ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ
Advertisement

ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ

୨୦୨୨ ରାଷ୍ଟ୍ରପତି ନିର୍ବାଚନକୁ ନେଇ ସରଗରମ ରହିଛି ରାଜନୈତିକ ମାହୋଲ। 

ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ

ଭୁବନେଶ୍ୱର: ଚଳିତ ବର୍ଷ ମଧ୍ୟ ଭାଗରେ ଦେଶରେ ହେବାକୁ  ଯାଉଛି  ରାଷ୍ଟ୍ରପତି ନିର୍ବାଚନ।  ବର୍ତ୍ତମାନ  ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଚଳିତ  ଜୁଲାଇରେ  ଶେଷ ହେଉଛି। କିଏ ହେବ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ତାହାକୁ ନେଇ ଏବେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ୨୦୨୨ ରାଷ୍ଟ୍ରପତି ନିର୍ବାଚନକୁ ନେଇ ସରଗରମ ରହିଛି ରାଜନୈତିକ ମାହୋଲ। 

 ଚଳିତ ବର୍ଷ ହେବାକୁ ଯାଉଥିବା ରାଷ୍ଟ୍ରପତି ନିର୍ବାଚନରେ (2022 Indian Presidential  Election) ବିଜେଡି (BJD)  ନେବ ନିର୍ଣ୍ଣାୟକ ଭୂମିକା।  କାରଣ ଏହି ନିର୍ବାଚନରେ  ତେଲେଙ୍ଗାନା (Telangana) ସହ ଓଡିଶା (Odisha) ଭୋଟ ଯଦି ସପକ୍ଷରେ ଯାଏ ତାହେଲେ କେନ୍ଦ୍ରରେ କ୍ଷମତାସୀନ  ଏନଡିଏ ମେଣ୍ଟର ରାଷ୍ଟ୍ରପତି ପ୍ରାର୍ଥୀ (NDA Alliance Presidential Candidate) ବିଜୟ ଲାଭ କରିପାରିବେ। ନଚେତ କଡ୍ଡା ଟକ୍କର ହେବାର ସମ୍ଭାବନା ରହିଛି।  ଭୋଟ ଗଣିତ ଅନୁସାରେ ବିଜେପି ନେତୃତ୍ବାଧିନ ଏନଡିଏ ମେଣ୍ଟ (BJP  led  NDA  Alliance) ବିଜେଡି ସମର୍ଥନ ବେଶ ମୂଲ୍ୟବାନ। ସବୁ ପ୍ରସଙ୍ଗ  ଭଳି ଏଥର ମଧ୍ୟ ବିଜେଡି  ମଧ୍ୟ ଏହି  ନିର୍ବାଚନରେ ନେଇପାରେ ନିର୍ଣ୍ଣାୟକ ଭୁମିକା। ଜାତୀୟ ରାଜନୀତିରେ (National  Politics) ବିଜେଡି ଭୂମିକା ଅନେକ ସମୟରେ ଗୁରୁତ୍ବପୂର୍ଣ୍ଣ ହୋଇଉଠିଛି। ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଆଭିମୁଖ୍ୟ ଉପରେ ରହିଛି ସମସ୍ତଙ୍କ ନଜର। 

ଆସନ୍ତା ଜୁଲାଇରେ ଦେଶର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ସରୁଛି କାର୍ଯ୍ୟକାଳ। ଏହା ପୂର୍ବରୁ ପରବର୍ତ୍ତୀ ରାଷ୍ଟ୍ରପତିଙ୍କ ପାଇଁ ହେବ ନିର୍ବାଚନ। ହେଲେ ଦେଶର ରାଷ୍ଟ୍ରପତି ନିର୍ବାଚନ  ଭୋଟ ଗଣିତ କହୁଛି ଏନଡିଏ ମେଣ୍ଟର ପ୍ରାର୍ଥୀଙ୍କ ପାଇଁ ଆବଶ୍ୟକୀୟ ଭୋଟ ରାଜ୍ୟରେ କ୍ଷମତାସୀନ  ବିଜେଡି ଏବଂ ତେଲେଙ୍ଗାନା ରାଜ୍ୟରେ କ୍ଷମତାସୀନ ତେଲେଙ୍ଗାନା ରାଷ୍ଟ୍ର ସମିତି (Telangana Rashtra Samithi) ଟିଆରଏସ (TRS)  ପୂରଣ କରିପାରିବେ। ଯେଉଁ କାରଣରୁ ଏବେ ଦେଶରେ ବିଜେଡି ଭଳି ଆଞ୍ଚଳିକ ଦଳର ଗୁରୁତ୍ବ ବେଶ ବଢି ଯାଇଛି। ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଗୁଲ ବାଜି ନଥିଲେ ମଧ୍ୟ ରାଜନୀତି ଅଙ୍କକଷା ଆରମ୍ଭ ହୋଇଗଲାଣି। ଯେଉଁଥି ପାଇଁ ଏବେ ବିଜେପି ବିଧାୟକଙ୍କୁ କେନ୍ଦ୍ରୀୟ ନେତୃତ୍ବଙ୍କ ଡକରା ହୋଇଛି। ବିଜେଡି ସହ ପ୍ରତ୍ୟେକ୍ଷ ଲଢେଇ ନ କରିବା ପାଇଁ ବିଜେପି କେନ୍ଦ୍ରୀୟ ନେତୃତ୍ୱ ଏକ ପ୍ରକାର ସିଗନାଲ ଥିବା କୁହାଯାଉଛି। 

