Advertisement
Photo Details/zeeodisha/odisha1816413
photoDetails0hindi

Horoscope Today Aug 9 2023: ସମସ୍ୟାରେ ପଡ଼ିପାରନ୍ତି ଏହି ୩ ରାଶି! ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

Horoscope Today: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆସନ୍ତୁ ଜାଣିବା କେଉଁ ରାଶିର ଲୋକଙ୍କ ପାଇଁ କେମିତି ରହିବ ଆଜିର ଦିନ..

1/12

ମେଷ ରାଶି (Aries): ଆଜି ମାନସିକ ଅବସାଦ ମନକୁ ଭାରାକ୍ରାନ୍ତ କରିବ । ସାଂସାରିକ ଜୀବନକୁ ନେଇ ଚିନ୍ତିତ ରହିବେ । ରାଜନୈତିକ କ୍ଷେତ୍ରରେ ସମସ୍ୟା ଦେଖାଦେବ । ମହିଳାମାନଙ୍କର ବ୍ୟସ୍ତତା ଭିତରେ ଦିନଟି ଅତିବାହିତ ହେବ ।

2/12

ବୃଷ ରାଶି (Taurus): ସନ୍ତାନମାନଙ୍କୁ ନେଇ ଗର୍ବ ଅନୁଭବ କରିବେ। ନୂତନ ବସ୍ତ୍ର ଓ ଆଭୂଷଣ ପ୍ରାପ୍ତି ହେବ । ନୂତନ ଯୋଜନାରେ ସଫଳ ହେବେ । ଆର୍ଥିକ୍ ସ୍ଥିତିରେ ଉନ୍ନତି ଆସିବ। ଦାମ୍ପତ୍ୟ ଜୀବନରେ ସମସ୍ୟା ଦେଖାଦେଇପାରେ।

3/12

ମିଥୁନ ରାଶି(Gemini): ଏହି ରାଶିର ଲୋକମାନେ ଆଜି ବ୍ୟବସାୟରେ ଲାଭବାନ ହେବେ । ପାରିବାରିକ ଶାନ୍ତି ମିଳିବ। କର୍ମ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହେବ । ଛାତ୍ରଛାତ୍ରୀମାନଙ୍କ ଲାଗି ଦିନଟି ଉତ୍ସାହରେ ଅତିବାହିତ ହେବ ।

4/12

କର୍କଟ ରାଶି (Cancer): ଆଜି କର୍ମକ୍ଷେତ୍ରରେ ଅଧସ୍ଥନ କର୍ମଚାରୀଙ୍କର ସଂପୂର୍ଣ୍ଣ ସହଯୋଗ ମିଳିବ । ସାଂସାରିକ ଜୀବନ ଆନନ୍ଦ ଭରା ରହିବ । ସ୍ୱାସ୍ଥ୍ୟ ଜନିତ ସମସ୍ୟା ଓ ଅଯଥା ବ୍ୟୟଠାରୁ ଦୂରେଇ ରୁହନ୍ତୁ । ପରିବାର ସଦସ୍ୟଙ୍କ ସହ ମତାନ୍ତର ଯୋଗୁଁ ମନ ଭଲ ରହିବ ନାହିଁ ।

5/12

ସିଂହ ରାଶି (Leo): ସମାଜିକ ସ୍ତରରେ ମାନ ସମ୍ମାନ ବୃଦ୍ଧି ପାଇବ । ଧନ ସଂଚୟ ପାଇଁ ଦିନଟି ବେଶ ଉତ୍ତମ ଅଟେ । ଚାକିରୀରେ ପଦ ମର୍ଯ୍ୟଦା ପ୍ରାପ୍ତି ହୋଇପାରେ । ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିବ ।

6/12

କନ୍ୟା ରାଶି (Virgo): ଆଜିର ଦିନ ଶାରୀରିକ ଅସୁସ୍ଥତା ଦେହ ଓ ମନକୁ ଅବଶ କରିଦେବ । ଚିନ୍ତା ବୃଦ୍ଧି ପାଇବ । ବ୍ୟବସାୟରେ ଲାଭ କମ୍ ହେବ। ମହିଳା ଓ ଛାତ୍ରଛାତ୍ରୀମାନେ ମାନସିକ ଯନ୍ତ୍ରଣା ପାଇପାରନ୍ତି । ଭାବିଚିନ୍ତି ପଦକ୍ଷେପ ନିଅନ୍ତୁ ।

