Advertisement
Photo Details/zeeodisha/odisha1900172
photoDetails0hindi

Horoscope Today: ବିବାଦ ବଢିବା ସହ ବିଗିଡି଼ବ କାମ! ଜାଣନ୍ତୁ ଆଜି କେଉଁ ରାଶି ପାଇଁ କେମିତି ରହିବ ଦିନ

Horoscope Today Oct 5 2023: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ....

 

1/12

 ମେଷ ରାଶି (Aries): ବହୁଦିନର ଆଶା ଫଳବତୀ ହୋଇପାରେ। ପରିବାରରେ ଶ୍ରଦ୍ଧା ଭଲପାଇବା ବୃଦ୍ଧି ପାଇବ। କଳ୍ପନା ବିଳାସୀ ହୋଇପାରନ୍ତି । ବିଭିନ୍ନ ଦିଗରୁ ଆକସ୍ମିକ ଧନ ଲାଭ ନେଇ ଯୋଗ ରହିଛି । ପାରିବାରିକ ସୁଖ ମିଳିବ।

2/12

ବୃଷ ରାଶି (Taurus): ଅପ୍ରିୟ ସତ କଥା କହି ବିରୋଧୀ ହେବାର ସମ୍ଭାବନା ରହିଛି । ପ୍ରତିବନ୍ଧକକୁ ଦୃଢ଼ତାର ସହ ସମ୍ମୁଖୀନ କରି ପ୍ରତ୍ୟେକ କ୍ଷେତ୍ରରେ ବିଜୟୀ ହେବେ। ପାରିବାରିକ ବିଶୃଙ୍ଖଳା ଯୋଗୁଁ ମନ ଭଲ ରହିବ ନାହିଁ । ମାଲିମକଦ୍ଦମା ଓ ବିବାଦର ସମାଧାନ ହେବା ନେଇ ଯୋଗ ରହିଛି ।

3/12

ମିଥୁନ (Gemini): ପ୍ରତିବନ୍ଧକ କାରଣରୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିବ। କଟୁ ବ୍ୟବହାର ପାଇଁ ସମ୍ପର୍କୀୟମାନେ ଦୂରେଇ ଯାଇପାରନ୍ତି। ଦମ୍ପତିମାନଙ୍କ ଲାଗି ଦିନଟି ଭଲ ରହିବ । ବନ୍ଧୁଙ୍କ ପରାମର୍ଶ ଅନୁଯାୟୀ ପୂର୍ବ ଯୋଜନା ମୁତାବକ କର୍ମରେ ନିଯୁକ୍ତ ହେବେ। ପାରିବାରିକ କ୍ଷେତ୍ରରେ ପୁରୁଣା କଥାକୁ ବେଶି ଦୋହରାଇବା ଠିକ୍‌ ହେବନି।

4/12

କର୍କଟ (Cancer): ପରିବାରରେ ସଦସ୍ୟଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁଁ ମାନସିକ ଚିନ୍ତା ବୃଦ୍ଧି ପାଇବ । ନୂତନ କର୍ମାରମ୍ଭ କରିବା ଲାଗି ଦିନଟି ଅତ୍ୟନ୍ତ ଶୁଭ ଅଟେ । ଦକ୍ଷତା ଓ ସଚ୍ଚୋଟତା ହେତୁ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ ।

5/12

ସିଂହ (Leo): ଜମି-ଜମା ବାବଦ ବିବାଦ ବୃଦ୍ଧି ହୋଇପାରେ; ମାତ୍ର ଅବଶେଷରେ ବିଜୟୀ ହେବେ। ସୁଖ-ସମ୍ମାନ ଲାଭ କରିପାରନ୍ତି। କୌଶଳରେ କାର୍ଯ୍ୟ ହାସଲ କରିବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ପ୍ରୀତି ଲାଭ ହେବ। ଦୀର୍ଘ ଦିନରୁ ଅଟକି ରହିଥିବା କାମ ସମ୍ପନ୍ନ ହେବ ।

6/12

କନ୍ୟା (Virgo): ପାରିବାରିକ ଜୀବନରେ ଛୋଟ ବଡ଼ ବିବାଦ ଦେଖାଦେବ । ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। ଦମ୍ପତିଙ୍କ ଲାଗି ଦିନଟି ଭଲ ରହିବ । ଅଧିକ ଖର୍ଚ୍ଚ କାରଣରୁ ମନସ୍ତାପ ହୋଇପାରେ। ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ ହେବ। ଦୂରସ୍ଥାନକୁ ଯାତ୍ରା କରିବା ସମୟରେ ସତର୍କ ରୁହନ୍ତୁ ।

