West Bengal Election 2021: ରାଲି ପୂର୍ବରୁ BJP ହାତ ଧରିଲେ Mithun Chakraborty
ପିଏମ ମୋଦିଙ୍କ ରାଲି ପୂର୍ବରୁ ଅଭିନେତା ମିଥୁନ ଚକ୍ରବର୍ତ୍ତୀ କୋଲକାତାରେ ଉପସ୍ଥିତ ରହିବା ଅନେକ ଦୃଷ୍ଟିକୋଣରୁ ଗୁରୁତ୍ୱ ବହନ କରୁଛି।
କୋଲକାତା: ସ୍ଥାନୀୟ ବ୍ରିଗେଡ ପ୍ୟାରେଡ ମୈଦାନରେ ଠାରେ ବିଜେପି ପକ୍ଷରୁ ଆୟୋଜିତ ହୋଇଥିବା ରାଲିକୁ ସମ୍ବୋଧିତ କରିବାକୁ ଯାଉଛନ୍ତି ପିଏମ ମୋଦି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ ଲାଗି ମାର୍ଚ୍ଚ ୭ ତାରିଖ ରବିବାର ପ୍ରଥମ ନିର୍ବାଚନ ରାଲିକୁ ସମ୍ବୋଧିତ କରିବେ ପିଏମ। ଏହି ରାଲିରେ ପ୍ରାୟ ୧୦ ଲକ୍ଷ ଲୋକ ଯୋଗଦେବା ନେଇ ଚର୍ଚ୍ଚା ହେଉଛି।
ପିଏମ ମୋଦିଙ୍କ କୋଲକାତା ରାଲି (PM Modi Kolkatta Rally) ପୂର୍ବରୁ ବିଜେପିରେ ସାମିଲ ହୋଇଛନ୍ତି ଅଭିନେତା ମିଥୁନ ଚକ୍ରବର୍ତ୍ତୀ (Actor Mithun Chakraborty)। ପ୍ରଧାନମନ୍ତ୍ରୀଙ୍କ ରାଲି ଲାଗି ଆୟୋଜିତ ହୋଇଥିବା ମଞ୍ଚରେ ପଶ୍ଚିମବଙ୍ଗ ବିଜେପି ପ୍ରଭାରୀ କୈଳାଶ ବିଜୟଭାର୍ଗୀୟ, ଦଳୀୟ ରାଷ୍ଟ୍ରୀୟ ଉପସଭାପତି ମୁକୁଲ ରାୟଙ୍କ ସମେତ ଦଳର ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଲୋକଙ୍କୁ ଅଭିବାଦନ ଜଣାଇଥିଲେ ସେ। ଅନ୍ୟପଟେ ଦଳ ପକ୍ଷରୁ ଆୟୋଜିତ ହେଉଥିବା ରାଲିକୁ ସମ୍ବୋଧିତ କରିବା ଲାଗି କୋଲକାତା ଠାରେ ଅବତରଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।
Also Read: Campaigning Sunday: ମୈଦାନରେ ମୁହାଁମୁହଁ ମୋଦି-ମମତା
ବିଜେପିରେ ସାମିଲ ହେବା ପୂର୍ବରୁ ଦଳର ପଶ୍ଚିମବଙ୍ଗ ପ୍ରଭାରୀ କୈଳାଶ ବିଜୟଭାର୍ଗୀୟଙ୍କୁ ସାକ୍ଷାତ କରିଥିଲେ ଅଭିନେତା ମିଥୁନ। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ତାଙ୍କୁ ନେଇ ବେଶ କିଛି ଦିନ ଧରି ଜୋରସୋରରେ ଚର୍ଚ୍ଚା ଚାଲିଥିଲା।
Also Read: West Bengal Election 2021: ରାଜନେତାଙ୍କ ପରେ BJP ହାତ ଧରିବେ ସେଲିବ୍ରିଟି
ବିଜେପିରେ ସାମିଲ ହେବା ପୂର୍ବରୁ ଆରଏସଏସ ମୁଖ୍ୟ ଡ.ମୋହନ ଭାଗବତଙ୍କୁ ମୁମ୍ବାଇସ୍ଥିତ ବାସଭବନରେ ସାକ୍ଷାତ କରିଥିଲେ ମିଥୁନ ଚକ୍ରବର୍ତ୍ତୀ। ଏହାକୁ ନେଇ ରାଜନୈତିକ ମହଲରେ ହେଉଥିବା ଚର୍ଚ୍ଚାକୁ ଖାରଜ କରି ସେ କହିଥିଲେ ଏହି ସାକ୍ଷାତକାର ଆଧ୍ୟାତ୍ମିକ ଥିଲା।
Also Read: ପଦ୍ମ ପୋଖରୀକୁ ଡିଆଁମାରିବେ ଗାଙ୍ଗୁଲି, ସ୍ୱାଗତ ପାଇଁ ପ୍ରସ୍ତୁତ ବିଜେପି
ପିଏମ ମୋଦିଙ୍କ ରାଲି ପୂର୍ବରୁ ଅଭିନେତା ମିଥୁନ ଚକ୍ରବର୍ତ୍ତୀ କୋଲକାତାରେ ଉପସ୍ଥିତ ରହିବା ଅନେକ ଦୃଷ୍ଟିକୋଣରୁ ଗୁରୁତ୍ୱ ବହନ କରୁଛି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ବିରୋଧି ଟିଏମସି ସୁପ୍ରିମୋ (TMC Supremo) ମମତା ବାନାର୍ଜୀ (Mamata Banerjee) ବିଜେପି କେନ୍ଦ୍ରୀୟ ନେତୃବୃନ୍ଦଙ୍କୁ ବାହାର ଲୋକ କହି ଆକ୍ଷେପ କରିଥିଲେ।
Also read: Assembly Election: ରବିବାର ପ୍ରଚାର ଆରମ୍ଭ କରିବେ ପିଏମ ମୋଦି
ଏହାର ଜବାବ ଦେବାକୁ ଯାଇ ବିଜେପି ପକ୍ଷରୁ ଏହି ବାର୍ତ୍ତା ଦିଆଯାଉଛି ପଶ୍ଚିମବଙ୍ଗର ସ୍ଥାନୀୟ ବାସିନ୍ଦା ଦଳର ମୁଖ୍ୟମନ୍ତ୍ରୀ ହେବେ। ଏହାକୁ କାର୍ଯ୍ୟକାରୀ କରିବାକୁ ଯାଇ ଜଣେ ଜଣାଶୁଣା ବଙ୍ଗୀୟ ସମ୍ପ୍ରଦାୟର ବ୍ୟକ୍ତିଙ୍କୁ ମମତା ବାନାର୍ଜୀଙ୍କ ବିକଳ୍ପ ଭାବେ ପ୍ରଦର୍ଶିତ କରିବାକୁ ଚାହୁଁଛି। ଏହି ତାଲିକାରେ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ସହ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କ ନାଁ ଯୋଡିହୋଇଛି।