Advertisement
Photo Details/zeeodisha/odisha1806192
photoDetails0hindi

Horoscope Today Aug 2 2023: ଧନହାନୀ ସହ ଏହି ୨ ରାଶିଙ୍କ ଲାଗି ବଢିବାରେ ସମସ୍ୟା! ଜାଣନ୍ତୁ କେମିତ କଟିବ ଆଜିର ଦିନ

Today Horoscope Aug 2 2023: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ....

 

1/12

ମେଶ ରାଶି-  ଆର୍ଥିକ ଦୃଷ୍ଟିକୋଣରୁ ଆଜିର ଦିନ ମଧ୍ୟମ ଫଳଦାୟୀ ରହିବ। ଅଜଥା ଖର୍ଚ୍ଚ ଯୋଗୁଁ ମନ ଅଶାନ୍ତ ରହିପାରେ। ବାଣୀ ଉପରେ ନିୟନ୍ତ୍ରଣ ନରଖିଲେ ସମସ୍ୟାରେ ପଡ଼ିପାରନ୍ତି। ସହକର୍ମୀମାନଙ୍କଠାରୁ ସହଯୋଗ ମିଳିବ।

2/12

ବୃଷ ରାଶି- ନିଜର ଉତ୍ସାହ ଗୁଣ ଯେକୌଣସି କାର୍ଯ୍ୟକୁ ଭଲ ଭାବେ ସଂପନ୍ନ କରିବାରେ ସହାୟକ ହେବ। ଧନ ଲାଭ ଯୋଗ। ଶାରୀରିକ ଓ ମାନସିକ ରୂପରେ ସ୍ଵାସ୍ଥ୍ୟ ଭଲ ରହିବ। ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ ।

3/12

ମିଥୁନ ରାଶି- ଆୟ ଅପେକ୍ଷା ବ୍ୟୟ ବଢିପାରେ । ଦିନଟି ଶାରୀରିକ ଓ ମାନସିକ ଅସୁସ୍ଥତା ସହିତ କଟିବ। ଈଷ୍ଟ ଦେବତାଙ୍କ ଧ୍ୟାନ କରିବା ଦ୍ବାରା ସମସ୍ୟାର ସମାଧାନ ହେବ। ଉଚ୍ଚ ଅଧିକାରୀମାନଙ୍କ ସହିତ ବାଦ-ବିବାଦରେ ପଡ଼ନ୍ତୁ ନାହିଁ। ନକାରାତ୍ମକ ବିଚାରରୁ ଦୂରରେ ରୁହନ୍ତୁ।

4/12

କର୍କଟ ରାଶି- ବ୍ୟାପାରରେ ଲାଭ ସହ ଆୟର ସ୍ରୋତ ବଢିପାରେ। ମିତ୍ରମାନଙ୍କ ସହ ସାକ୍ଷାତ କରି ମନ ଭଲ ରହିବ। ଅବିବାହିତଙ୍କ ଲାଗି ବିବାହ ସ୍ଥିର ହେବା ନେଇ ଯୋଗ ରହିଛି । ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ।

5/12

ସିଂହ ରାଶି- ବ୍ୟବସାୟରେ ବୃଦ୍ଧି ସହ ଚାକିରିରେ ପଦୋନ୍ନତି ଯୋଗ ରହିଛି । ଆତ୍ମବିଶ୍ଵାସ ଫଳରେ ପ୍ରତ୍ୟେକ କାର୍ଯ୍ୟ ସଫଳତା ପୂର୍ବକ ସଂପନ୍ନ ହେବ । ପରିବାର ଲୋକଙ୍କ ସହଯୋଗ ମିଳିବ । ଦୂରଯାତ୍ରା ନେଇ ଯୋଗ ରହିଛି ।

