟ (Cancer): ଆଶା କରୁଥିବା ଶୁଭ ଖବର ଶୁଣି ଖୁସି ହେବେ। ଦୀର୍ଘ ଦିନରୁ ଅଟକି ଥିବା କାର୍ଯ୍ୟ ପୂରଣ ହେବ । ଦାମ୍ପତ୍ୟ ଜୀବନରେ ଖୁସି ପରିଲିକ୍ଷିତ ହେବ । କୌଣସି ଜିନିଷକୁ ନେଇ ଦ୍ବନ୍ଦରେ ରହିବେ । ଘରେ ବନ୍ଧୁ ମିଳନ ଓ ନୂତନ ଅତିଥିଙ୍କ ଆଗମନ ଯୋଗୁଁ ଖୁସି ହେବେ। କର୍ମଚାରୀ ମାନେ ସୁଫଳ ପାଇବେ।

5/12

ସିଂହ (Leo): ଆଜି ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟା ଦୂର ହେବ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ। ଆଜି ସଭା ସମିତି, ସତ୍‌ସଙ୍ଗ, ଆଧ୍ୟାତ୍ମିକତା, ରାଜନୀତି, ପ୍ରଶାସନ କ୍ଷେତ୍ରରେ ଦିନଟି ଭଲରେ କଟିବ।

6/12

କନ୍ୟା (Virgo): ଆଜିର ଦିନ ଅର୍ଥ, ସମ୍ମାନ ଓ ବିଳାସବ୍ୟସନ ଲାଗି ବେଶ ଶୁଭ ଅଟେ । ଦୀର୍ଘ ଦିନରୁ ବାକି ରଖିଥବା ଟଙ୍କା ପ୍ରାପ୍ତି ହେବ । ଘରକୁ ସଜାଡ଼ିବାରେ ମନୋନିବେଶ କରିପାରନ୍ତି। ମନ ପ୍ରଫୁଲ୍ଲ ରହିବ।

7/12

ତୁଳା (Libra): ଦିନଟି ଆପଣଙ୍କ ପାଇଁ ବହୁ ଶୁଭଦାୟୀ ରହିବ, କିନ୍ତୁ ମାନସିକ ଅଶାନ୍ତି ଲାଗି ରହିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ମାଲିମକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହେବ।

8/12

ବିଛା (Scorpio): ମନ ଖୁସି ରହିଲେ ମଧ୍ୟ କାର୍ଯ୍ୟବ୍ୟସ୍ତତା ଅନୁଭବ କରିବେ । ଜ୍ୟେଷ୍ଠା ନକ୍ଷତ୍ର ଅଭାବ ଦୂରେଇବାର ପ୍ରୟାସ କଲେ ମଧ୍ୟ ଧାର କରଜ କରି ଆବଶ୍ୟକତା ଚଳାଇ ନେବେ। କ୍ରୀଡ଼ା, କଳା କ୍ଷେତ୍ରରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ।

9/12

ଧନୁ( Sagittarius): ଶିଳ୍ପ, ବାଣିଜ୍ୟ କାରବାର କ୍ଷେତ୍ର ଲାଗି ଦିନଟି ଶୁଭ ଅଟେ । ମନ ଭଲ ନ ଥିବା ହେତୁ କୌଣସି କାମକୁ ଭଲରେ କରିପାରିବେ ନାହିଁ। ରାଜନୀତିରେ ଓ ସାଙ୍ଗଠନିକ କ୍ଷେତ୍ରରେ ଜନ କଲ୍ୟାଣ କାର୍ଯ୍ୟ ହାତକୁ ନେଇ ପ୍ରଶଂସିତ ହେବେ।

10/12

ମକର( Capricorn): ସାଧାରଣ କଥାକୁ ନେଇ ସମ୍ପର୍କୀୟମାନେ ମନରେ ଭାବାନ୍ତର ସୃଷ୍ଟି କରିବ । ବିଳାସବ୍ୟସନ ପ୍ରତି ବିଶେଷ ଅନୁରକ୍ତି ଜାଗ୍ରତ ହେବ। ବନ୍ଧୁ ଓ ପାରିବାରିକ ସମର୍ଥନରେ ଅଗ୍ରଗାମୀ ହୋଇପାରନ୍ତି ।

11/12

କୁମ୍ଭ (Aquarius): ଦୂରସ୍ଥାନକୁ ଯାତ୍ରା ଫଳରେ ନୂତନ କର୍ମ ନିଯୁକ୍ତି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହେବ । ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାକୁ ସକ୍ଷମ ହେବେ। ଭୂସମ୍ପତ୍ତିକୁ କେନ୍ଦ୍ର କରି ପରିବାର ସଦସ୍ୟଙ୍କ ମଧ୍ୟରେ କଳହ ହୋଇପାରେ ।

12/12

ମୀନ(Pisces): ପ୍ରଶାସନ ଓ ରାଜନୈତିକ କ୍ଷେତ୍ରରେ ସ୍ଥିତିକୁ ସୁଦୃଢ଼ ରଖିବାରେ ସମର୍ଥ ହେବେ। ମାଲି ମକଦ୍ଦମାରେ ସଫଳତା ପାଇବେ। କିନ୍ତୁ ସଙ୍ଗଠନ, ନୂତନ ସମ୍ପର୍କ ସ୍ଥାପନ ଓ କାରବାରରେ ସାମୟିକ ସମସ୍ୟା ଲାଗି ରହିବ ।