Advertisement
photoDetails0hindi

Today Horoscope: ନିଜ କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ ନଚେତ୍ ବିବାଦରେ ଫସିପାରନ୍ତି ଏହି ସବୁ ରାଶି, ଜାଣନ୍ତୁ ଆଜିର ରାଶିଫଳ


Horoscope Today 5 April 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଏପ୍ରିଲ୍ ୫ ହେଉଛି ଶୁକ୍ରବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

1/12

ମେଷ:  ଏହି ରାଶିର ଲୋକଙ୍କ ପାଇଁ ଆଜିର ଅତ୍ୟନ୍ତ ଶୁଭଦାୟୀ ରହିବ । କାର୍ଯ୍ୟରେ ନିରନ୍ତର ସଫଳତା ହାସଲ ହେବ। କ୍ୟାରିୟରରେ ବିଶେଷ ସଫଳତା ପାଇବେ।  ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ସଂଯୋଗ ସ୍ଥାପନ ହେବ । ମହାଦେବଙ୍କ କୃପାରୁ ପାରିବାରିକ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ । ପିତାମାତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେବ।  

 

2/12

ବୃଷ: ପରିବାର ସଦସ୍ୟଙ୍କ ସମ୍ପର୍କ ମଧୁର ହେବ । କାର୍ଯ୍ୟ କ୍ଷେତ୍ରରେ ପଦୋନ୍ନତି ନେଇ ଯୋଗ ରହିଛି । କୌଣସି ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି । ଅଚାନକ ଦୂର ସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ । ଭାବପ୍ରବଣତାବଶତଃ ପ୍ରଭାବିତ ହୋଇ ଅସୁବିଧାରେ ପଡ଼ିପାରନ୍ତି । ବାକ୍‌ ଅସଂଯମତା ଯୋଗୁଁ ସୁସମ୍ପର୍କ ବ୍ୟାହତ ହୋଇପାରେ। ଶିଳ୍ପ, ରପ୍ତାନୀ, ବାଣିଜ୍ୟ ଓ କଳା ସାହିତ୍ୟରେ ସମସ୍ୟାର ସମାଧାନ ହେବ।

 

3/12

ମିଥୁନ: ଆଜି ଦିନରେ ବନ୍ଧୁବାନ୍ଧବଙ୍କ ସହ ଅଯଥା ଯୁକ୍ତିତର୍କ ମତପାର୍ଥକ୍ୟ ଦେଖାଦେଇପାରେ। ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ, ତେଣୁ ସାବଧାନ ରୁହନ୍ତୁ। ପ୍ରତ୍ୟେକଟି କ୍ଷେତ୍ରରେ ବାଧାବିଘ୍ନ ଦେଖାଦେଇପାରେ। ଅଯଥା ବିବାଦରେ ଫସି ପାରନ୍ତି। 

4/12

କର୍କଟ:  ପାରିବାରିକ ମନୋମାଳିନ୍ୟ ଦୂର ହୋଇ ସୁଖଶାନ୍ତି ଦେଖାଦେଖ। ନିଜ ଲୋକମାନଙ୍କ ପ୍ରେରଣା ପାଇ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ। ମହିଳାମାନେ ବିଭିନ୍ନ ପ୍ରଶଂସନୀୟ ହେବେ। 

 

5/12

ସିଂହ: କିଛି ନୂଆ କରିବା ନେଇ ଚେଷ୍ଟା କରିପାରନ୍ତି । ବୈବାହିକ ଜୀବନରେ ସମସ୍ୟା ଉପୁଜିପାରେ । ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ । ସନ୍ତାନଙ୍କୁ ନେଇ ଚିନ୍ତିତ ରହିପାରନ୍ତି। ଛାତ୍ରଛାତ୍ରୀମାନେ କୌଣସି ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ପାଇପାରନ୍ତି । ଆଜି କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ, ନଚେତ୍ ଯୁକ୍ତି ତର୍କ କାରଣରୁ ସମ୍ପର୍କରେ ଫାଟ ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି ।

 

6/12

କନ୍ୟା: ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ପାଇବେ। ଆକସ୍ମିକ ଦୁର୍ଘଟଣା ଘଟିପାରେ ତେଣୁ ସତର୍କତା ଅବଲମ୍ବନ କରନ୍ତୁ। ବ୍ୟବସାୟ ବାଣିଜ୍ୟରେ ଦ୍ରବ୍ୟ ହାନୀ ବା ଚୋରି ହେବାର ସମ୍ଭାବନା ରହିଛି। 

 

