Advertisement
Photo Details/zeeodisha/odisha1932461
photoDetails0hindi

Today Horoscope: ଏହି ୫ଟି ରାଶି ଉପରେ ହେବ ଧନ ବର୍ଷା! ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

 Horoscope Today: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ....

 

1/12

ମେଷ ରାଶି: ମେଷ ରାଶିର ଲୋକଙ୍କ ପାଇଁ ଆଜିର ଅତ୍ୟନ୍ତ ଶୁଭଦାୟୀ ରହିବ । କାର୍ଯ୍ୟରେ ନିରନ୍ତର ସଫଳତା ହାସଲ ହେବ। କ୍ୟାରିୟର କ୍ଷେତ୍ରରେ ଆଗକୁ ଯିବାର ନୂତନ ଉପାୟ ମିଳିବ । ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ସଂଯୋଗ ସ୍ଥାପନ ହେବ । ମହାଦେବଙ୍କ କୃପାରୁ ପାରିବାରିକ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ । ପିତାମାତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେବ

2/12

ବୃଷ ରାଶି: ପରିବାର ସଦସ୍ୟଙ୍କ ସମ୍ପର୍କ ମଧୁର ହେବ । କାର୍ଯ୍ୟ କ୍ଷେତ୍ରରେ ପଦୋନ୍ନତି ନେଇ ଯୋଗ ରହିଛି । କୌଣସି ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି । ଅଚାନକ ଦୂର ସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ । ଭାବପ୍ରବଣତାବଶତଃ ପ୍ରଭାବିତ ହୋଇ ଅସୁବିଧାରେ ପଡ଼ିପାରନ୍ତି । ବାକ୍‌ ଅସଂଯମତା ଯୋଗୁଁ ସୁସମ୍ପର୍କ ବ୍ୟାହତ ହୋଇପାରେ। ଶିଳ୍ପ, ରପ୍ତାନୀ, ବାଣିଜ୍ୟ ଓ କଳା ସାହିତ୍ୟରେ ସମସ୍ୟାର ସମାଧାନ ହେବ।

3/12

ମିଥୁନ ରାଶି: କିଛି ନୂଆ କରିବା ନେଇ ଚେଷ୍ଟା କରିପାରନ୍ତି । ବୈବାହିକ ଜୀବନରେ ସମସ୍ୟା ଉପୁଜିପାରେ । ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ । ସନ୍ତାନଙ୍କୁ ନେଇ ଚିନ୍ତିତ ରହିପାରନ୍ତି। ଛାତ୍ରଛାତ୍ରୀମାନେ କୌଣସି ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ପାଇପାରନ୍ତି । ଆଜି କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ, ନଚେତ୍ ଯୁକ୍ତି ତର୍କ କାରଣରୁ ସମ୍ପର୍କରେ ଫାଟ ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି ।

4/12

କର୍କଟ ରାଶି:  ସାମାଜିକ କ୍ଷେତ୍ରରେ ଲୋକପ୍ରିୟତା ବୃଦ୍ଧି ପାଇବ । ପୁରୁଣା ବନ୍ଧୁ୍ଙ୍କ ସହ ସାକ୍ଷାତ ହେବ । ପ୍ରେମୀ ଯୁଗଳଙ୍କ ପାଇଁ ଦିନଟି ଶୁଭ ଅଟେ। କାର୍ଯ୍ୟ କ୍ଷେତ୍ରରେ କଠିନ ପରିଶ୍ରମ ଦ୍ବାରା ସଫଳତା ମିଳିବ । ଟଙ୍କା ସମ୍ବନ୍ଧୀୟ ସମସ୍ୟା ଦୂର ହେବ । ବ୍ୟକ୍ତିତ୍ୱର ଉନ୍ନତି ହେବ । ସାଙ୍ଗମାନଙ୍କ ସହ ଦୂରସ୍ଥାନକୁ ଭ୍ରମଣ ନେଇ ଯୋଜନା କରିପାରନ୍ତି ।

5/12

ସିଂହ ରାଶି: ଆର୍ଥକ୍ ସ୍ଥିତି ମଜଭୁତ ହେବ। ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ପାଇବ। ଭଲ ଆଚରଣ ଯୋଗୁଁ ପ୍ରଶଂସା ପାଇବେ । ବ୍ୟବସାୟରେ ଲାଭ ହେବ । ଲକ୍ଷ୍ୟ ପୂରଣ ହେବାରେ ଜଣେ ଅଜଣା ବନ୍ଧୁଙ୍କ ସାହାଯ୍ୟ ଅବିସ୍ମରଣୀୟ ରହିବ। କୌଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନେବା ଉଚିତ୍ ହେବନାହିଁ। ପାରିବାରିକ ଅଶାନ୍ତି ଦେଖାଦେଇପାରେ।

