Advertisement
Photo Details/zeeodisha/odisha1938140
photoDetails0hindi

Today Horoscope: ବିବାଦ ସହ ଅର୍ଥହାନୀ ଯୋଗ! ଜାଣନ୍ତୁ କେମିତି କଟିବ ମାସର ପ୍ରଥମ ଦିନ

ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ....

1/12

ମେଷ ରାଶି- ମନକଥା ମନରେ ମାରି ଚଳିବାକୁ ବାଧ୍ୟ ହେବେ । ଆର୍ଥିକ ସମସ୍ୟାର ସମାଧାନ ହେବ। ବ୍ୟବସାୟରେ କ୍ଷତି ସହିବାକୁ ପଡ଼ିବ । ବନ୍ଧୁଙ୍କ ସହ ମନୋମାଳିନ୍ୟ ହୋଇପାରେ । ବିଦ୍ୟାର୍ଥୀମାନେ ପାଠ ପଢାରେ ଦିନଟି ଅତିବାହିତ କରିବେ ।

2/12

ବୃଷ ରାଶି- ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ। ଘର ଓ ବ୍ୟବସାୟରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। କର୍ମକ୍ଷେତ୍ରରେ ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ। ଅର୍ଥକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହେବେ। ହଠାତ୍‌ ବନ୍ଧୁଙ୍କ ଅନୁରୋଧ କ୍ରମେ ଦେବାର୍ଚ୍ଚନା ପାଇଁ ମନ ବଳାଇବେ।

3/12

ମିଥୁନ ରାଶି- ଶିଳ୍ପ, ବାଣିଜ୍ୟ ଓ ମାଲିମକଦ୍ଦମା ପାଇଁ ଆଜିର ଦିନଟି ଅନୁକୂଳ ରହିବ। ପୂର୍ବରୁ ସାହାଯ୍ୟ ନେଇ ପ୍ରତଶ୍ରୁତି ଦେଇଥିବା ମିତ୍ର ହଠାତ୍ ମତ ବଦଳାଇ ଅସହଯୋଗ କରିପାରନ୍ତି। ବ୍ୟବସାୟ ଲାଗି ଦିନଟି ଭଲ ରହିବ । ମଧ୍ଯାହ୍ନ ପରେ ମନ ଭଲ ରହିବ ନାହିଁ ।

4/12

କର୍କଟ ରାଶି- ପାରିବାରିକ କ୍ଷେତ୍ରରେ ବିବାଦ ଦେଖାଦେବ। ଦୀର୍ଘ ଦିନର ଆଶା ଓ ଅଭିଳାଷ ପୂରଣ ହେବ । ଦୀର୍ଘ ଦିନରୁ ଅପେକ୍ଷା କରିଥିବା ଖବର ପାଇ ସାମୟିକ ଖୁସି ହେବେ। ଶିଳ୍ପ, ପରିବହନ ଓ ବ୍ୟବସାୟରେ ଆଶାନୁରୂପ ଲାଭ ମିଳିବ।

5/12

ସିଂହ ରାଶି- ଚାକିରି କ୍ଷେତ୍ରରେ ଶୁଭଫଳ ପାଇବେ। କାର୍ଯ୍ୟବ୍ୟସ୍ତ ଯୋଗୁଁ ପରିବାର ସହ ସମୟ ବିତାଇପାରିବେ ନାହିଁ । ବ୍ୟବସାୟିକ କ୍ଷେତ୍ରରେ ସମ୍ପର୍କୀୟ ବନ୍ଧୁ ସହଯୋଗର ପ୍ରତିଶ୍ରୁତି ଦେଇପାରନ୍ତି। ଭୁଲ୍ ବୁଝାମଣା ଯୋଗୁଁ ସମ୍ପର୍କରେ ତିକ୍ତତା ଆସିପାରେ ।

6/12

କନ୍ୟା ରାଶି- ମନ ପ୍ରଫୁଲ୍ଲ ରହିବ। ପାରିବାରିକ ଅଶାନ୍ତି କ୍ଷେତ୍ରରେ ଭୁଲ୍‌ ବୁଝାମଣା ହିଁ ମୁଖ୍ୟ କାରଣ ହେବ । ବହୁ ଦିନରୁ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି଼ ହେବ । ଆଜି ଶିକ୍ଷା, ସମ୍ପର୍କ ଓ ଆଲୋଚନା କ୍ଷେତ୍ରରେ ବ୍ୟତିକ୍ରମ ଦେଖାଦେବ।