7/12

ବିଛା: ଆର୍ଥକ ସ୍ଥିତି ମଜଭୁତ ହେବ। ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ପାଇବ। ଭଲ ଆଚରଣ ଯୋଗୁଁ ପ୍ରଶଂସା ପାଇବେ । ବ୍ୟବସାୟରେ ଲାଭ ହେବ । ଲକ୍ଷ୍ୟ ପୂରଣ ହେବାରେ ଜଣେ ଅଜଣା ବନ୍ଧୁଙ୍କ ସାହାଯ୍ୟ ଅବିସ୍ମରଣୀୟ ରହିବ। କୌଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନେବା ଉଚିତ୍ ହେବନାହିଁ। ପାରିବାରିକ ଅଶାନ୍ତି ଦେଖାଦେଇପାରେ।

 

8/12

ବିଛା: ଆର୍ଥକ ସ୍ଥିତି ମଜଭୁତ ହେବ। ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ପାଇବ। ଭଲ ଆଚରଣ ଯୋଗୁଁ ପ୍ରଶଂସା ପାଇବେ । ବ୍ୟବସାୟରେ ଲାଭ ହେବ । ଲକ୍ଷ୍ୟ ପୂରଣ ହେବାରେ ଜଣେ ଅଜଣା ବନ୍ଧୁଙ୍କ ସାହାଯ୍ୟ ଅବିସ୍ମରଣୀୟ ରହିବ। କୌଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନେବା ଉଚିତ୍ ହେବନାହିଁ। ପାରିବାରିକ ଅଶାନ୍ତି ଦେଖାଦେଇପାରେ।

 

9/12

ଧନୁ: ଆଜିର ଦିନ ମିଶ୍ରିତ ଫଳ ପ୍ରଦାନ କରିବ । କୌଣସି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଚାକିରି କ୍ଷେତ୍ରରେ ବଡ଼ ଅଧିକାରୀମାନେ ସହଯୋଗର ହାତ ବଢାଇବେ। ନିକଟ ସମ୍ପର୍କୀୟଙ୍କଠାରୁ ସୁସସ୍ବାଦ ମିଳିବ । ସ୍ୱାସ୍ଥ୍ୟ ଭଲ ରହିବ। ଦୂରସ୍ଥାନକୁ ଭ୍ରମଣ କରିପାରନ୍ତି ।

10/12

ମକର: ସାମାଜିକ କ୍ଷେତ୍ରରେ ସମ୍ମାନ ବୃଦ୍ଧି ପାଇବ । ପିଲାମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେବ । ସ୍ୱାମୀ ଓ ସ୍ତ୍ରୀ ସମ୍ପର୍କ ଦୃଢ ହେବ । କର୍ମ କ୍ଷେତ୍ରରେ ନୂତନ ଚାଲେଞ୍ଜର ସାମ୍ନା କରିବେ। ଆଜି କୌଣସି କାମ ତରବରିଆ ଭାବେ କରନ୍ତୁ ନାହିଁ, ନଚେତ୍ ଅସୁବିଧାର ସମ୍ମୁଖୀନ ହେବେ। ବ୍ୟବସାୟୀମାନେ ବଡ଼ ଡିଲ୍‌ କରିପାରନ୍ତି। ଘରକୁ ଅତିଥି ଆସିବେ। ଦାମ୍ପତି ମାନଙ୍କ ଲାଗି ଦିନଟି ଭଲ ରହିବ ।

 

11/12

କୁମ୍ଭ:  ଜମିବାଡି ଜନିତ ସମସ୍ୟାକୁ ନେଇ କୋର୍ଟ କଚେରୀର ଦ୍ୱାରସ୍ଥ ହୋଇପାରନ୍ତି। ସନ୍ତାନମାନଙ୍କ ବିଶୃଙ୍ଖଳିତ ଆଚରଣରେ ଦୁଃଖିତ ହେବେ। କର୍ମକ୍ଷେତ୍ରରେ ଷଡଯନ୍ତ୍ରର ଶିକାର ହୋଇପାରନ୍ତି। 

 

12/12

ମୀନ: ସାବଧାନର ସହ କାମ କଲେ ଲାଭବାନ ହେବେ। ବ୍ୟସ୍ତତା ରହିବା ସତ୍ତ୍ବେ ବୁଲିବା ପାଇଁ ସମୟ ବାହାର କରିନେବେ। କୌଣସି ନୂଆ ଲୋକଙ୍କ ସହିତ ବନ୍ଧୁତା ହୋଇପାରେ। ପରିବାର ସମ୍ବନ୍ଧୀୟ କୌଣସି କାମ ପୂରା ହୋଇପାରେ।