Advertisement
Photo Details/zeeodisha/odisha1920951
photoDetails0hindi

Today Horoscope: ଏହି ରାଶିଙ୍କର ରହିଛି ଦୂରଯାତ୍ରା ସହ ଧନପ୍ରାପ୍ତି ଯୋଗ! ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

 Horoscope Today: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ....

1/12

ମେଷ ରାଶି- ଆଜି ସକାଳୁ ଦେବ ଦର୍ଶନର ସୁଯୋଗ ମିଳିବ । ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ବିରୋଧୀ କ୍ଷତି କରିବା ଲାଗି ପ୍ରୟାସ କରି ଅସଫଳ ହେବେ। ଦୂରସ୍ଥାନକୁ ଯାତ୍ରା ନେଇ ଯୋଗ ରହିଛି । ପରିବହନ ଓ ଆମଦାନୀ ବାଣିଜ୍ୟରେ ଉନ୍ନତି ହେବ।

2/12

ବୃଷ ରାଶି- ଦେବୀଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଧାର୍ମିକ ଆୟୋଜନରେ ସେବା କରିବା ନେଇ ଅବସର ମିଳିବ। ବ୍ୟବସାୟ ଲାଗି ଦିନଟି ଭଲ ରହିବ। ନିକଟ ସମ୍ପର୍କୀୟମାନଙ୍କ ଚକ୍ରାନ୍ତ ଯୋଗୁଁ ମନ କଷ୍ଟ ହୋଇପାରେ । ପାରିବାରିକ କ୍ଷେତ୍ରରେ ଅନ୍ତର୍ଦ୍ୱନ୍ଦ୍ୱ ସୃଷ୍ଟି ହୋଇ ଭ୍ରାତୃ ସମ୍ପର୍କରେ ଅବନତି ଘଟିବ।

3/12

ମିଥୁନ ରାଶି- ଅଚାନକ କୌଣସି କଥାକୁ ନେଇ ମନ ଖରାପ ହୋଇପାରେ। ମାତାପିତାଙ୍କ ସେବା କରିବା ଦ୍ବାରା କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଦେଖିବାକୁ ମିଳିବ। ମିତ୍ରଙ୍କ ଠାରୁ ସୁସମ୍ବାଦ ମିଳିବ। ବଡ଼ ବ୍ୟବସାୟ ନେଇ ଡ଼ିଲ୍ ହୋଇପାରେ। କର୍ମକ୍ଷେତ୍ରରେ ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି ।

4/12

କର୍କଟ ରାଶି- ମନରେ ଦ୍ବନ୍ଦ୍ବ ରହିବ କିନ୍ତୁ ବ୍ୟବହାର ମଧୁର ରହିବ। କୌଣସି ସମସ୍ୟାର ସମାଧାନ ଲାଗି ଦିନଟି ଭଲ। ଲୋକେ ସାହାଯ୍ୟ ସହଯୋଗର ହାତ ବଢ଼ାଇଦେବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତ ରହିବେ।

5/12

ସିଂହ ରାଶି- କର୍ମକ୍ଷେତ୍ରରେ ସ୍ଥଗିତ କାର୍ଯ୍ୟର ଅଗ୍ରଗତି ଘଟିବ, କିନ୍ତୁ କେତେକ କାମକୁ ନେଇ ପଶ୍ଚାତାପ କରିପାରନ୍ତି। ପରିବାରରେ ଅଶାନ୍ତିକର ପରିବେଶ ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି । ସ୍ବାସ୍ଥ୍ୟ ଭଲ ରହିବ । କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଆଶା କରିଥିବା ଜିନିଷ ବିଳମ୍ବରେ ପାଇବେ ।

6/12

କନ୍ୟା ରାଶି- ନିଜ ଲୋକଙ୍କ ସହଯୋଗ ଲାଭ କରି ନୂତନ କର୍ମାରମ୍ଭ କରିବାରେ ସମର୍ଥ ହେବେ। ବନ୍ଧୁଙ୍କ ଛଳନାମତ୍କ କଥାକୁ ଠିକ୍‌ ଭାବେ ବିପଦରେ ପଡ଼ିବେ । ସାହିତ୍ୟ, ଚିତ୍ରକଳା ତଥା ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ। ଗୃହ, ଭୂମି, ମାଲି ମକଦ୍ଦମା ସମ୍ପର୍କିତ ଦୁଶ୍ଚିନ୍ତା ଆସିବ ।