7/12

ତୁଳା ରାଶି- ଆକସ୍ମିକ ଧନ ଲାଭ ନେଇ ଯୋଗ ରହିଛି। ସନ୍ତାନଙ୍କ ସ୍ବାସ୍ଥ୍ୟ ଯୋଗୁଁ ମନ ବିଚଳିତ ରହିବ। ଜମିଜମା କିମ୍ବା ଯାନ୍ତ୍ରିକ କ୍ଷେତ୍ରରେ ପ୍ରଚୁର ଅର୍ଥ ବ୍ୟୟ ହୋଇପାରେ। ପ୍ରତିଯୋଗିତାରେ ସଫଳତା ପାଇବେ ।

8/12

ବିଛା ରାଶି- ଆଜି ମନ ଅଶାନ୍ତ ରହିବ। ପ୍ରିୟ ବନ୍ଧୁଙ୍କ ସହ ସମ୍ବନ୍ଧ ମଧୁର ହେବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଅନୁକୂଳ ରହିବ। କଳା, ସାହିତ୍ୟ କ୍ଷେତ୍ରରେ ପ୍ରଶଂସିତ ହେବେ । ପଦୋନ୍ନତି ନେଇ ଯୋଗ ରହିଛି ।

9/12

ଧନୁ ରାଶି- ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟା ଦୂର ହେବ। ସ୍ବାସ୍ଥ୍ୟରେ ଉନ୍ନତି ଯୋଗୁଁ ସାମୟିକ ଆଶ୍ୱସ୍ତି ଲାଭ କରିବେ। ଆଜି ସଭା ସମିତି, ସତ୍‌ସଙ୍ଗ, ଆଧ୍ୟାତ୍ମିକତା, ରାଜନୀତି, ପ୍ରଶାସନ କ୍ଷେତ୍ରରେ ଦିନଟି ଭଲରେ କଟିବ।

10/12

ମକର ରାଶି- ଯାତ୍ରା ସମୟରେ ସତର୍କତା ଅବଲମ୍ବନ କରନ୍ତୁ। ଦାମ୍ପତ୍ୟ ଜୀବନରେ ବିଭ୍ରାଟ ଦେଖାଦେଇପାରେ । ପାରିବାରିକ ସମସ୍ୟା ଯୋଗୁଁ ମାନସିକ ସ୍ଥିତି ଭଲ ରହିବ ନାହିଁ । କର୍ମକ୍ଷେତ୍ରରେ ଶତ୍ରୁ କ୍ରମଶଃ ହ୍ରାସ ପାଇବ । ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣରେ ପଡ଼ିପାରନ୍ତି।

11/12

କୁମ୍ଭ ରାଶି - ଆଜିର ଦିନଟି ଭଲରେ କଟିବ । ହଠାତ୍‌ କୌଣସି ଘଟଣା ମନକୁ ବିବ୍ରତ କରିପାରେ। ବନ୍ଧୁଙ୍କ ଉପରେ ବୃଥା ସନ୍ଦେହ କରନ୍ତୁ ନାହିଁ । ଆର୍ଥିକ କ୍ଷତି ହେବାର ସମ୍ଭାବନା ରହିଛି । ଜମିଜମା ଓ ପରିବହନରେ ସମସ୍ୟା କ୍ରମଶଃ ଜଟିଳ ହେବ।

12/12

ମୀନ ରାଶି- ପାରିବାରିକ ସ୍ଥିତି ଭଲ ରହିନପାରେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ଦୌରାତ୍ମ୍ୟ ଅସହ୍ୟ ହୋଇପଡ଼ିବ। ଅଚାନକ କୌଣସି କଥାକୁ ନେଇ ମନ ଖରାପ ହେବ । ମିତ୍ରଙ୍କ ଠାରୁ ସୁସମ୍ବାଦ ପାଇଁ ଖୁସି ହେବେ। ଅବିବାହିତଙ୍କ ବିବାହ ସ୍ଥିର ହେବା ନେଇ ଯୋଗ ରହିଛି ।