Advertisement
Photo Details/zeeodisha/odisha1970823
photoDetails0hindi

Horoscope: ୫ ରାଶିଙ୍କ ପାଇଁ ଶୁଭ ରହିବ ଆଜିର ଦିନ, ୩ ରାଶିଙ୍କ ବିଗିଡ଼ିପାରେ କାମ!

Today Horoscope: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ....

1/12

ମେଷ ରାଶି: ମିତ୍ରମାନଙ୍କ ସହ ଆମୋଦ-ପ୍ରମୋଦରେ ଦିନଟି କଟିବ । ନୂଆ ମିତ୍ରତାର କାରଣରୁ ଭବିଷ୍ୟତରେ ଲାଭ ହୋଇପାରେ। ପ୍ରାକୃତିକ ସ୍ଥଳକୁ ଯାତ୍ରା କରିପାରନ୍ତି। ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ଦିନଟି ଭଲ ରହିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ।

2/12

ବୃଷ ରାଶି: ଆଜିର ଦିନଟି ଚାକିରିଆମାନଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ନୂଆ କାର୍ଯ୍ୟର ଆୟୋଜନ ସଫଳତା ପୂର୍ବକ ସମ୍ପାଦନ ହେବ। ଉଚ୍ଚାଧିକାରୀମାନଙ୍କ କୃପା ଦୃଷ୍ଟି ଆପଣ ଉପରେ ରହିବ। ପ୍ରମୋସନ ହୋଇପାରେ। ଗୃହସ୍ଥ ଜୀବନରେ ମଧୁରତା ଆସିବ। ଅଧୁରା କାର୍ଯ୍ୟ ପୂର୍ଣ୍ଣ ହେବ। ସରକାରୀ ଲାଭ ମିଳିବ।

3/12

ମିଥୁନ ରାଶି: କୌଣସି ନୂଆ କାର୍ଯ୍ୟର ଆରମ୍ଭ ପାଇଁ ଆଜିର ଦିନ ଅନୁକୂଳ ନୁହେଁ। ଶରୀର ବ୍ୟଥା ଓ ଆଳସ୍ୟ ଯୋଗୁଁ କୌଣସି କାର୍ଯ୍ୟ କରିବା ପାଇଁ ଉତ୍ସାହିତ ହେବେ ନାହିଁ। ପେଟ ସମ୍ବନ୍ଧୀୟ ଯନ୍ତ୍ରଣା ହୋଇପାରେ। ଖର୍ଚ୍ଚ ଅଧିକ ହୋଇପାରେ।

4/12

କର୍କଟ ରାଶି: ଆଜି ସାବଧାନପୂର୍ବକ ଚଳନ୍ତୁ। ପରିବାର ସଦସ୍ୟଙ୍କ ସହ ବାଦ-ବିବାଦ କରନ୍ତୁ ନାହିଁ। ବାଣୀ ତଥା କ୍ରୋଧ ଉପରେ ନିୟନ୍ତ୍ରଣ ରଖିନ୍ତୁ। ଖର୍ଚ୍ଚ ବଢିବା ଆଶଙ୍କା ରହିଛି। ଈଶ୍ଵରଙ୍କ ସ୍ମରଣ ତଥା ଆଧ୍ୟାତ୍ମିକତା ଲାଭଦାୟୀ ରହିବ।

5/12

ସିଂହ ରାଶି: ବୈବାହିକ ଜୀବନରେ ବିବାଦ ଦେଖାଦେବ। ଜୀବନସାଥୀଙ୍କ ସ୍ଵାସ୍ଥ୍ୟ ବିଗିଡ଼ି ପାରେ। ନିରର୍ଥକ ଚର୍ଚ୍ଚା କିମ୍ବା ବିବାଦରେ ପଡ଼ନ୍ତୁ ନାହିଁ। ଶତ୍ରୁମାନଙ୍କଠାରୁ ଦୂରେଇ ରୁହନ୍ତୁ। ସମୟର ସଦୁପୋଯୋଗ କରନ୍ତୁ।

6/12

କନ୍ୟା ରାଶି: ଆଜି ଫୂର୍ତ୍ତି ତଥା ସୁସ୍ଥ ଅନୁଭବ କରିବେ। ଘର ଓ କର୍ମ କ୍ଷେତ୍ରରେ ବାତାବରଣ ଆନନ୍ଦଦାୟୀ ରହିବ। ସହକର୍ମୀମାନଙ୍କ ସହଯୋଗ ମିଳିବ। ସନ୍ତାନ ସତନ୍ତିଙ୍କ ପକ୍ଷରୁ ଶୁଭ ସମାଚାର ମିଳିବ। କାର୍ଯ୍ୟରେ ସଫଳତା ମିଳିବ।