6/12

କନ୍ୟା ରାଶି- ଆଜିର ଦିନ ବହୁତ ଶୁଭ ଅଟେ।  ମିତ୍ର ମାନଙ୍କ ସହ ସାକ୍ଷାତ କାରଣରୁ ଆନନ୍ଦ ମିଳିବ। ଭାଇ-ଭଉଣୀମାନଙ୍କ ଠାରୁ ଆର୍ଥିକ ଲାଭ ମିଳିବ। ଜୀବନସାଥୀଙ୍କ ସମ୍ପୂର୍ଣ୍ଣ ସହଯୋଗ ମିଳିବ।

7/12

ତୁଳା ରାଶି-ଆଜିର ଦିନ ଧାର୍ମିକ କାର୍ଯ୍ୟ ଓ ଯାତ୍ରା ପାଇଁ ବେଳ ଅନୁକୂଳ ଅଟେ। ବାଣୀ ଉପରେ ନିୟନ୍ତ୍ରଣ ରଖିବାକୁ ଉପଦେଶ । କ୍ରୋଧରୁ ଦୂର ରୁହନ୍ତୁ। ନୂଆ ସମ୍ବନ୍ଧ ଅନିଷ୍ଟକାରକ ହୋଇପାରେ। ଅଜଥା କଥାକୁ କେନ୍ଦ୍ର କରି ପରିଜନମାନଙ୍କ ସହିତ କଳହର ପ୍ରସଙ୍ଗ ବନିପାରେ ।

8/12

ବିଛା ରାଶି-ଆଜି ମିତ୍ର ତଥା ସ୍ଵଜନମାନଙ୍କ ସହ ଯାତ୍ରା କରି ମନ ପ୍ରସନ୍ନ ରହିବ । ସମାଜରେ ମାନ-ସମ୍ମାନ ମିଳିବ। ଆମୋଦ-ପ୍ରମୋଦରେ ବୁଡ଼ି ରହିପାରନ୍ତି । କୋର୍ଟ କଚେରୀ ମାମଲାରେ ଶୁଭଫଳ ମିଳିବ ।

9/12

ଧନୁ ରାଶି-ପରିବାରରେ ଆନନ୍ଦର ବାତାବରଣ ରହିବ । ମନ ପ୍ରଫୁଲ୍ଲ ସହ ସ୍ଵାସ୍ଥ୍ୟ ଭଲ ରହିବ। ବ୍ୟବସାୟ ଲାଗି ଦିନଟି ଲାଭଦାୟୀ ଅଟେ। ସହକର୍ମୀଙ୍କ ସହଯୋଗ ମିଳିବ ।

10/12

ମକର ରାଶି-ପାରିବାରିକ ଜୀବନରେ ଅଶାନ୍ତି ଦେଖାଦେଇପାରେ। ଧନ ହାନୀ ନେଇ ଯୋଗ ରହିଛି । ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ବିବାଦ ହୋଇପାରେ । ଯାତ୍ରା ସମୟରେ ସର୍ତକତା ଅବଲମ୍ବନ କରନ୍ତୁ ।

11/12

କୁମ୍ଭ ରାଶି-ମନ ସମ୍ବେଦନଶୀଳ ରହିବ। ବିଦ୍ୟାର୍ଥିମାନଙ୍କ ପାଇଁ ସମୟ ଭଲ ଅଟେ। ପ୍ରତ୍ୟେକ କାର୍ଯ୍ୟ ଭଲ ଭାବେ ସଂପନ୍ନ ହେବ। ମହିଳାମାନେ ସୌନ୍ଦର୍ଯ୍ୟ ପ୍ରସାଧନ ପଛରେ ଖର୍ଚ୍ଚାନ୍ତ ହୋଇପାରନ୍ତି ।

12/12

ମୀନ ରାଶି-ଆବଶ୍ୟକ ନିର୍ଣ୍ଣୟ ପାଇଁ ଆଜିର ଦିନଟି ଲାଭଦାୟୀ ଅଟେ। ସୃଜନାତ୍ମକ ଶକ୍ତିରେ ବୃଦ୍ଧି ହେବ। ବୈଚାରିକ ଦୃଢ଼ତା ଓ ମାନସିକ ସ୍ଥିରତା କାରଣରୁ କାର୍ଯ୍ୟରେ ସଫଳତା ମିଳିବ।