what happens if glacier melts: ପୃଥିବୀ ପୃଷ୍ଠରେ ମହଜୁଦ ରହିଥିବା ଗ୍ଲେସିୟର ଅର୍ଥାତ ବଡ଼ ବଡ଼ ହିମଖଣ୍ଡରୁ ନଦୀକୁ ଜଳ ଯୋଗାଣ ହୋଇଥାଏ। ଏହି ଗ୍ଲେସିୟର ପୃଥିବୀ ପାଇଁ ଏକ ପ୍ରତିରକ୍ଷା ବଳୟ ଭାବେ କାର୍ଯ୍ୟ କରିଥାନ୍ତି। ଯାହା ପୃଥିବୀ ଭଳି ଜୀବଜବତ ତିଷ୍ଠି ରହିଥିବା ଗ୍ରହକୁ ଥଣ୍ଡା ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।
ପୃଥିବୀ ପୃଷ୍ଠରେ ମହଜୁଦ ରହିଥିବା ଗ୍ଲେସିୟର ଗଠନରେ ହଜାର ହଜାର ବର୍ଷର ସମୟ ଲାଗିଥିଲା। ଗ୍ଲେସିୟର ଗଠନ ହାତ ଗଣତି ବର୍ଷ ମଧ୍ୟରେ ହୋଇନଥିଲା। ହେଲ ବର୍ତ୍ତମାନ ସେମାନେ ଦ୍ରୁତ ଗତିରେ ତରଳିବାରେ ଗ୍ଲେସିୟର। ଏନେଇ ବୈଜ୍ଞାନିକଙ୍କ କହିବା କଥା ଯେ ଆଗାମୀ କିଛି ଦଶନ୍ଧି ମଧ୍ୟରେ ଗ୍ଲେସିୟର ଅର୍ଥାତ ବଡ଼ ବଡ଼ ହିମଖଣ୍ଡର ଏକ ବଡ଼ ଅଂଶ ତରଳି ଯିବ।
ଅନୁସନ୍ଧାନକାରୀଙ୍କ କହିବା ଅନୁଯାୟୀ କେନ୍ଦ୍ରୀୟ ତଥା ପୂର୍ବ ହିମାଳୟ ଅଞ୍ଚଳର ଅଧିକାଂଶ ଗ୍ଲେସିୟର ଆସନ୍ତା ଦଶନ୍ଧିରେ ଲୋପ ପାଇଯିବ। କିଛି ଗ୍ଲେସିୟର ତରଳିବାର ବିପଦ ଅଧିକ ଗୁରୁତର ଭାବେ ଦେଖାଯିବ। ଗ୍ଲେସିୟର ତରଳିବା କାରଣରୁ ପାକିସ୍ତାନ ମଧ୍ୟ ସେହି ଦେଶ ମଧ୍ୟରେ ଅନ୍ତର୍ଭୁକ୍ତ ହୋଇଛି ଯିଏ ଏଭଳି ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ଅଧିକ କ୍ଷତି ସହିବେ।
"ନେଚର କମ୍ୟୁନିକେସନ" ନାମକ ପତ୍ରିକା ପକ୍ଷରୁ ହୋଇଥିବା ଅନୁସନ୍ଧାନ ଅନୁଯାୟୀ ବର୍ତ୍ତମାନ ଯଦି ଗ୍ଲେସିର୍ ତରଳିବା ଦ୍ୱାରା ସୃଷ୍ଟି ହେଉଥିବା ବିପଦ ବିଷୟରେ ଆଲୋଚନା କରାଯାଏ, ତାହେଲେ ବିଶ୍ୱର ୧.୫ କୋଟି ଲୋକ ଏଭଳି ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିବେ। ସେମାନଙ୍କ ମଧ୍ୟରୁ ପ୍ରାୟ ୨୦ ଲକ୍ଷ ଲୋକ ପାକିସ୍ତାନରେ ବସବାସ କରୁଛନ୍ତି।
ଯଦି ଗ୍ଲେସିୟର ତରଳିଯାଏ, ତାହେଲେ ଏହାର ଜଳ ନଦୀ ହ୍ରଦକୁ ପ୍ରବାହିତ ହେବ। ପରେ ଏହି ଜଳ ନଦ ହ୍ରଦର କୂଳ ଲଂଘିବା ପରେ ସ୍ଥଳ ଭାଗ ଆଡ଼କୁ ଅଗ୍ରସର ହେବ। ଏଭଳି ପରିସ୍ଥିତିରେ ନଦୀ ହ୍ରଦ ଭଳି ଜଳାଶୟରୁ ପାଣି ବାହାରିବା କାରଣରୁ ବନ୍ୟା ପରିସ୍ଥିତି ସୃଷ୍ଟି ହେବ। ଯେଉଁଥିପାଇଁ ଆବାସିକ ଅଞ୍ଚଳରେ ବ୍ୟାପକ କ୍ଷତି ହେବାର ଆଶଙ୍କା ରହିବ।
ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ବିଶ୍ୱ ତାପନ ହେତୁ ହିମାଳୟ ପାର୍ବତ୍ୟାଞ୍ଚଳର ୭୫ ପ୍ରତିଶତ ଅଂଶ ପରବର୍ତ୍ତୀ ଶତାବ୍ଦୀରେ ଅଦୃଶ୍ୟ ହୋଇପାରେ। ଏହା ଦ୍ୱାରା ଯେଉଁ କ୍ଷତି ହେବ ତାହାକୁ ସହଜରେ ଭରଣା କରାଯାଇ ପାରିବ ନାହିଁ। ଯଦି ଗ୍ଲେସିୟର ହିମାଳୟ ପାର୍ବତମାର ନଥାନ୍ତେ ତାହେଲେ ଆପଣ କଳ୍ପନା କରିପାରିବେ ଯେ ବିଶୁଦ୍ଧ ପାନୀୟ ଜଳ ପାଇବାରେ ଲୋକଙ୍କୁ କେତେ ଅସୁବିଧାର ସାମ୍ନା କରିବାକୁ ହୋଇଥାନ୍ତା। ପୃଥିବୀ ପୃଷ୍ଠରେ ତାପମାତ୍ରା କେତେ ବୃଦ୍ଧି ପାଇଥାନ୍ତି।
ट्रेन्डिंग फोटोज़