Horoscope Today: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆସନ୍ତୁ ଜାଣିବା କେଉଁ ରାଶିର ଲୋକଙ୍କ ପାଇଁ କେମିତି ରହିବ ଆଜିର ଦିନ..
ମେଷ ରାଶି: ଆଜି ପରିବାରରେ ଛୋଟ ବଡ଼ ବିବାଦ ଦେଖା ଦେବ । କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ । ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। ଦମ୍ପତିଙ୍କ ଲାଗି ଦିନଟି ଭଲ ରହିବ ।
ବୃଷ ରାଶି: ସୌହାର୍ଯ୍ୟପୂର୍ଣ୍ଣ ସମ୍ବନ୍ଧ ବିକଶିତ କରି ନିଜ କାମ ହାସଲ କରିବେ । ବ୍ୟବସାୟ ଦୃଷ୍ଟି କୋଣରୁ ଆଜିର ଦିନ ଲାଭଦାୟୀ ରହିବ। ସ୍ଵାସ୍ଥ୍ୟ ଭଲ ରହିବ। ପରିଜନମାନଙ୍କ ସହିତ ସାକ୍ଷାତ କରି ସୁଖ-ଆନନ୍ଦ ପ୍ରାପ୍ତି ହେବ। ଧନ ଲାଭ ସହ ପର୍ଯ୍ୟଟନ ଯୋଗ ରହିଛି।
ମିଥୁନ ରାଶି: ଆଜି ପାରିବାରିକ କ୍ଷେତ୍ରରେ ବ୍ୟତିକ୍ରମ ହେତୁ ମନକଥା ମନରେ ମାରି ଚଳିବାକୁ ବାଧ୍ୟ ହେବେ । ଆର୍ଥିକ୍ ସମସ୍ୟାର ସମାଧାନ ହେବ। ବ୍ୟବସାୟରେ କ୍ଷତି ସହିବାକୁ ପଡ଼ିବ । ବନ୍ଧୁଙ୍କ ସହ ମନମାଳିନ୍ୟ ହୋଇପାରେ । ବିଦ୍ୟାର୍ଥୀ ମାନେ ପାଠ ପଢାରେ ଦିନଟି ଅତିବାହିତ କରିବେ ।
କର୍କଟ ରାଶି: ଆଜି ଅର୍ଥ ସମ୍ପର୍କିତ ସମସ୍ୟା ଦେଖାଦେଇପାରେ । ନିଜ ନିଜର ଫାଇଦା ଲାଗି ବନ୍ଧୁମାନେ ମନଲୋଭା କଥା କହିପାରନ୍ତି । ସ୍ବାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ରହିବେ। କର୍ମକ୍ଷେତ୍ରରେ ବ୍ୟସ୍ତବହୁଳତା ଲାଗି ରହିପାରେ। ପରିବାର ସହ ହସ ଖୁସିରେ ସମୟ ବିତିବ ।
ସିଂହ ରାଶି: ଯାନବାହନ ଚଳାଚଳ ସମୟରେ ସତର୍କତା ଅବଲମ୍ବନ କରନ୍ତୁ । ଆତ୍ମୀୟସ୍ବଜନଙ୍କ ପ୍ରତିଶ୍ରୁତି ଆପଣଙ୍କୁ ନୂତନ କର୍ମାରମ୍ଭ ପାଇଁ ପ୍ରେରଣା ପ୍ରଦାନ କରିବ। କୋର୍ଟ କଚେରୀ ମାମଲାରେ ଛନ୍ଦି ହୋଇପାରନ୍ତି । ଆର୍ଥିକ କ୍ଷତି ସହିବାକୁ ପଡ଼ିବ ।
କନ୍ୟା ରାଶି: ନୂତନ ଲୋକମାନଙ୍କ ସହ ଯୋଗାଯୋଗକୁ ଆସିପାରନ୍ତି । ଆକସ୍ମିକ ବିପଦ ହେତୁ ସତର୍କ ରୁହନ୍ତୁ। ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ । ପାରିବାରିକ କଳହ କାରଣରୁ ଚିନ୍ତାଗସ୍ତ ରହିବେ ।