ଏହା ମଧ୍ୟରେ ଆନ୍ଧ୍ର ସମେତ ଓଡିଶା ଭୋଟ ରାଷ୍ଟ୍ରପତି ନିର୍ବାଚନରେ ମେଣ୍ଟ ସପକ୍ଷରେ ନେବା ପାଇଁ ମଧ୍ୟ ଏନଡିଏ ପ୍ରୟାସ କରୁଥିବା ଜଣାପଡିଛି। ଯେଉଁଥିପାଇଁ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ତାଲିକାରେ ଏବେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ତଥା ଓଡିଶାର ପୂର୍ବତନ ମନ୍ତ୍ରୀ ବିଶ୍ବଭୁଷଣ ହରିଚନ୍ଦନଙ୍କ ନାମ ଚର୍ଚ୍ଚାରେ ରହିଛି। ତାଙ୍କୁ ଏନଡିଏ ପ୍ରାର୍ଥୀ କରି ଆବଶ୍ୟକୀୟ ଓଡିଶା ସହ ଆନ୍ଧ୍ର ଭୋଟ ପାଇବା ନେଇ ଅଙ୍କକଷା ହେଉଥିବା ଜଣାପଡିଛି। ସେପଟେ ପ୍ରତ୍ୟେକ ସମୟରେ ରାଷ୍ଟ୍ରୀୟ ପ୍ରସଙ୍ଗରେ ବିଜେଡି ସବୁବେଳ ଗୁରୁତ୍ବ ବହନ କରି ଆସୁଥିବା ବେଳେ ଏଥର ମଧ୍ୟ ଯଥେଷ୍ଟ ଗୁରୁତ୍ବ ବହନ କରିବ ବୋଲି ନେତାଙ୍କ ମତ।  ଗତ ୨୦୧୭ ରାଷ୍ଟ୍ରପତି ନିର୍ବାଚନରେ ବିଜେଡି ପକ୍ଷରୁ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରାଯାଇଥିବା ବେଳେ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ୟୁପିଏ ପ୍ରାର୍ଥୀକୁ ଦଳ ସମର୍ଥନ ଦେଇଥିଲା। ଉଭୟ ବିଜେପି-କଂଗ୍ରେସ ଠାରୁ ସମଦୂରତ୍ୱ ବଜାୟ ରଖିଥିବା ବିଜେଡି ବେଶ ଭାବିଚିନ୍ତି ନିଷ୍ପତ୍ତି ନେଇଥାଏ। ଆସନ୍ତା ରାଷ୍ଟ୍ରପତି ନିର୍ବାଚନ ପାଇଁ ଏବେ ସୁଦ୍ଧା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ କେହି କଥା ହୋଇନଥିବା ବେଳେ ଦଳ ସଠିକ ସମୟରେ ସଠିକ ନିଷ୍ପତି ନେବ ବୋଲି କହିଛନ୍ତି ଦଳୀୟ ନେତା।

ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟର ସଦସ୍ୟ ହୋଇନଥିଲେ ମଧ୍ୟ ସବୁ କ୍ଷେତ୍ରରେ ବାହ୍ୟ ସମର୍ଥନ ଦେଇ ଆସିଛି ବିଜେଡି। ୨୦୨୨ ରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ଏନଡିଏ ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ ଦେବା ଏକ ପ୍ରକାର ନିଶ୍ଚିତ। ହେଲେ ଏଭଳି ପରିସ୍ଥିତ ବିଜେଡି ସମର୍ଥନ ପାଇବା ପାଇଁ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ  ବିଜେପି  କେଉଁ ରଣନୀତି ଗ୍ରଣଣ କରୁଛି  ତାହା ଉପରେ ରହିଛି ନଜର।

ରାଷ୍ଟ୍ରପତି  ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଥିବା ପ୍ରାର୍ଥୀଙ୍କ ତାଲିକାରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୁଷଣ ହରିଚନ୍ଦନଙ୍କ ସମେତ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ, କର୍ଣ୍ଣାଟକ ରାଜ୍ୟପାଳ ଥାୱର ଚାନ୍ଦ ଗେହୋଲତ, ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲ ନାମକୁ ନେଇ  ଚର୍ଚ୍ଚା ହେଉଛି। ମାତ୍ର କିଏ  ହେବେ ରାଷ୍ଟ୍ରପତି  ପ୍ରାର୍ଥୀ ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ।