Advertisement
photoDetails0hindi

Today Horoscope: ବୃଷ ସହ ଏହି ସବୁ ରାଶି ରୁହନ୍ତୁ ସତର୍କ, ଜାଣନ୍ତୁ ଆଜିର ରାଶିଫଳ


Horoscope Today 27 March 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ମାର୍ଚ୍ଚ ୨୭ ହେଉଛି ବୁଧବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

 

1/12

ମେଷ:  ଭବିଷ୍ୟତକୁ ନେଇ ଆପଣ ଆଜି ଅଧିକ ଚିନ୍ତିତ ରହିବେ। ଚାକିରି କରୁଥିବା ଲୋକଙ୍କର ଆଜିର ଦିନଟି ଭଲରେ କଟିବ କିନ୍ତୁ ବରିଷ୍ଠ ଅଧିକାରୀଙ୍କ କୋପର ଶୀକାର ହେବେ। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ଏବଂ ଆର୍ଥିକ ସ୍ଥିତିକୁ ନେଇ ଲାଗି ରହିଥିବା ସମସ୍ୟାରୁ ଆପଣଙ୍କୁ ମୁକ୍ତି ମିଳିବ।  ଆର୍ଥିକ ସ୍ଥିତି ମଜବୁତ୍ ହେବ।

 

2/12

ବୃଷ:  କାର୍ଯ୍ୟ କ୍ଷେତ୍ରରେ ଅଶାନ୍ତି ଓ ବାଦବିବାଦ ଦେଖାଦେବ। ବିଶେଷ କରି ଆଜିକା ଦିନରେ ଆପଣଙ୍କୁ ସାବଧାନତା ସହ ଚଳିବାକୁ ପଡି଼ବ। କାହିଁକିନା, ଗୁପ୍ତଶତ୍ରୁ ବିରୋଧରେ କୌଣସି ବଡ଼ ଷଡଯନ୍ତ୍ର ରଚିପାରନ୍ତି। ଯାହାକୁ ନେଇ ଆପଣ ବିବ୍ରତ ଓ ଭୟଭିତ ରହିବେ। ଏବଂ ଶରୀରର କୌଣସି ଅଙ୍ଗରେ ଆଘାତ ଲାଗିପାରେ। 

 

3/12

ମିଥୁନ: ସ୍ୱାସ୍ଥ୍ୟ ଭଲ ରହିଲେ ମଧ୍ୟ ମାନସିକ ଭାରାକ୍ରାନ୍ତ ହେବେ। ବ୍ୟବସାୟିକ ସ୍ତରରେ ଲାଭବାନ ହେବେ। ଇଶ୍ୱର ବିଶ୍ୱାସୀ ହେବାସହ ପୂଜାର୍ଚ୍ଚନାରେ ସମୟ ବିତାଇବେ । କର୍ମତତ୍ପର ହେବେ । ଦୂରଯାତ୍ରା କରିପାରନ୍ତି ।

 

4/12

କର୍କଟ: ପୂର୍ବରୁ ଥିବା ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ହେବ । ମନ ପ୍ରଫୁଲ୍ଲ ରହିବ । ବ୍ୟବସାୟିକ ଦୃଷ୍ଟିକୋଣରୁ ଦିନଟି ଅତ୍ୟନ୍ତ ଶୁଭ । କିନ୍ତୁ ଜମିବାଡ଼ି ବିବାଦ ଉପୁଜିପାରେ । ବନ୍ଧୁଙ୍କ ଠାରୁ ସାହାର୍ଯ୍ୟ ସହଯୋଗ ପାଇବେ । ଦୂରଯାତ୍ରା ସଫଳ ହେବ ।

 

5/12

ସିଂହ: ଆଜି ଆପଣଙ୍କର ଘାତବାର । ଜଗି ରଖି ନଚଳିଲେ ସ୍ୱାସ୍ଥ୍ୟରେ ସମସ୍ୟା ଦେଖାଦେବ । ଆଧ୍ୟାତ୍ମିକ ଭାବନା ସହ ଦିନଟି କାଟିବେ । ଦୂରଯାତ୍ରା କରନ୍ତୁ ନାହିଁ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

