Advertisement
Photo Details/zeeodisha/odisha1814848
photoDetails0hindi

Horoscope Today Aug 08 2023: ନୂତନ ଜମି କ୍ରୟ ସହ ଧନ ଲାଭ ଯୋଗ! ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

Horoscope Today: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ ।

1/12

ମେଷ ରାଶି: ଆଜି ଦିନ ତମାମ ମନ ପ୍ରସନ୍ନ ରହିବ। ବହୁ ଦିନରୁ ବାକି ପଡ଼ିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ । କର୍ମ କ୍ଷେତ୍ରରେ ଉତ୍ସାହର ସହ କାର୍ଯ୍ୟ ତୁଳାଇବେ । ଆଇନ ଅଦାଲତର ମାମଲା ମତ ସପକ୍ଷରେ ଯିବ ।

2/12

ବୃଷ ରାଶି: ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି । ଚକ୍ଷୁ ସମସ୍ୟା ଦେଖାଦେଇପାରେ । ପରିବାର ସଦସ୍ୟଙ୍କ ସହଯୋଗ ମିଳିବ । ଶତ୍ରୁହନ୍ତା ହୋଇପାରନ୍ତି । ଚାକିରି କ୍ଷେତ୍ରରେ ଉଚ୍ଚ କତୃପକ୍ଷଙ୍କ ଶ୍ରଦ୍ଧାଭାଜନ ହେବେ ।

3/12

ମିଥୁନ ରାଶି: ଉଚ୍ଚ ଆଶା ଫଳବତୀ ହେବ । ରୋଜଗାର ଆଶନୁରୂପ ହେବ । ଲୋକପ୍ରିୟତା ଅର୍ଜନ କରିବେ । ସରକାରୀ ସ୍ତରରେ ସମ୍ମାନିତ ହେବେ । ଦାମ୍ପତ୍ୟ ଜୀବନରେ ବିଭ୍ରାଟ ଦେଖାଦେଇପାରେ ।

4/12

କର୍କଟ ରାଶି: ଅସୁସ୍ଥତା ଅନୁଭବ କରିବେ । କୌଣସି ବି କାର୍ଯ୍ୟ ଠିକ୍ ଭାବେ ତୁଳାଇପାରିବେ ନାହିଁ । ଧାର କରଜ କରିପାରନ୍ତି । ଶତ୍ରୁ ବୃଦ୍ଧି ପାଇବେ । ପୂର୍ବ ବିବାଦ ଯୋଗୁଁ ସମସ୍ୟା ବଢିପାରେ । ପାରିବାରିକ ଜୀବନରେ ଅଶାନ୍ତି ଦେଖାଦେବ । 

5/12

ସିଂହ ରାଶି: ପରିଶ୍ରମର ମୂଲ୍ୟ ମିଳିବ । ମନ ପ୍ରସନ୍ନ ରହିବ । ଥଣ୍ଡା-କଫ ଜନିତ ପୀଡା ଅନୁଭବ କରିବେ । ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଖାସ୍ ରହିବ । ବ୍ୟବସାୟରେ କ୍ଷତି ହୋଇପାରେ ।  

6/12

କନ୍ୟା ରାଶି: ବ୍ୟବସାୟରେ ଅର୍ଥ ବିନିଯୋଗ କରି ଲାଭବାନ ହେବେ । କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ପାଇବେ । ସର୍ବସୁଖ ଲାଭ କରିପାରନ୍ତି । ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲରେ କଟିବ ।

7/12

ତୁଳା ରାଶି: ଦିନଟି ଖାସ୍ ନଥିଲେ ବି ସନ୍ତାନ ସନ୍ତତିଙ୍କଠାରୁ ଶୁଭ ସମାଚାର ମିଳିବା ପରେ ମନ ପ୍ରସନ୍ନ ରହିବ । ରାଜନୀତି ଆଡକୁ ମନ ବଳାଇପାରନ୍ତି । କାର୍ଯ୍ୟରେ ବାଧା ଉପୁଜି ପାରେ । ଥଣ୍ଡା-କଫଜନିତ ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ ।

8/12

ବିଛା ରାଶି: କର୍ମକ୍ଷେତ୍ରରେ ସଫଳତା ମିଳିବ । ବ୍ୟବସାୟ ଲାଭଜନକ ହେବ । ଭାଗ୍ୟଶାଳୀ ହେବେ । ଦିନଟି ଭୋଗ ବିଳାସରେ ଅତିବାହିତ କରିପାରନ୍ତି । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ ।

9/12

ଧନୁ ରାଶି: ନୂତନ ଜମି କ୍ରୟ ସହ ଆକସ୍ମିକ୍ ଧନ ଲାଭ ନେଇ ଯୋଗ ରହିଛି । ବ୍ୟବସାୟରେ ଲାଭ ହେବ । ଭାବିଚିନ୍ତି କାମ କରନ୍ତୁ, ନଚେତ୍ ଅସୁବିଧାରେ ପଡ଼ିପାରନ୍ତି ।

10/12

ମକର ରାଶି: ସାମୂହିକ କାର୍ଯ୍ୟରେ ଆଗେଇବେ । ସମ୍ମାନିତ ହେବେ । ମନ ପ୍ରସନ୍ନ ରହିବ । ମଧୁରଭାଷା ବ୍ୟବହାର କରି ଅନୁସରଣକାରୀଙ୍କୁ ଉତ୍ସାହିତ କରିବେ । ସାନ ଭାଇଙ୍କଠାରୁ ଆଦର ମିଳିବ ।

11/12

କୁମ୍ଭ- ଶାରିରୀକ ସୁସ୍ଥତା ଲାଭ କରିବେ । ଦାନ ଧର୍ମ ପ୍ରତି ମନ ବଳିବ । କାର୍ଯ୍ୟାଳୟରେ କାର୍ଯ୍ୟ ଚାପ ରହିବ । ଆୟ ଉତ୍ତମ ହେବ । ବ୍ୟବସାୟରେ ଲାଭ ହେବ । ପାରିବାରିକ ସୁଖଶାନ୍ତି ବଜାୟ ରହିବ। ଅପରାହ୍ନରେ ଶୁଭ ସମାଚାର ପ୍ରାପ୍ତ ହେବ ।

12/12

ମୀନ- ଚିନ୍ତାଗ୍ରସ୍ତ ରହିବେ । ଆୟ ତୁଳନାରେ ବ୍ୟୟ ଅଧିକ ହେବ । ଶତ୍ରୁ ବୃଦ୍ଧି ପାଇବେ । ପୂର୍ବ ବିବାଦ ଜଟିଳତା ଆଡକୁ ଅଗ୍ରସର ହେବ । ପାରିବାରିକ ଜୀବନରେ ଅଶାନ୍ତି ଦେଖାଦେବ ।