7/12

ତୁଳା ରାଶି (Libra): କର୍ମକ୍ଷେତ୍ରରେ ସତର୍କତା ଅବଲମ୍ବନ କରନ୍ତୁ ନହେଲେ କ୍ଷତି ସହିବାକୁ ପଡିପାରେ । ଦୀର୍ଘ ଦିନରୁ ଲାଗି ରହିଥିବା ମାଲି ମକୋଦ୍ଦମାର ସମାଧାନ ହେବ । ରସାୟନ ସମ୍ବନ୍ଧୀୟ ବ୍ୟବସାୟୀମାନଙ୍କୁ ଶୁଭଫଳ ମିଳିବ ।

8/12

ବିଛା ରାଶି ( Scorpio): ଆଜିର ଦିନଟି ବିଳାସବାସନରେ ଅତିବାହିତ ହେବ । ଆର୍ଥିକ୍ ସ୍ଥିତି ମଜଭୁତ ହେବ। ପ୍ରସାଶନିକ ସେବା କ୍ଷେତ୍ରରେ କାର୍ଯ୍ୟରତ ଲୋକଙ୍କୁ ଶୁଭଫଳ ମିଳିବ । ପ୍ରେମୀ ମାନଙ୍କ ଲାଗି ଦିନଟି ଭଲରେ କଟିବ । ଜମି କିଣାବିକା ମାମଲାରେ ଲାଭବାନ ହେବେ ।

9/12

ଧନୁ ରାଶି( Sagittarius): ମନ ଭଲ ରହିବ। ଉଚ୍ଚସ୍ତରୀୟ ବ୍ୟକ୍ତିଙ୍କ ସାନିଧ୍ୟ ଲାଭ କରିବେ । କର୍ମ କ୍ଷେତ୍ରରେ ସମସ୍ତ ଦିଗରୁ ସହଯୋଗର ହାତ ବଢିବ। ମହିଳାମାନେ ନିଜକୁ ଗୃହ କାର୍ଯ୍ୟରେ ନିମଗ୍ନ ରଖିବେ। ଛାତ୍ରଛାତ୍ରୀମାନେ ବିଦ୍ୟାରେ ସଫଳତା ହାସଲ କରିବେ ।

10/12

ମକର ରାଶି( Capricorn): ଶାରୀରିକ ଅସୁସ୍ଥତା ଅନୁଭବ କରିବେ । ଚିନ୍ତା ଯୋଗୁଁ ରକ୍ତଚାପ ବୃଦ୍ଧି ପାଇବ । ବ୍ୟବସାୟରେ କ୍ଷତି ହେବ । ଅଯଥା ବ୍ଯୟ ନେଇ ଯୋଗ ରହିଛି। ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ ।

11/12

କୁମ୍ଭ ରାଶି(Aquarius): କର୍ମକ୍ଷେତ୍ରରେ ପଦୋନ୍ନତି ନେଇ ଯୋଗ ରହିଛି । ବ୍ୟୟଠାରୁ ଆୟ ଅଧିକ ହେବ । ସନ୍ତାନମାନଙ୍କ ଲାଗି ଚିନ୍ତିତ ରହିବେ । ହଠାତ୍ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ । ପିତାମାତାଙ୍କ ସ୍ବାସ୍ଥ୍ୟା ଭଲ ରହିବ। ଟଙ୍କା ଧାର ଦେବା ପୂର୍ବରୁ ଚିନ୍ତା କରନ୍ତୁ ।

12/12

ମୀନ ରାଶି (Pisces): ଦିନଟି ସୁଖ ଓ ଶାନ୍ତିରେ ଅତିବାହିତ ହେବ । କର୍ମକ୍ଷେତ୍ରରେ ସାହାଯ୍ୟ ସହଯୋଗ ମିଳିବ । ପଦୋନ୍ନତି ନେଇ ଯୋଗ ରହିଛି । ଅନ୍ୟକୁ ସାହାଯ୍ୟ କରି ଖୁସି ହେବେ ।