6/12

କନ୍ୟା: ଦେହ ଓ ମନ ପ୍ରଫୁଲ୍ଲ ରହିବ । କୌଣସି ବାଦ ବିବାଦ ସହ ଜଡିତ ହୋଇପାରନ୍ତି । କର୍ମକ୍ଷେତ୍ରରେ ଭଲ ପ୍ରଦର୍ଶନ କରିଲେ ମଧ୍ୟ ସହକର୍ମୀଙ୍କ ଇର୍ଷାର ଶିକାର ହେବେ । ଆୟ ବୃଦ୍ଧି ପାଇବା ସହ ସଞ୍ଚୟ ଚିନ୍ତା ରହିବ । ଖେଳାଳୀମାନେ ଭଲ ପ୍ରଦର୍ଶନ କରିବେ ।

 

7/12

ତୁଳା: ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଅର୍ଜନ କରିବେ। ଶତ୍ରୁମାନେ ପରାସ୍ତ ହେବେ ଓ ମିତ୍ରତାର ହାତ ବଢ଼ାଇବେ। ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ।

 

8/12

ବିଛା: ସ୍ୱାସ୍ଥ୍ୟରେ କୌଣସି ପରିବର୍ତ୍ତନ ହେବନାହିଁ । ମନରେ ସ୍ଥିରତା ଆସିବ । ପାରିବାରିକ ଶାନ୍ତି ମିଳିବ । ବ୍ୟବସାୟରେ ଲାଭବାନ ହେବେ । ଚାକିରିରେ ବଦଳିର ଯୋଗ ରହୁଛି ।

 

9/12

 ଧନୁ:   ଆଜି ପାରିବାରିକ ସମସ୍ୟା ଦେଖାଦେବ। ଅଯଥା କଥାକୁ ନେଇ ଆପଣ ମାଲିମକଦ୍ଦମାରେ ଫସିବେ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନ ବଳାଇବେ ନାହିଁ। କର୍ମକ୍ଷେତ୍ରରେ ବାଧାବିଘ୍ନ ଦେଖାଦେବ। 

10/12

ମକର:  ଦାମ୍ପତ୍ୟ ଜୀବନ ସୁଖମୟ ହେବ। ନୂତନ କାର୍ଯ୍ୟ ପାଇଁ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ବନ୍ଧୁଙ୍କ ସହିତ ସୁସ୍ୱାଦୁ ଭୋଜନ କରିବେ।ନିଜ ସନ୍ତାନଙ୍କ ଠାରୁ ଖୁସି ଖବର ପାଇ ମନ ପ୍ରଫୁଲ୍ଲ ରହିବ।

11/12

କୁମ୍ଭ:  ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ। କିନ୍ତୁ ସ୍ବାସ୍ଥ୍ୟବସ୍ଥାରେ ସମସ୍ୟା ଦେଖାଦେବ। ଯାହାକୁ ନେଇ ଆପଣ ଚାପଗ୍ରସ୍ତ ରହିବେ। ଚାକିରିରେ ପଦୋନ୍ନୋତି ନେଇ ସୁସମ୍ବାଦ ମିଳିପାରେ। 

 

12/12

ମୀନ: ଆକସ୍ମିକ ଅର୍ଥଲାଭର ଯୋଗ ରହିଛି। ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ଲାଗି ରହିଥିବା ସତ୍ତ୍ବେ ସୁନିଶ୍ଚିତ  ଲାଭ  ମିଳିବ । ସେହିପରି କର୍ମକ୍ଷେତ୍ରରେ ସହକର୍ମୀଙ୍କ କାମ କରି ମନ କିଣିବେ। ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି । ଧାର୍ମିକ କାର୍ଯ୍ୟରେ ଦିନଟି କଟିବ।