Advertisement
Photo Details/zeeodisha/odisha1838563
photoDetails0hindi

K for Thousand: କାହିଁକି ହଜାରେ ପାଇଁ ଲେଖାଯାଇଥାଏ ଇଂରାଜୀ ଅକ୍ଷର K? ଜାଣନ୍ତୁ ଏହା ପଛରେ ରହିଥିବା କାରଣ

why k used for thousand: ପ୍ରାୟତ ଆମେ ଆମର ଚାରିପାଖରେ ରହିଥିବା ଜିନିଷ ବିଷୟରେ ଅଜ୍ଞ ରହିଥାଉ। ଏହି କ୍ରମରେ ଆମେ ହଜାରେ ପାଇଁ ଇଂରାଜୀ ଅକ୍ଷର K ଲେଖା ଯାଇଥାଏ ସେ ବିଷୟରେ ଜାଣିନାହୁଁ। ହଜାରେ ପାଇଁ ଇଂରାଜୀ ଅକ୍ଷର K ବ୍ୟବହାର ସର୍ବାଧିକ ସୋସିଆଲ ମିଡ଼ିଆ ପାଇଁ ହୋଇଥାଏ। କାରଣ ବିଭିନ୍ନ ସୋସିଆଲ ମିଡ଼ିଆ ଆକାଉଣ୍ଟ ମାଧ୍ୟମରେ ହୋଇଥିବା ପୋଷ୍ଟ କେତେ Like ଏବଂ Comment ପାଇଛି ଅଥବା ଏହାକୁ କେତେ Share କିମ୍ବା Subscribe କରାଯାଇଛି ତାହା ଇଂରାଜୀ ଅକ୍ଷର K ମାଧ୍ୟମରେ ଜଣା ପଡ଼ିଥାଏ। 

 

1/5

ଆମେ ଆମର ଦୈନନ୍ଦିନ ଜୀବନରେ ଅନେକ ଶବ୍ଦ ବ୍ୟବହାର କରିଥାଉ। ହେଲେ ସେହି ଶବ୍ଦ ମଧ୍ୟରୁ କେତେକ ଶବ୍ଦର ପ୍ରକୃତ ଅର୍ଥ ବିଷୟରେ ଜାଣି ନଥାଉ। ଆମେ ଆମ ଆଖପାଖର ଲୋକଙ୍କୁ ଦେଖିବା କିମ୍ବା ଶୁଣିବା ପରେ ଆମେ ସେହି ନିର୍ଦ୍ଦିଷ୍ଟ ଶବ୍ଦ ବ୍ୟବହାର କରିବା ଆରମ୍ଭ କରି ଦେଇଥାଉ। ହେଲେ କାହିଁକି ଏହି ଶବ୍ଦ କାହିଁକି କୁହାଯାଏ ଏବଂ ଲେଖାଯାଏ ତାହା ଆମକୁ ଜଣାନଥାଏ। ଆପଣ ନିଶ୍ଚୟ ଦେଖିଥିବେ ଯେ ସୋସିଆଲ ମିଡିଆ ବ୍ୟବହାର କରିବା ବେଳେ ଲୋକେ ହଜାରେ ବଦଳରେ ଇଂରାଜୀ ଅକ୍ଷର K ବ୍ୟବହାର କରିଥାନ୍ତି।

 

2/5

ଆପଣ ସୋସିଆଲ ମିଡିଆ ବ୍ୟବହାର କରିବା ବେଳେ ଏକଥା ଦେଖିବାକୁ ପାଇଥିବେ ଯେ କୌଣସି ପୋଷ୍ଟ ଉପରେ ହଜାର ହଜାର ସଂଖ୍ୟାରେ ଆସିଥିବା Like କିମ୍ବା Subscribe ସହ ଇଂରାଜୀ ଅକ୍ଷର K  ଲେଖା ହୋଇଥାଏ। ହେଲେ କ'ଣ ଆପଣ ଏହି K ଶବ୍ଦର ଅର୍ଥ ଜାଣିଛନ୍ତି? ଯଦି ନୁହେଁ, ତାହେଲେ ଏବେ ଆମେ ଆପଣଙ୍କୁ ଏହି ପ୍ରଶ୍ନର ଉତ୍ତର ଜଣାଇଦେଉଛୁ।  

3/5

ସୋସିଆଲ ମିଡ଼ିଆ ପୋଷ୍ଟ ପାଇଁ ବ୍ୟବହୃତ ହେଉଥିବା K, "Chilioi" ନାମକ ଗ୍ରୀକ୍ ଶବ୍ଦରୁ ଉତ୍ପନ୍ନ ହୋଇଛି। ଯାହାର ଅର୍ଥ ହେଉଛି ହଜାର। କୁହାଯାଏ ଯେ K ଏହି ଗ୍ରୀକ୍ ଶବ୍ଦରୁ ଉତ୍ପନ୍ନ ହୋଇଛି। ଯେତେବେଳେ ଗ୍ରୀକ୍ ଶବ୍ଦ  "Chilioi" ଫରାସୀ ଭାଷାରେ ବ୍ୟବହୃତ ହେଲା, ସେତେବେଳେ ଏହାର ଅର୍ଥ ହଜାରରୁ (Thousand) ବଦଳି ଯାଇ କିଲୋଗ୍ରାମ (Kilogram) ହୋଇଯାଇଥିଲା।

 

4/5

ଯଦି ଆପଣନ ଗଣିତ ଭଲ ଭାବରେ ବୁଝନ୍ତି, ତାହେଲେ ଆପଣ ଜାଣିବାକୁ ପାଇବେ ଯେ ଯେତେବେଳେ ଆମେ ହଜାରରେ କିଛି ଗୁଣନ କରିଥାଉ, ସେତେବେଳେ ଏହାକୁ ଏକ କିଲୋ କୁହାଯାଏ। ଉଦାହରଣ ସ୍ୱରୂପ ୧୦୦୦ ଗ୍ରାମ ହେଉଛି ୧ କିଲୋଗ୍ରାମ। ସେହିପରି ୧୦୦୦ ମିଟର ହେଉଛି ୧ କିଲୋମିଟର। ଯାହା ପରେ ବିଶ୍ୱର ଅନେକ ସ୍ଥାନରେ ହଜାରେ ବଦଳରେ ଇଂରାଜୀ ଅକ୍ଷର K ବ୍ୟବହୃତ ହେଲା। 

5/5

ଯେତେବେଳେ ଆମେ ଇଂରାଜୀ ଭାଷାରେ କିଲୋଗ୍ରାମ ଲେଖିବା, ଏହାର ବନାନ K ଅକ୍ଷରରୁ ଆରମ୍ଭ ହୋଇଥାଏ। ବର୍ତ୍ତମାନ ଏହାକୁ ହଜାରର ପ୍ରତୀକ ଭାବରେ ବିବେଚନା କରାଯାଏ। ଏହି କ୍ଷେତ୍ରରେ ଆମେ ମଧ୍ୟ ହଜାରେ ସ୍ଥାନରେ K ଲେଖ ଦେଉଥାଉ। ଉଦାହରଣ ସ୍ୱରୂପ ଯଦି ଆମେ ୨୫ ହଜାର ଲେଖୁ ତାହେଲେ ଇଂରାଜୀ ଭାଷାରେ ଏହାକୁ 25K ଭାବରେ ଲେଖାଯାଇଥାଏ।