6/12

କନ୍ୟା ରାଶି: କନ୍ୟା ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଆଜିର ଦିନ ମିଶ୍ରିତ ଫଳ ପ୍ରଦାନ କରିବ । କୌଣସି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଚାକିରି କ୍ଷେତ୍ରରେ ବଡ଼ ଅଧିକାରୀମାନେ ସହଯୋଗର ହାତ ବଢାଇବେ। ନିକଟ ସମ୍ପର୍କୀୟଙ୍କଠାରୁ ସୁସସ୍ବାଦ ମିଳିବ । ସ୍ୱାସ୍ଥ୍ୟ ଭଲ ରହିବ। ଦୂରସ୍ଥାନକୁ ଭ୍ରମଣ କରିପାରନ୍ତି ।

7/12

ତୁଳା ରାଶି: ସାମାଜିକ କ୍ଷେତ୍ରରେ ସମ୍ମାନ ବୃଦ୍ଧି ପାଇବ । ପିଲାମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେବ । ସ୍ୱାମୀ ଓ ସ୍ତ୍ରୀ ସମ୍ପର୍କ ଦୃଢ ହେବ । କର୍ମ କ୍ଷେତ୍ରରେ ନୂତନ ଚାଲେଞ୍ଜର ସାମ୍ନା କରିବେ। ଆଜି କୌଣସି କାମ ତରବରିଆ ଭାବେ କରନ୍ତୁ ନାହିଁ; ନଚେତ୍ ଅସୁବିଧାର ସମ୍ମୁଖୀନ ହେବେ। ବ୍ୟବସାୟୀମାନେ ବଡ଼ ଡିଲ୍‌ କରିପାରନ୍ତି। ଘରକୁ ଅତିଥି ଆସିବେ। ଦାମ୍ପତି ମାନଙ୍କ ଲାଗି ଦିନଟି ଭଲ ରହିବ ।

8/12

ବିଛା ରାଶି: ଆଜିର ଦିନ ଆପଣଙ୍କ ଲାଗି ଅନୁକୂଳ ରହିବ। ଘର ଓ ବ୍ୟବସାୟରେ ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହେବ। କର୍ମକ୍ଷେତ୍ରରେ ବାତାବରଣ ଅନୁକୂଳ ରହିବ। ଆକସ୍ମିକ ଧନ ଲାଭ ନେଇ ଯୋଗ ରହିଛି । ପରିବାର ଓ ପ୍ରିୟଜନଙ୍କ ସହ ଦିନଟି ଭଲରେ କଟିବ ।

9/12

ଧନୁ ରାଶି: ସାବଧାନର ସହ କାମ କଲେ ଲାଭବାନ ହେବେ। ବ୍ୟସ୍ତତା ରହିବା ସତ୍ତ୍ବେ ବୁଲିବା ପାଇଁ ସମୟ ବାହାର କରିନେବେ। କୌଣସି ନୂଆ ଲୋକଙ୍କ ସହିତ ବନ୍ଧୁତା ହୋଇପାରେ। ପରିବାର ସମ୍ବନ୍ଧୀୟ କୌଣସି କାମ ପୂରା ହୋଇପାରେ।

10/12

ମକର ରାଶି: ଦିନ ତମାମ ମନ ପ୍ରସନ୍ନ ରହିବ। କାମ ପୂରଣ କରିବା ଲାଗି ନୂତନ ଯୋଜନା ପାଇବେ । ପ୍ରେମ ପ୍ରସଙ୍ଗ ଓ ବ୍ୟବସାୟରେ ସଫଳତା ମିଳିବ। କୋର୍ଟ କଚେରୀ ମାମଲାରେ ଛନ୍ଦି ହୋଇପାରନ୍ତି । ଭାବିଚିନ୍ତି ଖର୍ଚ୍ଚ ନକଲେ ଅସୁବିଧାରେ ପଡ଼ିପାରନ୍ତି।

11/12

କୁମ୍ଭ ରାଶି: ପରିବାର ସଦସ୍ୟ ଓ ବନ୍ଧୁଙ୍କ ଗ୍ରହଣରେ ଦିନଟି ଭଲରେ ଅତିବାହିତ ହେବ। ବ୍ୟବସାୟରେ ପୂରା ହେବାକୁ ଯାଉଥିବା କାର୍ଯ୍ୟରେ ବାଧ୍ୟା ଉତ୍ପନ୍ନ ହେବ। ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ। ପରିବାରର ସ୍ନେହ ଓ ଜୀବନସାଥୀଙ୍କ ଠାରୁ ଖୁସି ପାଇବେ।କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।

12/12

ମୀନ ରାଶି: ସମସ୍ତ କ୍ଷେତ୍ରରେ ଲାଭ ପାଇବେ। କର୍ମ କ୍ଷେତ୍ରରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ବ୍ୟବସାୟରେ ଆଶାଠାରୁ ଅଧିକ ଲାଭ ମିଳିବ । ପ୍ରେମ ସମ୍ପର୍କରେ ମଧୁରତା ଆସିବ। କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ । ଇଷ୍ଟଦେବୀଙ୍କ ଆରାଧନାରେ ମନରେ ସକାରାତ୍ମକ ଶକ୍ତି ସ˚ଚାର ହେବ। ପ୍ରସ୍ତୁତ ଯୋଜନା ଅନୁଯାୟୀ କାର୍ଯ୍ୟ କରିବେ।