Advertisement
photoDetails0hindi

Valentine's Day 2023: ଦୁନିଆର ଏହି ୫ଟି ସହର ହେଉଛି ରୋମାଣ୍ଟିକ୍, ଜାଣନ୍ତୁ ଏଠାରେ କ'ଣ ରହିଛ ଖାସ୍?

Valentine's Day 2023: ପ୍ରେମ ସପ୍ତାହ ଆରମ୍ଭ ହୋଇଛି । ତେବେ, ଏହି ଭାଲେଣ୍ଟାଇନ୍ସ ଓ୍ବିକରେ ଆପଣ ନିଜ ପାର୍ଟନରଙ୍କୁ ରୋମାଣ୍ଟିକ୍ ସ୍ଥାନକୁ ବୁଲାଇବାକୁ ନେଇ ପାରିବେ। ତେବେ,ନଜର ପକାନ୍ତୁ ଦୁନିଆର ଏହି ୫ଟି ରୋମାଣ୍ଟିକ ସହର ଉପରେ।

1/5

ଫ୍ରାନ୍ସର ପ୍ୟାରିସ୍ ସହର ପ୍ରେମୀ ଯୁଗଳଙ୍କ ପାଇଁ  ଏହି ସ୍ଥାନଟି ବହୁତ୍ ଖାସ୍ । ଏହାକୁ 'ଲଭ୍ ସିଟି'ବୋଲି କୁହାଯାଏ । ପ୍ୟାରିସରେ ଆପଣଙ୍କୁ ପ୍ରତି ହୋଟେଲରେ ସୁଲଭ ଦରରରେ ପ୍ରତି ହୋଟେଲରେ କ୍ୟାଣ୍ତେଲ ଲାଇଟ ଡିନର ମିଳି ପାରିବ । ଏବଂ  ଆପଣ ନିଜ ପାର୍ଟନରଙ୍କ ସହ (Eiffel Tower) ବୁଲି ପାରିବେ।  ଯେଉଁଠାରୁ ଆପଣ ସହରର ସୁନ୍ଦର ଦୃଶ୍ୟ ଦେଖିବାକୁ ପାଇବେ। ଏପରିକି ସହରରେ ବହୁତ ଗୁଡିଏ ରୋମାଣ୍ଟିକ୍ ସ୍ଥାନ ମଧ୍ୟ ରହିଛି।

2/5

ସେହିପରି ଆଉ ଏକ ସୁନ୍ଦର ସ୍ଥାନ ହେଉଛି ଇଟାଲୀରେ ଭେନିସ୍  ସହର । ଏହି ସହର ବହୁତ ସୁନ୍ଦର। କେନାଲ ଉପରେ ନିର୍ମିତ ଘର ଗୁଡିକ ରହିଛି । ଘରର ଚାରିପଟେ ନୀଳ ଜଳ ରାଶି ରହିଛି । ଯାହାକି ପ୍ରେମୀ ଯୁଗଳଙ୍କ ପାଇଁ ଏକ ରୋମାଣ୍ଟିକ ସ୍ଥାନ କହିଲେ ଅତ୍ୟୁକ୍ତି ହେବ ନାହିଁ। ତେବେ,ଏହି କାରଣରୁ  ଭେନିସ୍  କପଲଙ୍କ ଡ୍ରିମ୍ ପ୍ଲେସ ବୋଲି କୁହାଯାଏ । 

3/5

ଭ୍ୟାକେସନରେ ଅଧିକାଂଶ ଲବବାର୍ଡ ଇଟାଲୀର ରୋମ ସହରକୁ ଯାଆନ୍ତି। କେବଳ ଏହି ସହର ଐତିହାସିକ ସ୍ଥାନ ପାଇଁ ପ୍ରସିଦ୍ଧି ନୁହେଁ, ସୁନ୍ଦର ଅଟ୍ଟାଳିକା ଠାରୁ ଆରମ୍ଭ କରି ବଡ ବଡ କାଫେ ଏବଂ ଖାଦ୍ୟ ଆପଣଙ୍କ ଯାତ୍ରାକୁ ଅଧିକ ସ୍ପେଶାଲ କରିଥାଏ ।  ଆପଣ ଏଠାରେ ଥିବା ସୁନ୍ଦର ବଗିଚାରେ ବୁଲାବୁଲି କରି ଐତିହାସିକ ଅଟ୍ଟାଳିକା ପରିଦର୍ଶନ କରିପାରିବେ।

4/5

ସେହିପରି ଆଉ ଏକ ରୋମାଣ୍ଟିକ୍ ସ୍ଥାନ ହେଉଛି ଗ୍ରୀସର ସାଣ୍ଟୋରିନି ସହର। ସୁନ୍ଦର ଧଳା ଘର ଏବଂ କୋଠା, ବେଳାଭୂମି ସାଙ୍ଗକୁ ନୀଳ ଜଳରାଶି ଲୋକଙ୍କ ମନ କିଣେ।  ସୂର୍ଯ୍ୟ ଅସ୍ତ ହେବା ସମୟ ଏଠାରେ ବିତାଇବା ରୋମାଣ୍ଟିକ୍ ହୋଇଥାଏ ।  ଏଗାନ୍ ସମୁଦ୍ର(Aegean Sea)କୁ ଦେଖିବାବେଳେ ଆପଣ ଗ୍ରୀକ୍ ଖାଦ୍ୟର ମଜା ମଧ୍ୟ ନେଇପାରିବେ।

5/5

ଯଦି ଆପଣ ଏକ ବିଦେଶୀ ସ୍ଥାନକୁ ଯିବାକୁ ଚାହାଁନ୍ତି,ତେବେ ଇଣ୍ଡୋନେସିଆର ବାଲି ସହର ଏକ ଅତି ସୁନ୍ଦର ରୋମାଣ୍ଟିକ ସ୍ଥାନ। ପ୍ରେମୀ ଯୁଗଳଙ୍କ ପାଇଁ ଏହି ସ୍ଥାନଟି ବହୁତ୍ ଖାସ୍ । ସମୁଦ୍ର କୂଳରେ ଆରାମ କରିବା ସହ ଆପଣ ଏଠାରେ କ୍ରୁଜରେ ଏକ ରୋମାଣ୍ଟିକ କ୍ୟାଣ୍ତେଲ ଲାଇଟ୍ ଡିନର ମଧ୍ୟ କରିପାରିବେ ।