7/12

ତୁଳା ରାଶି: ଆପଣଙ୍କ ଦିନ ମଧ୍ୟମ ଫଳଦାୟୀ ହେବ। ସନ୍ତାନମାନଙ୍କ ଚିନ୍ତା ଅସୁବିଧାରେ ପକାଇବ। ବାଦ-ବିବାଦ କିମ୍ବା ବୌଦ୍ଧିକ ଚର୍ଚ୍ଚାରୁ ଦୂରରେ ରୁହନ୍ତୁ। ନୂତନ କାର୍ଯ୍ୟ ଆରମ୍ଭରୁ କମ୍ ସଫଳତା ମିଳିବା ନେଇ ସମ୍ଭାବନା ରହିଛି । ପ୍ରିୟଜନଙ୍କ ସହ ଭେଟ ହେବ।

8/12

ବିଛା ରାଶି: ପରିବାର ଲୋକଙ୍କ ସହିତ ମନୋମାଳିନ୍ୟ ହୋଇପାରେ। ଆର୍ଥିକ କ୍ଷତିର ଆଶଂକା ରହିଛି। ଗୁରୁତ୍ବପୂର୍ଣ୍ଣ କାଗଜପତ୍ରକୁ ସମ୍ଭାଳି କରି ରଖିନ୍ତୁ। ନକରାତ୍ମକ ବିଚାର ଯୋଗୁଁ ଘାଣ୍ଟି ହେବେ। ସ୍ଵାସ୍ଥ୍ୟ ପଛରେ ଅର୍ଥ ବ୍ୟୟ ହେବ।

9/12

ଧନୁ ରାଶି: ନୂତନ କାର୍ଯ୍ୟ ଆରମ୍ଭ ନେଇ ଆଜିର ଦିନ ଶୁଭ ଅଟେ। ପରିଜନମାନଙ୍କ ସହିତ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ସ୍ଵାସ୍ଥ୍ୟ ଭଲ ରହିବ। ଆୟ ବୃଦ୍ଧି ହେବାର ସମ୍ଭାବନା ଅଛି। କାର୍ଯ୍ୟରେ ସଫଳତା ମିଳିବ।

10/12

ମକର ରାଶି: ବାଣୀ ଉପରେ ନିୟନ୍ତ୍ରଣ ରଖିଲେ ପ୍ରତ୍ୟେକ ଅସୁବିଧା ଦୂର ହେବ। ସ୍ୱାସ୍ଥ୍ୟ ମଧ୍ୟମ ରହିବ। ଆଖିରେ ପୀଡ଼ା ହେବାର ଆଶଂକା ରହିଛି। ଦୂରଯାତ୍ରା ସଫଳ ହେବା ସହ ନୂତନ କାମର ଆରମ୍ଭ କରିପାରନ୍ତି । କାର୍ଯ୍ୟକ୍ଷେତ୍ରରେ ଶାନ୍ତ ରହିବାକୁ ଚେଷ୍ଟା କରନ୍ତୁ, ନଚେତ୍ ଦିନଟି ଖରାପ ଯିବ।

11/12

କୁମ୍ଭ ରାଶି: ଆଜିର ଦିନ ଶୁଭ ଫଳଦାୟୀ ଅଟେ। ଶାରୀରିକ ତଥା ମାନସିକ ରୂପରେ ପ୍ରସନ୍ନ ରହିବେ। ଭୌତିକ ତଥା ଆଧ୍ୟାତ୍ମିକ ଦୃଷ୍ଟିରୁ ଆପଣ ଭଲ ଅନୁଭବ କରିବେ। ପରିଜନମାନଙ୍କ ସହ ଭୋଜନ କରି ଆନନ୍ଦିତ ହେବେ।

12/12

ମୀନ ରାଶି: ଲୋଭ କରନ୍ତୁ ନାହିଁ। ଆଜି ସ୍ଵାସ୍ଥ୍ୟ ବିଗିଡ଼ିବା ସହ ଏକାଗ୍ରତା କମ୍ ହୋଇପାରେ। ଧାର୍ମିକ କାର୍ଯ୍ୟ ପଛରେ ଧନ ଖର୍ଚ୍ଚ ହେବ। ପରିଜନମାନଙ୍କ ସହିତ ମତଭେଦ ହେବାର ଆଶଙ୍କା ଅଛି।