ଅଯୋଧ୍ୟା ଆସନରୁ ମୁଖ୍ୟମନ୍ତ୍ରୀ ଯୋଗୀ ନିର୍ବାଚନ ନ ଲଢିବାକୁ ନେଇ ଏପରି କହିଲେ ଆଚାର୍ଯ୍ୟ ସତ୍ୟନ୍ଦ୍ର ଦାସ
ରାମ ମନ୍ଦିର ନିର୍ମାଣ କାର୍ଯ୍ୟ କେବେ ଶେଷ ହେବ ତାହା ଦେଖିବାର କଥା।
ଲକ୍ଷ୍ନୌ: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ବିଧାନସଭା ନିର୍ବାଚନରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ଅଯୋଧ୍ୟା ଆସନରୁ ପ୍ରତିଦ୍ୱନ୍ଦିତା କରିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ତାହା ଉପରେ ପଡି଼ସାରିଛି ପୂର୍ଣ୍ଣଚ୍ଛେଦ। ଏହି ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଯୋଗୀ ତାଙ୍କର ପାରମ୍ପରିକ ରାଜନୈତିକ କର୍ମଭୂମି ଗୋରଖପୁର ଜିଲ୍ଲାର ସଦର ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦିତା କରିବେ।
ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିଧାନସଭା ନିର୍ବାଚନ ଲଢିବା ସମ୍ପର୍କରେ ପ୍ରସଙ୍ଗରେ ମତ ରଖି ରାମ ମନ୍ଦିର ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ସତ୍ୟନ୍ଦ୍ର ଦାସ କହିଛନ୍ତି ଏହା ଠିକ ହୋଇଛି ଯେ ଅଯୋଧ୍ୟା ଆସନରୁ ନିର୍ବାଚନ ଲଢିନାହାଁନ୍ତି ନଚେତ୍ ତାଙ୍କୁ ପ୍ରବଳ ବିରୋଧର ସମ୍ମୁଖୀନ ହେବାକୁ ପଡିଥାନ୍ତି। ଏହା ସହିତ ଦାବି କରି ଆଚାର୍ଯ୍ୟ କହିଛନ୍ତି ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଅଯୋଧ୍ୟା ପରିବର୍ତ୍ତେ ଗୋରଖପୁର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପରାମର୍ଶ ଦେଇଥିଲି।
ଗତ ୩୦ ବର୍ଷ ଧରି ରାମ ମନ୍ଦିର ମୁଖ୍ୟ ପୁରୋହିତ ଭାବରେ କାର୍ଯ୍ୟ କରୁଥିବା ଆଚାର୍ଯ୍ୟ ସତ୍ୟନ୍ଦ୍ର ଦାସ କହିଛନ୍ତି ଯେ ଅଯୋଧ୍ୟା ଆସନରୁ (Ayodhya Assembly Constituency) ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରତିଦ୍ୱନ୍ଦ୍ୱିତା କରୁନାହାଁନ୍ତି। ଅଯୋଧ୍ୟା ବଦଳରେ ଗୋରଖପୁରର କୌଣସି ଆସନରୁ ପ୍ରତିଯୋଗିତା କରିବା ଭଲ ହେବେ ବୋଲି ମୁଁ ତାଙ୍କୁ ପରାମର୍ଶ ଦେଇଥିଲି।
Also Read: UP Poll 2022: ମିଳିଗଲା ଆସନ; ଜାଣନ୍ତୁ କେଉଁ ଆସନରୁ ନିର୍ବାଚନ ଲଢିବେ CM Yogi
ଆଚାର୍ଯ୍ୟ କହିଛନ୍ତି ଏହା ମୁଁ ଅନୁଭବ କରୁଛି ଯେ ବିଜେପି କେବେ ହେଲେ ରାମ ମନ୍ଦିର ଏଜେଣ୍ଡା ଭଳି ପ୍ରସଙ୍ଗକୁ ଦଳରୁ ବାହାର କରିବ ନାହିଁ। ଯୋଗୀଙ୍କୁ ଅଯୋଧ୍ୟାରୁ ପ୍ରତିଦ୍ୱନ୍ଦ୍ୱିତା ନ କରିବା ସେ କାହିଁକି ପରାମର୍ଶ ଦେଇଛନ୍ତି ବୋଲି ପଚରା ଯାଇଥିବା ପ୍ରଶ୍ନର ଉତ୍ତର ରଖି ସେ କହିଛନ୍ତି ଆମେ ରାମଲାଲାଙ୍କୁ ପଚାରି ଏହି ପରମର୍ଶ ଦେଇଛୁ। ରାମ ଲାଲାଙ୍କ ପ୍ରେରଣା