UP Poll 2022: ଅଯୋଧ୍ୟା ଆସନରୁ ଲଢିବା ପଛରେ ରହିଛି ଯୋଗୀଙ୍କ ରହିଛି ଏହି ବଡ଼ Plan
Advertisement
Article Detail0/zeeodisha/odisha1069940

UP Poll 2022: ଅଯୋଧ୍ୟା ଆସନରୁ ଲଢିବା ପଛରେ ରହିଛି ଯୋଗୀଙ୍କ ରହିଛି ଏହି ବଡ଼ Plan

ଚଳିତ ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ଅଯୋଧ୍ୟା ଆସନରୁ ନିର୍ବାଚନ ଲଢିପାରନ୍ତି। 

UP Poll 2022: ଅଯୋଧ୍ୟା ଆସନରୁ ଲଢିବା ପଛରେ ରହିଛି ଯୋଗୀଙ୍କ ରହିଛି ଏହି ବଡ଼ Plan

ଲକ୍ଷ୍ନୌ: ଚଳିତ ବର୍ଷ ହେବାକୁ ଯାଉଥିବା ରାଜ୍ୟ ବିଧାନସଭା ନିର୍ବାଚନକୁ ନେଇ ବିଭିନ୍ନ କାରଣରୁ ଚର୍ଚ୍ଚାରେ ରହିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ସବୁଠାରୁ ଯେଉଁ କାରଣକୁ ନେଇ ଅଧିକ ଚର୍ଚ୍ଚା ହେଉଛି ତାହା ହେଉଛି ଏଥର  ମୁଖ୍ୟମନ୍ତ୍ରୀ ଯୋଗୀ ରାଜ୍ୟର କୌଣସି ଏକ ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି।

ଚଳିତ ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ଅଯୋଧ୍ୟା ଆସନରୁ ନିର୍ବାଚନ ଲଢିପାରନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ପାଇଁ ଗୋରଖପୁର ସଦର ଆସନ ଅନ୍ୟ ଏକ ବିକଳ୍ପ ରହିଛି। ସେହିପରି ଦଳର କେତେକ ନେତାଙ୍କ କହିବା ଅନୁସାରେ ମୁଖ୍ୟମନ୍ତ୍ରୀ ଯୋଗୀ ରାଜ୍ୟର ପଶ୍ଚିମାଞ୍ଚଳରେ ଅବସ୍ଥିତ ମଥୁରା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି। ଏପରି କରିବା ଦ୍ୱାରା ଦଳ ପଶ୍ଚିମ ଉତ୍ତର ପ୍ରଦେଶରେ ଦଳୀୟ ବିଜୟ ବାନା ଉଡାଇବା ସହଜ ହେବା ସହ ଦଳ ଏହାର ମୂଳ ମତଦାତାଙ୍କୁ ଏକ ବାର୍ତ୍ତା ପଠାଇ ପାରିବ।

Also Read: UP Poll 2022: ମିଳିଗଲା ଆସନ; ଜାଣନ୍ତୁ କେଉଁ ଆସନରୁ ନିର୍ବାଚନ ଲଢିବେ CM Yogi

ହେଲେ ମୁଖ୍ୟମନ୍ତ୍ରୀ ଯୋଗୀ ପ୍ରାୟତଃ ଅଯୋଧ୍ୟା ଆସନରୁ ନିର୍ବାଚନ ଲଢିପାରନ୍ତି। କେବଳ ବିଜେପି କେନ୍ଦ୍ରୀୟ ନେତୃବୃନ୍ଦ ପକ୍ଷରୁ ସବୁଜ ସଙ୍କେତ ମିଳିବା ବାକି ରହିଛି। ଯଦି ଦଳ ପକ୍ଷରୁ ସବୁଜ ସଙ୍କେତ ମିଳେ ତାହେଲେ ମୁଖ୍ୟମନ୍ତ୍ରୀ ଅଯୋଧ୍ୟା ଆସନରୁ  ଲଢିବେ। ଅଯୋଧ୍ୟା ଆସନରୁ ମୁଖ୍ୟମନ୍ତ୍ରୀଙ୍କୁ ନିର୍ବାଚନ ଲଢାଇବା ବିଜେପି ଲାଗି ଲାଭଦାୟକ ହୋଇପାରେ। କାରଣ ସ୍ଥାନୀୟ ରାଜନୈତିକ ସମୀକରଣ, ଧାର୍ମିକ ଦିଗ ଏବଂ ରାଜନୈତିକ ପ୍ରଭାବ ଦୃଷ୍ଟିକୋଣରୁ ଅଯୋଧ୍ୟା ଆସନ ବିଜେପି ଲାଗି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି ଅଯୋଧ୍ୟାରୁ ମୁଖ୍ୟମନ୍ତ୍ରୀ ପ୍ରତିଦ୍ୱନ୍ଦ୍ୱିତା କରନ୍ତି ତାହେଲେ ରାଜ୍ୟର ଅୱଧ କ୍ଷେତ୍ରରେ ଅବସ୍ଥିତ ସବୁ ଜିଲ୍ଲାର ସମସ୍ତ ବିଧାନସଭା ଆସନରେ ଏହାର ରାଜନୈତିକ ପ୍ରଭାବ ପଡି଼ବ। 

Also Read: ବିଧାନସଭା ନିର୍ବାଚନ ଲଢିବେ UP CM Yogi; ଏହି ଆସନରୁ କରିବେ ପ୍ରତିଦ୍ୱନ୍ଦ୍ୱିତା!

ଉତ୍ତର ପ୍ରଦେଶର ମଧ୍ୟ ଭାଗକୁ ଏହି ରାଜ୍ୟର ଭୌଗୋଳିକ ମାନଚିତ୍ରରେ ଅୱଧ କ୍ଷେତ୍ର ବୋଲି କୁହାଯାଇଥାଏ। ଏହି କ୍ଷେତ୍ର ଅଧିନରେ ରାଜ୍ୟର ରାଜଧାନୀ ଲକ୍ଷ୍ନୌ ଜିଲ୍ଲା, ରାଜ୍ୟର ବୃହତ୍ତମ ସହର କାନପୁର ଜିଲ୍ଲା, ଆମ୍ବେଦକର ନଗର, ବହରାଇଚ,ବଳରାମପୁର, ବାରବଙ୍କୀ, ଅଯୋଧ୍ୟା, ଗୋଣ୍ଡା, ଲକ୍ଷ୍ମୀପୁର ଖୀରୀ, ପ୍ରତାପଗଡ଼, ରାଏବରେଲି, ଆମେଠୀ, ଶ୍ରାବସ୍ତୀ, ଜୌନପୁର, ସୁଲତାନପୁର, ଉନ୍ନାଁଓ, ଫତେହପୁର, କୌଶାମ୍ବୀ, ପ୍ରୟାଗରାଜ ପ୍ରଭୃତି ଜିଲ୍ଲା ଅବସ୍ଥିତ। ଅଯୋଧ୍ୟା ବିଧାନସଭା ଆସନ ଏହି କ୍ଷେତ୍ର ଅଧିନରେ ଅବସ୍ଥିତ।   

Also Read: UP Poll 2022: କେଉଁ ଆସନରୁ ଲଢିବେ ନିର୍ବାଚନ? ଜବାବ ରଖିଲେ CM Yogi Adityanath

ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଅଯୋଧ୍ୟା ଆସନରୁ ନିର୍ବାଚନ ଲଢାଇବାକୁ ପ୍ରଥମେ ପ୍ରସ୍ତାବ ଦେଇଥିଲେ ସ୍ଥାନୀୟ ବିଜେପି ବିଧାୟକ ବେଦ ପ୍ରକାଶ ଗୁପ୍ତା। ଏପରିକି ମୁଖ୍ୟମନ୍ତ୍ରୀଙ୍କ ଲାଗି ନିଜ ଆସନ ଛାଡି଼ବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଥିଲେ ବର୍ତ୍ତମାନର ବିଧାୟକ ଗୁପ୍ତା। ରାଜନୈତିକ ଦୃଷ୍ଟିକୋଣରୁ ଅଯୋଧ୍ୟା ଆସନ ଅତ୍ୟନ୍ତ ସ୍ୱତନ୍ତ୍ର। ଗତ ୧୯୯୧ ମସିହା ପୂର୍ବରୁ ଏହି ଆସନ ବିଭିନ୍ନ ସମୟର ଜନତା ଦଳ ଏବଂ କଂଗ୍ରେସ ଦଖଲରେ ରହୁଥିଲା। ହେଲେ ରାମ ମନ୍ଦିର ପ୍ରସଙ୍ଗ ଏହି ଆସନକୁ ବିଜେପି ଗଡ଼ରେ ପରିଣତ କରି ଦେଇଥିଲା। ସେବେଠାରୁ ପ୍ରାୟ ୩୦ ବର୍ଷ ଧରି ଅର୍ଥାତ ୨୦୧୨ ପର୍ଯ୍ୟନ୍ତ ଏହା ବିଜେପି ଗଡ଼ ହୋଇ ରହିଥିଲା। ହେଲେ ୨୦୧୨ ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପି ଅଯୋଧ୍ୟା ଆସନ ହରାଇଥିଲା। ହେଲେ ୨୦୧୭ ନିର୍ବାଚନରେ ପୁନଃର୍ବାର ଏହାକୁ ଦଖଲ କରିନେଇଥିଲା।