ତୁଳା ରାଶି: ଶିକ୍ଷା କ୍ଷେତ୍ରରେ କେତେକ ବ୍ୟତିକ୍ରମ ଦେଖାଦେବ। ଆନୁଷ୍ଠାନିକ କ୍ଷେତ୍ରରେ ପଦ ଓ ମର୍ଯ୍ୟାଦା ବୃଦ୍ଧି ହେବ। କଳା, ସାହିତ୍ୟ, ସାମ୍ବାଦିକତା ଓ ଆଧ୍ୟାତ୍ମିକତା କ୍ଷେତ୍ରରେ ବେଶ୍ ଆଦୃତ ହେବେ।
ବିଛା ରାଶି: ପାରିବାରିକ ସମସ୍ୟା ଯୋଗୁଁ ମାନସିକ ସ୍ଥିତି ଭଲ ରହିବ ନାହିଁ । ବନ୍ଧୁଙ୍କ ଅସହଯୋଗ ହେତୁ କାର୍ଯ୍ୟ ଅଧାରେ ରହିବ । କର୍ମକ୍ଷେତ୍ରରେ ଶତ୍ରୁ ହ୍ରାସ ପାଇବେ । ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣରେ ପଡ଼ିପାରନ୍ତି।
ଧନୁ ରାଶି: ମାନସିକ ଅସ୍ଥିରତା ଲାଗି ରହିବ। ପ୍ରତିଯୋଗିତା କିମ୍ବା ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବା କାରଣରୁ ବ୍ୟବସାୟରେ ମନାନ୍ତର ଦେଖାଦେଇପାରେ। ଉଚ୍ଚ ସ୍ତରରେ ସମ୍ପର୍କ ବୃଦ୍ଧି ପାଇବ। ଜମିଜମା କାରଣକୁ ନେଇ କୌଣସି ନିକଟ ସମ୍ପର୍କୀୟଙ୍କ ସହ ଯୁକ୍ତିତର୍କ ଲାଗିପାରେ।
ମକର ରାଶି: ଗୃହସ୍ଥ ଜୀବନ ସୁଖମୟ ହେବ । ଜୀବନସାଥୀ ତଥା ସନ୍ତାନଙ୍କ ତରଫରୁ ଶୁଭ ସମାଚାର ମିଳିପାରେ। ମାଙ୍ଗଳିକ କାର୍ଯ୍ୟ ହେବ। ବିବାହ ନେଇ ସଂଯୋଗ ବନିବ। ଚାକିରି କ୍ଷେତ୍ରରେ ଭଲ ଅବସର ମିଳିବ। ଆୟରେ ବୃଦ୍ଧି ହେବ। ମହିଳା ମିତ୍ରମାନଙ୍କଠାରୁ ଲାଭ ହେବାର ଯୋଗ ଅଛି।
କୁମ୍ଭ ରାଶି: ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟା ଦୂର ହେବ। ସ୍ବାସ୍ଥ୍ୟରେ ଉନ୍ନତି ହେବାରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ। ସଭା ସମିତି, ସତ୍ସଙ୍ଗ, ଆଧ୍ୟାତ୍ମିକତା, ରାଜନୀତି, ପ୍ରଶାସନ କ୍ଷେତ୍ରରେ ଦିନଟି ଭଲରେ କଟିବ ।
ମୀନ ରାଶି: ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ନିଶ୍ଚିତ ପାଇବେ। ଦୀର୍ଘ ଦିନରୁ ଅଟକି ରହିଥିବା କାମ ତ୍ୱରାନ୍ବିତ ହେବ। ଯାତ୍ରା ସମୟରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ। ଜୀବନସାଥୀଙ୍କ ସହ ସମ୍ପର୍କ ମଧୁର ହେବ ।
ट्रेन्डिंग फोटोज़