7/12

ତୁଳା ରାଶି- କର୍ମକ୍ଷେତ୍ରରେ ଭୁଲ୍‌ ଖବର ପାଇ ସାମୟିକ ବିବ୍ରତ ହୋଇପାରନ୍ତି। ଦୂରଯାତ୍ରା ଲାଭଦାୟୀ ରହିବ। ପାରିବାରିକ ଜୀବନରେ ପକ୍ଷପାତିତା ଅଶାନ୍ତିର କାରଣ ହେବ। ଶାରୀରିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ। ଜୀବନସାଥୀଙ୍କ ସହ ସମ୍ପର୍କ ମଧୁର ହେବ ।

8/12

ବିଛା ରାଶି- ଖର୍ଚ୍ଚାନ୍ତ ହୋଇ ମନସ୍ତାପ କରିପାରନ୍ତି। ସାବଧାନର ସହ କାମ କରିବା ଦ୍ବାରା ଲାଭ ମିଳିବ। ବ୍ୟସ୍ତତା ସତ୍ତ୍ବେ ମଉଜ ମଜଲିସ୍ ପାଇଁ ସମୟ ବାହାର କରିନେବେ। କୌଣସି ନୂଆ ଲୋକଙ୍କ ସହ ବନ୍ଧୁତା ହୋଇପାରେ। ପରିବାର ସମ୍ବନ୍ଧୀୟ କୌଣସି କାମ ପୂରା ହେବ।

9/12

ଧନୁ ରାଶି- ଆଜି ଅନ୍ୟମାନଙ୍କ ଭାବନା ପ୍ରତି ବିଶେଷ ଯତ୍ନବାନ ରହିପାରନ୍ତି। ଧର୍ମ ସମ୍ବନ୍ଧୀତ ପୁସ୍ତକ ପଢ଼ିବାରେ ରୁଚି ବଢ଼ିବ। ସ୍ଥଗିତ ଥିବା କାର୍ଯ୍ୟ କୌଣସି ବନ୍ଧୁଙ୍କ ଦ୍ବାରା ପୂରା ହେବ। ସ୍ବାସ୍ଥ୍ୟ ପ୍ରତି ସଚେତନ ରହନ୍ତୁ।

10/12

ମକର ରାଶି- ଯାନବାହାନ ଚଳାଚଳ ସମୟରେ ସତର୍କତା ଅବଲମ୍ବନ କରନ୍ତୁ । ଆତ୍ମୀୟ ସ୍ବଜନଙ୍କ ସହଯୋଗରେ ନୂତନ କର୍ମାରମ୍ଭ କରିପାରନ୍ତି । ଅଜଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ। କାରବାର ବୃଦ୍ଧି ଲାଗି ଦିନଟି ଶୁଭ ଅଟେ। ରାଜନୀତିରେ ଆଧିପତ୍ୟ ବଢ଼ିବ। ପରିବାର ସହିତ ହସ ଖୁସିରେ ସମୟ କଟିବ।

11/12

କୁମ୍ଭ ରାଶି- ଇଷ୍ଟଦେବୀଙ୍କ ଆରାଧନାରେ ମନରେ ସକାରାତ୍ମକ ଶକ୍ତି ସ˚ଚାର ହେବ। ପ୍ରସ୍ତୁତ ଯୋଜନା ଅନୁଯାୟୀ କାର୍ଯ୍ୟ କରିବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।

12/12

ମୀନ ରାଶି- ଦିନଟି ଆପଣଙ୍କୁ ଆଜି ଶୁଭାଶୁଭ ମିଶ୍ରିତ ଫଳ ପ୍ରଦାନ କରିବ। ବଡ଼ ବ୍ୟବସାୟ ଲାଗି କୌଣସି ବ୍ୟକ୍ତି ସହ ଚୁକ୍ତି କରିପାରନ୍ତି। ଭାବିଚିନ୍ତି ଖର୍ଚ୍ଚ ନକଲେ ଅସୁବିଧାରେ ପଡ଼ିପାରନ୍ତି। କୋର୍ଟ କଚେରୀ ମାମଲାରେ ଚିନ୍ତା ବଢ଼ିପାରେ ।