Advertisement
Photo Details/zeeodisha/odisha1919441
photoDetails0hindi

Today Horoscope: ଏହି ରାଶିଙ୍କର ରହିଛି ପାରିବାରିକ ବିବାଦ ସହ ଅର୍ଥହାନୀ ଯୋଗ! ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

Horoscope Today: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ....

1/12

ମେଷ ରାଶି- ଆଜିର ଦିନଟି ମିଶ୍ରିତ ଫଳଦାୟୀ ରହିବ। ଯାତ୍ରା କଲ୍ୟାଣକାରୀ ହେବ। ବ୍ୟବସାୟରୁ ଲାଭ ମିଳିବ। କିନ୍ତୁ ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗିରହିବ। ଅଟକି ରହିଥିବା କାମ ସମ୍ପନ୍ନ ହେବା କଷ୍ଟକର ହେବ । ଜୀବନସାଥୀଙ୍କ ସହ ବିବାଦ ହୋଇପାରେ ।

2/12

ବୃଷ ରାଶି - ଆକସ୍ମିକ ଧନ ଲାଭ ନେଇ ଯୋଗ ରହିଛି। ସନ୍ତାନଙ୍କ ସ୍ବାସ୍ଥ୍ୟ ଯୋଗୁଁ ମନ ବିଚଳିତ ରହିବ। ଜମି ଜମା କିମ୍ବା ଯାନ୍ତ୍ରିକ କ୍ଷେତ୍ରରେ ପ୍ରଚୁର ଅର୍ଥ ବ୍ୟୟ ହୋଇପାରେ। ପ୍ରତିଯୋଗିତାରେ ସଫଳତା ପାଇବେ।

3/12

ମିଥୁନ ରାଶି- ଶିଳ୍ପ, ବାଣିଜ୍ୟ ଓ ମାଲିମକଦ୍ଦମା ପାଇଁ ଆଜିର ଦିନ ଅନୁକୂଳ ରହିବ। ପୂର୍ବରୁ ସାହାଯ୍ୟ ନେଇ ପ୍ରତଶ୍ରୁତି ଦେଇଥିବା ମିତ୍ର ହଠାତ୍ ମତ ବଦଳାଇ ଅସହଯୋଗ କରିପାରନ୍ତି। ବ୍ୟବସାୟ ଲାଗି ଦିନଟି ଭଲ ରହିବ ।

4/12

କର୍କଟ ରାଶି- ପାରିବାରିକ କ୍ଷେତ୍ରରେ ବିବାଦ ଦେଖାଦେବ। ଦୀର୍ଘ ଦିନର ଆଶା ଓ ଅଭିଳାଷ ପୂରଣ ହେବ । ଦୀର୍ଘ ଦିନରୁ ଅପେକ୍ଷା କରିଥିବା ଖବର ପାଇ ସାମୟିକ ଖୁସି ହେବେ। ଶିଳ୍ପ, ପରିବହନ ଓ ବ୍ୟବସାୟରେ ଆଶାନୁରୂପ ଲାଭ ମିଳିବ।

5/12

ସିଂହ ରାଶି- ମନ ପ୍ରସନ୍ନ ରହିବ। ପରିଜନଙ୍କ ସହଯୋଗ ମିଳିବ। କାର୍ଯ୍ୟ ପୂରା କରିବା ଲାଗି ନୂଆ ଯୋଜନା କରି ଲାଭ ପାଇବେ। ପ୍ରେମ ପ୍ରସଙ୍ଗ ଓ ବ୍ୟବସାୟରେ ସଫଳତା ମିଳିବ। ଭୋଗବିଳାସ ଦିଗକୁ ମନ ଟାଣିବ ।

6/12

କନ୍ୟା ରାଶି- କାର୍ଯ୍ୟସିଦ୍ଧ ହେତୁ ମନ ପ୍ରଫୁଲ୍ଲିତ ରହିବ। ପାରିବାରିକ ଅଶାନ୍ତି କ୍ଷେତ୍ରରେ ଭୁଲ୍‌ ବୁଝାମଣା ହିଁ ପ୍ରଧାନ କାରଣ ହେବ । ବହୁ ଦିନରୁ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି଼ ହେବ । ଗଠନମୂଳକ କାର୍ଯ୍ୟରେ ଗତି ମନ୍ଥର ହେବ, ତଥାପି କାମ ଅଟକିବ ନାହିଁ । ।

