Advertisement
photoDetails0hindi

World's Largest Office: ସୁରଟରେ ନିର୍ମାଣ ହେଲା ବିଶ୍ବର ସବୁଠାରୁ ବଡ଼ କାର୍ଯ୍ୟାଳୟ, ଦେଖନ୍ତୁ ଫଟୋ

Surat Diamond Bourse: ଗୁଜୁରାଟ ସୁରଟରେ ବିଶ୍ୱର ସର୍ବବୃହତ କାର୍ଯ୍ୟାଳୟ ଭବନ ନିର୍ମାଣ କରାଯାଇଛି। ଏହି କୋଠାକୁ ହୀରା ବାଣିଜ୍ୟ କେନ୍ଦ୍ର ଭାବରେ ବିକଶିତ କରାଯାଇଛି ।

1/7

ସୁରଟରେ ନିର୍ମିତ ବିଶ୍ୱର ସର୍ବବୃହତ କାର୍ଯ୍ୟାଳୟର ଫଟୋ ବର୍ତ୍ତମାନ ସାମ୍ନାକୁ ଆସିଛି। ଏହି କୋଠାଟି ଭିତରୁ ଯେତିକି ସୁନ୍ଦର, ବାହାରୁ ମଧ୍ଯ ସେତିକି ଆର୍କଷଣୀୟ ଅଟେ ।

2/7

ଏହି ବିଲ୍ଡିଂଟି ମୋଟ ୬୭ ଲକ୍ଷ ବର୍ଗ ଫୁଟରେ ନିର୍ମିତ ହୋଇଛି । ନିର୍ମାଣ ପରଠାରୁ ଏହା ସମଗ୍ର ବିଶ୍ୱରେ ଆଲୋଚନାର କେନ୍ଦ୍ର ପାଲଟିଛି ।

3/7

ଏହା ଆମେରିକାର ପ୍ରତିରକ୍ଷା ମୁଖ୍ୟାଳୟ ପେଣ୍ଟାଗନ୍ ଠାରୁ ବିଶ୍ୱର ସର୍ବବୃହତ କାର୍ଯ୍ୟାଳୟ ହେବାର ଆଖ୍ୟା ଛଡ଼ାଇ ନେଇଛି।

4/7

ବାହାରୁ ବେଶ ଆର୍କଷଣୀୟ ଦେଖାଯାଇଥିବା ଏହି କୋଠାରେ ଅନେକ ସୁବିଧା ରହିଛି । ଡ଼ାଇମଣ୍ତ ରାଜଧାନୀ ଭାବେ ପରିଚିତ ସୁରଟରେ ଏହାକୁ 'ୱାନ ଷ୍ଟପ୍ ଡେଷ୍ଟିନେସନ୍' ଭାବରେ ପ୍ରସ୍ତୁତ କରାଯାଇଛି ।

5/7

ଗଣମାଧ୍ଯମ ଖବର ଅନୁଯାୟୀ, ଏହି ବିଲ୍ଡିଂରେ ମୋଟ ୧୫ଟି ମହଲା ରହିଛି । ନଅଟି ଆୟତାକାର ସଂରଚନା ଭାବରେ ଏହାର ନିର୍ମାଣ କରାଯାଇଛି ।

6/7

SDB ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ଏହି ଅଫିସ୍  ପରିସରରେ ଏକ ମନୋରଞ୍ଜନ ଏବଂ ପାର୍କିଂ କ୍ଷେତ୍ର ଅଛି ଯାହାକି ୨୦ ଲକ୍ଷ ବର୍ଗଫୁଟରୁ ଅଧିକ। ପଲିସର, କଟର ଓ ବ୍ୟବସାୟ ଶ୍ରେଣୀ ପରି ହୀରା ବ୍ୟବସାୟ ସହିତ ଜଡିତ ସମସ୍ତ ଲୋକଙ୍କ ପାଇଁ ଏହି କେନ୍ଦ୍ରରେ ଅତ୍ୟାଧୁନିକ ସୁବିଧା ଯୋଗାଇ ଦିଆଯାଇଛି।

7/7

ସୁରଟ ଡାଇମଣ୍ଡ ବୋର୍ସ ହେଉଛି ଏକ ଅଣ-ଲାଭକାରୀ ସଂସ୍ଥା ଯାହାକି, କମ୍ପାନୀ ଅଧିନିୟମ ୨୦୧୩ର ଧାରା ୮ ଅନୁଯାୟୀ ଗଠିତ । ପିଏମ ମୋଦି ନିଜ ଟ୍ବଟର ହ୍ୟାଣ୍ଡେଲରେ ଏହି ବିଲ୍ଡିଂର ଏକ ଭିଡିଓ ସେୟାର କରିଛନ୍ତି। ନଭେମ୍ବର ମାସରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଭବନର ଉଦଘାଟନ କରିବେ ।