Advertisement
Photo Details/zeeodisha/odisha1865167
photoDetails0hindi

Horoscope Today Sep 11: ଏହି ରାଶିଙ୍କ ଉପରେ ହେବ ଧନ ବର୍ଷା, ୨ ରାଶିଙ୍କ ଲାଗି ବଢିପାରେ ସମସ୍ୟା!

Horoscope Today: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ ।

1/12

ମେଷ ରାଶି (Aries): ବ୍ୟବସାୟରେ କ୍ଷତି ସହିବାକୁ ପଡ଼ିପାରେ। କର୍ମକ୍ଷେତ୍ରରେ କୃତକାର୍ଯ୍ୟ ହେବେ। ହରେଇଥିବା ଦ୍ରବ୍ୟ ଫେରି ପାଇବେ। ମହିଳାମାନେ ତରବରିଆ ଭାବରେ କୌଣସି କାମ ନକରି ପରିସ୍ଥିତିକୁ ଆଖି ଆଗରେ ରଖି କାମ କଲେ ଶୁଭଫଳ ପାଇବେ ହେବ।

2/12

ବୃଷ ରାଶି (Taurus): ଆର୍ଥିକ୍ ସ୍ଥିତି ମଜଭୁତ ହେବ । ସନ୍ତାନ ସନ୍ତତିଙ୍କ ତରଫରୁ ଶୁଭ ସମାଚାର ପାଇ ଖୁସି ହେବେ । ପାରିବାରିକ ଓ ଦାମ୍ପତ୍ୟ ଜୀବନ ସୁଖମୟ ହେବ । ହଠାତ୍ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ ।

3/12

ମିଥୁନ (Gemini): ବ୍ୟବସାୟୀମାନେ ନୂତନ କାରବାର ଆରମ୍ଭ ନେଇ ଚିନ୍ତା କରିବେ । ନୂତନ ନିଯୁକ୍ତି ନେଇ ଯୋଗ ସୃଷ୍ଟି ହୋଇପାରେ। ସୁଖ, ସମୃଦ୍ଧି ଓ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ମାଲିମୋକଦ୍ଦମାରେ କୃତକାର୍ଯ୍ୟ ହେବେ।

4/12

କର୍କଟ (Cancer): ବ୍ୟୟ ବହୁଳତା ମଧ୍ୟରେ କାର୍ଯ୍ୟ ସିଦ୍ଧି ହେବ। ବନ୍ଧୁଙ୍କ ସହଯୋଗ ଓ ପରାମର୍ଶ ପାଇ ଖୁସୀ ହେବେ। ହଠାତ୍ ଦୂରସ୍ଥାନକୁ ଭ୍ରମଣ କରିବାକୁ ପଡ଼ିପାରେ। ଉଦ୍ୟୋଗ, ନୂତନ ପ୍ରକଳ୍ପ କିମ୍ବା ବ୍ୟବସାୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେଇପାରେ। କୌଣସି ବ୍ୟକ୍ତିଙ୍କ ସହ ଉଚ୍ଚବାଚ୍ଚ ଘଟିବାର ଆଶଙ୍କା ରହିଛି।

5/12

ସିଂହ (Leo): ରୋଜଗାର ନେଇ ଲାଗି ରହିଥିବା ସମସ୍ୟା ଦୂର ହେବ। ଧନ ଲାଭ ନେଇ ଯୋଗ ରହିଛି। ଶୁଭ କାର୍ଯ୍ୟରେ ବିଳମ୍ବ ହୋଇପାରେ। ହସ ଖୁସିରେ ସମୟ ବିତିବ। କର୍ମକ୍ଷେତ୍ରରେ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ।

6/12

କନ୍ୟା (Virgo): ଆର୍ଥିକ ଦିଗରୁ ଦିନଟି ଅନୁକୂଳ ରହିବ। ମହିଳାମାନେ ଲକ୍ଷ୍ୟ ହାସଲ କରିବାରେ ସମର୍ଥ ହେବେ। ବନ୍ଧୁଙ୍କ ସହଯୋଗରେ କେତେକ ସମସ୍ୟାର ସମାଧାନ ହେବ। ଦାମ୍ପତ୍ୟ ଜୀବନରେ ବିଭ୍ରାଟ ଦେଖାଦେଇପାରେ ।