7/12

ତୁଳା ରାଶି- ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ। ଘର ଓ ବ୍ୟବସାୟରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। କର୍ମକ୍ଷେତ୍ରରେ ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ। ଅର୍ଥକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହେବେ। ହଠାତ୍‌ ବନ୍ଧୁଙ୍କ ଅନୁରୋଧ କ୍ରମେ ଦେବାର୍ଚ୍ଚନା ପାଇଁ ମନ ବଳାଇବେ।

8/12

ବିଛା ରାଶି- ଆଜି ମନ ଅଶାନ୍ତ ରହିବ। ପ୍ରିୟ ବନ୍ଧୁଙ୍କ ସହ ସମ୍ବନ୍ଧ ମଧୁର ହେବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଅନୁକୂଳ ରହିବ। କଳା, ସାହିତ୍ୟ କ୍ଷେତ୍ରରେ ପ୍ରଶଂସିତ ହେବେ । ପଦୋନ୍ନତି ନେଇ ଯୋଗ ରହିଛି ।

9/12

ଧନୁ ରାଶି – ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି। ବନ୍ଧୁଙ୍କ ପ୍ରେରଣାରେ ନୂତନ କାମର ପରିକଳ୍ପନା କରିବେ। ଶିଳ୍ପ ଓ ପରିବହନରେ ସମସ୍ୟା ଲାଗି ରହିବ। ବ୍ୟବସାୟରେ ବଡ଼ ବଡ଼ ଡିଲ୍‌ ହେବା ନେଇ ସମ୍ଭାବନା ରହିଛି । ଖର୍ଚ୍ଚାନ୍ତ ହୋଇପାରନ୍ତି । ଘରକୁ ଅତିଥି ଆସିବେ।

10/12

ମକର ରାଶି - ପାରିବାରିକ ସ୍ଥିତି ଭଲ ରହିନପାରେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ଦୌରାତ୍ମ୍ୟ ଅସହ୍ୟ ହୋଇପଡ଼ିବ। ଅଚାନକ କୌଣସି କଥାକୁ ନେଇ ମନ ଖରାପ ହେବ । ମିତ୍ରଙ୍କ ଠାରୁ ସୁସମ୍ବାଦ ପାଇଁ ଖୁସି ହେବେ। ଅବିବାହିତଙ୍କ ବିବାହ ସ୍ଥିର ହେବା ନେଇ ଯୋଗ ରହିଛି ।

11/12

କୁମ୍ଭ ରାଶି - ଆଜି ଦିନଟି ଭଲରେ କଟିବ । ହଠାତ୍‌ କୌଣସି ଘଟଣା ମନକୁ ବିବ୍ରତ କରିପାରେ। ବନ୍ଧୁଙ୍କ ଉପରେ ବୃଥା ସନ୍ଦେହ କରନ୍ତୁ ନାହିଁ । ଆର୍ଥିକ କ୍ଷତି ହେବାର ସମ୍ଭାବନା ରହିଛି । ଜମିଜମା ଓ ପରିବହନରେ ସମସ୍ୟା କ୍ରମଶଃ ଜଟିଳ ହେବ।

12/12

ମୀନ ରାଶି - ଆଜି ପ୍ରତ୍ୟେକ ଦିଗରୁ ଅନୁକୂଳ ବାତାବରଣ ସୃଷ୍ଟି ହେବ। ଅଟକି ରହିଯାଇଥିବା କାମ ସମ୍ପନ୍ନ ହେବ। ବାଣିଜ୍ୟ, ବ୍ୟବସାୟରୁ ଲାଭ ମିଳିବ । ପରୋକ୍ଷ ଶତ୍ରୁତା ଯୋଗୁଁ ସାମୟିକ ବାଧା ସୃଷ୍ଟି ହେବାର ଆଶଙ୍କା ରହିଛି ।