7/12

ତୁଳା (Libra): ଆଜି ପରିସ୍ଥିତିରେ ପଡି଼ ଖର୍ଚ୍ଚାନ୍ତ ହୋଇପାରନ୍ତି । ହାତକୁ ନେଇଥିବା ଯୋଜନା ଗୁଡି଼କ ସଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରିବ ନାହିଁ । ବିଗତ ଦିନଗୁଡ଼ିକରେ ସୃଷ୍ଟି ହୋଇଥିବା ସମସ୍ୟା ଆଜି ହଠାତ୍‌ ସମାଧାନ ହୋଇଯିବ। ଆନୁଷ୍ଠାନିକ କାର୍ଯ୍ୟରେ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ।

8/12

ବିଛା (Scorpio): ଆନୁଷ୍ଠାନିକ କ୍ଷେତ୍ରରେ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। ସ୍ଥଗିତ କାମକୁ ପୂରା କରିବା ନେଇ ନିଷ୍ପତ୍ତି ନେବେ । ପିତାମାତାଙ୍କ ସମସ୍ତ ଆଶା ଓ ଆକାଂକ୍ଷାକୁ ପୂରଣ କରିବାରେ ସମର୍ଥ ହେବ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଭଲ ରହିବ ।

9/12

ଧନୁ (Sagittarius): ରୋଜଗାର ବୃଦ୍ଧି ହେବ। ଧୈର୍ଯ୍ୟର ସହ କାମ କଲେ ସୁଫଳ ମିଳିବ। ଅଧିକ ଦାୟିତ୍ବ ବହନ କରିପାରନ୍ତି। କାର୍ଯ୍ୟରେ ବାଧା ଉପୁଜିପାରେ। ବ୍ୟୟ ବୃଦ୍ଧି ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ ପ୍ରତିବନ୍ଧକ ଦେଖା ଦେଖାଦେବ। କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ ।

10/12

ମକର ( Capricorn): ଅର୍ଥହାନୀ ନେଇ ଯୋଗ ରହିଛି । ପ୍ରତ୍ୟେକ କାମକୁ ଭାବିଚିନ୍ତି କରନ୍ତୁ । ଜମିଜମା, କଚେରୀ ମାମଲାରେ ସଫଳତା ମିଳିବ । ସନ୍ତାନଙ୍କ ଚିନ୍ତା ଯୋଗୁଁ ମନ ଭଲ ରହିବ ନାହିଁ । ଛାତ୍ରଛାତ୍ରୀ ପାଠ ପଢାରେ ଅବହେଳା କରିବେ । ପ୍ରେମୀଯୁଗଳଙ୍କ ମଧ୍ଯରେ ମତାନ୍ତର ହୋଇପାରେ ।

11/12

କୁମ୍ଭ (Aquarius): କୌଣସି ଅଜଣା ବ୍ୟକ୍ତିଙ୍କ ସହାୟତା ପାଇ ଉପକୃତ ହେବେ। ନିଜର ଅତି ପ୍ରିୟ ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ । କାର୍ଯ୍ୟ ସମ୍ପୂର୍ଣ୍ଣ ପାଇଁ ବନ୍ଧୁଙ୍କ ସାହାଯ୍ୟ ସହଯୋଗ ଆବଶ୍ୟକ ପଡ଼ିପାରେ । କର୍ମକ୍ଷେତ୍ରରେ ସଫଳତା ହାସଲ କରିବେ।

12/12

ମୀନ(Pisces): ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ଚାକିରି କ୍ଷେତ୍ରରେ ପଦୋନ୍ନତି ମିଳିବ। ପ୍ରତ୍ୟେକ କ୍ଷେତ୍ରରେ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ। ଅତୀତ କଥା ଚିନ୍ତା କରି ମନ ଭାରାକ୍ରାନ୍ତ ହେବ । ଆକସ୍ମିକ ଯାତ୍ରା କରିପାରନ୍ତି, କିନ୍ତୁ ସାବଧାନ ରୁହନ୍ତୁ ।