ସହିତ କଥା ହୋଇଛୁ। ଏଠାରେ ସାଧୁ ସର୍ବସମ୍ମତ ନୁହଁନ୍ତି। ବିକାଶମୂଳକ ପ୍ରକଳ୍ପ ପାଇଁ ଯେଉଁମାନଙ୍କ ଘର କିମ୍ବା ଦୋକାନ ଭାଙ୍ଗି ଦିଆଯାଇଛି ସେମାନେ ମୁଖ୍ୟମନ୍ତ୍ରୀଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି। ଏନେଇ ସେମାନେ କହିଛନ୍ତି ଏହା ହେଉଛି ମୁଖ୍ୟମନ୍ତ୍ରୀ ଯୋଗୀଙ୍କ କାମ। ଲୋକଙ୍କ ଏପରି ବିରୋଧ ଦେଖିବା ପରେ ମୁଁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ କହିଥିଲି ଆପଣ ଗୋରଖପୁରରୁ ନିର୍ବାଚନ ଲଢନ୍ତୁ। ଯଦି ସେ ଏଠାରୁ ନିର୍ବାଚନ ଲଢି ବାଜିମାତ କରିଥାନ୍ତେ ତାହେଲେ ତାଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତ ରାଜନୈତିକ ଦଳ ଅଯୋଧ୍ୟା ଆସନ ଲାଗି ପ୍ରାର୍ଥୀ ଘୋଷଣା କରିନାହାଁନ୍ତି। ଆଗାମୀ ଦିନରେ ଜନସାଧାରଣଙ୍କ ମତ ସବୁ ଦଳର ପ୍ରାର୍ଥୀଙ୍କ ଲାଗି କ'ଣ ରହିଛି ତାହା ଜଣାପଡି଼ବ।
Also Read: ମିଳିଗଲା ଆସନ; ଜାଣନ୍ତୁ କେଉଁ ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ମୁଖ୍ୟମନ୍ତ୍ରୀ ଯୋଗୀ?
ଅଯୋଧ୍ୟାରେ ନିର୍ମିତ ହେଉଥିବା ରାମ ମନ୍ଦିର ଆଗାମୀ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଏକ ପ୍ରସଙ୍ଗ ହେବ ନା ନାହିଁ ବୋଲି ପଚରା ଯାଇଥିବା ପ୍ରଶ୍ନର ଉତ୍ତର ରଖି ଆଚାର୍ଯ୍ୟ କହିଛନ୍ତି ଯେ ରାମ ମନ୍ଦିର ପ୍ରସଙ୍ଗ କେବେ ଦୂର ହେବ ନାହିଁ ଏହା ନିଶ୍ଚିତ ଭାବେ ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ପ୍ରସଙ୍ଗ ହୋଇରହିବ। ଏହା ବିଜେପି ଏଜେଣ୍ଡାରୁ ଏହା କେବେ ବାହାରକୁ ଯିବ ନାହିଁ। କେବଳ ୨୦ ବର୍ଷ ବୟସରେ ଅଯୋଧ୍ୟାକୁ ଆସିଥିବା ଆଚାର୍ଯ୍ୟ ଆଶା କରିଛନ୍ତି ଯେ ସେ ତାଙ୍କ ଜୀବନ କାଳ ମଧ୍ୟରେ ଏକ ସମ୍ପୂର୍ଣ୍ଣ ରାମ ମନ୍ଦିର ଦେଖି ପାରିବେ।
Also Read: ବିଧାନସଭା ନିର୍ବାଚନ ଲଢିବେ UP CM Yogi; ଏହି ଆସନରୁ କରିବେ ପ୍ରତିଦ୍ୱନ୍ଦ୍ୱିତା!
ରାମ ମନ୍ଦିର ନିର୍ମାଣ କାର୍ଯ୍ୟ କେବେ ଶେଷ ହେବ ତାହା ଦେଖିବାର କଥା। ମୋ ସହ ଆସିଥିବା ଅଧିକାଂଶ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ଏଠାରେ ସେବା କରିବି। ଅଯୋଧ୍ୟାରେ ବିବାଦୀୟ ସ୍ଥାନରେ ଥିବା ମସଜିଦ ଭାଙ୍ଗିବାବେଳେ ସେ ସେଠାରେ ଉପସ୍ଥିତ ଥିଲେ କି ନାହିଁ ବୋଲି ପଚାର ଯାଇଥିବା ପ୍ରଶ୍ନର ଉତ୍ତର ରଖି ଆଚାଯ୍ୟ କହିଛନ୍ତି ହଁ ମୁଁ ସେଠାରେ ଉପସ୍ଥିତ ଥିଲି। ସବୁ ଘଟଣା ମୋ ସାମ୍ନାରେ ଘଟିଥିଲା। ତିନୋଟି ଗମ୍ବୁଜ ମଧ୍ୟରୁ ଉତ୍ତର ଏବଂ ଦକ୍ଷିଣ ଗମ୍ବୁଜ କର ସେବକଙ୍କ ଦ୍ୱାରା ଭାଙ୍ଗା ଯାଇଥିଲା। ମୁଁ ରାମଲାଲାଙ୍କୁ ତାଙ୍କ ସିଂହାସନ ସହିତ ମୋ ହାତରେ ଉଠାଇଥିଲି।