7/12

ତୁଳା (Libra): ଦିନଟି ଖାସ୍ ନଥିଲେ ବି ସନ୍ତାନ ସନ୍ତତିଙ୍କଠାରୁ ଶୁଭ ସମାଚାର ମିଳିବା ପରେ ମନ ପ୍ରସନ୍ନ ରହିବ । ରାଜନୀତି ଆଡକୁ ମନ ବଳାଇପାରନ୍ତି । କାର୍ଯ୍ୟରେ ବାଧା ଉପୁଜିପାରେ । ଥଣ୍ଡା-କଫ ଜନିତ ସାମାନ୍ୟ ଯୋଗୁଁ ଅସୁସ୍ଥତା ଅନୁଭବ କରିବେ ।

8/12

ବିଛା (Scorpio): ଧାର୍ମିକ କାର୍ଯ୍ୟରେ ରୁଚି ବଢିବ। ସଂଘର୍ଷ ଦ୍ଵାରା ସଫଳତା ପ୍ରାପ୍ତି କରିବେ। ଅଧିକାରୀଙ୍କଠାରୁ ସହଯୋଗ ମିଳିବ। ନିଜ ଲୋକ ମନମୋଟିଆ ହେବେ। ସନ୍ତାନଙ୍କ ଚିନ୍ତାରେ ମାନସିକ ଅସ୍ଥିରତା ବୃଦ୍ଧି ହେବ । ଅବିବାହିତଙ୍କ ବିବାହ ସ୍ଥିର ହେବା ନେଇ ଯୋଗ ରହିଛି ।

9/12

ଧନୁ ( Sagittarius): ପରିଶ୍ରମର ଆଶାଜନକ ଫଳପ୍ରାପ୍ତି ହେବ। ମହିଳାମାନେ ପରିବାରରେ ଆଦରଣୀୟା ହୋଇ ସୁଖଭୋଗ କରିବେ। କର୍ମ କ୍ଷେତ୍ରରେ ଉନ୍ନତି ହେବ।  ଦୀର୍ଘ ଦିନରୁ ଭାବୁଥିବା କାମଟି ପୂରଣ ହେବ ।

10/12

ମକର (Capricorn): ଅଟକି ରହିଥିବା କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହେବ। ବାଣିଜ୍ୟ ଓ ପରିବହନରେ ଆଶାଜନକ ସଫଳତା ହାସଲ କରିବେ। ସନ୍ତାନ ସୁଖ ପ୍ରାପ୍ତି ହେବେ। ଶାରୀରିକ ସୁସ୍ଥତା ଦେଖାଦେବ, କିନ୍ତୁ ପିତା ମାତାଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ ।

11/12

କୁମ୍ଭ (Aquarius): ଉଚ୍ଚ ଆଶା ଫଳବତୀ ହେବ । ରୋଜଗାର ଆଶନୁରୂପ ହେବ । ଲୋକପ୍ରିୟତା ଅର୍ଜନ କରିବେ । ସରକାରୀ ସ୍ତରରେ ସମ୍ମାନିତ ହେବେ । ଦାମ୍ପତ୍ୟ ଜୀବନରେ ବିଭ୍ରାଟ ଦେଖାଦେଇପାରେ ।

12/12

ମୀନ(Pisces): ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହ ମନୋମାଳିନ୍ୟ ଘଟିପାରେ। ରାଜନୈତିକ କ୍ଷେତ୍ରରେ ଲାଗି ରହିଥିବା ପୁରୁଣା ସମସ୍ୟାର ସମାଧାନ ହେବେ। ବାସଗୃହ ଓ ଯାନବାହାନ ନେଇ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ। ପାରିବାରିକ ସମ୍ପର୍କରେ ଉନ୍ନତି ହେବ।