Assembly Election: ରବିବାର ପ୍ରଚାର ଆରମ୍ଭ କରିବେ ପିଏମ ମୋଦି
Advertisement
Article Detail0/zeeodisha/odisha858900

Assembly Election: ରବିବାର ପ୍ରଚାର ଆରମ୍ଭ କରିବେ ପିଏମ ମୋଦି

ପ୍ରଧାନମନ୍ତ୍ରୀ ମୋଦିଙ୍କ ରାଲି ପଶ୍ଚିମବଙ୍ଗର ୨୩ ଏବଂ ଆସାମର ୩୩ଟି ଜିଲ୍ଲାରେ ଆୟୋଜିତ କରିବାକୁ ସ୍ୱତନ୍ତ୍ର ନିର୍ବାଚନ ରଣନୀତି ପ୍ରସ୍ତୁତ କରିଛି ବିଜେପି। 

Assembly Election: ରବିବାର ପ୍ରଚାର ଆରମ୍ଭ କରିବେ ପିଏମ ମୋଦି

ନୂଆବର୍ଷ: ଚଳିତ ବର୍ଷ ହେବାକୁ ମାର୍ଚ୍ଚ-ଏପ୍ରିଲ ମାସରେ ଯାଉଥିବା ଦେଶର ୪ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ଲାଗି ଆରମ୍ଭ ହୋଇଗଲାଣି ଦଳୀୟ ପ୍ରଚାର। ଏହିକ୍ରମରେ ସ୍ଥାନୀୟ ନେତାଙ୍କ ଦାବି ପୂରଣ କରିବାକୁ ଯାଇ ପଶ୍ଚିମବଙ୍ଗରେ ୨୦ ଏବଂ ଆସାମରେ ୬ଟି ନିର୍ବାଚନ ରାଲିକୁ ସମ୍ବୋଧିତ କରିବେ ପିଏମ ମୋଦି।  

ପ୍ରଧାନମନ୍ତ୍ରୀ ମୋଦିଙ୍କ ରାଲି ପଶ୍ଚିମବଙ୍ଗର ୨୩ ଏବଂ ଆସାମର ୩୩ଟି ଜିଲ୍ଲାରେ ଆୟୋଜିତ କରିବାକୁ ସ୍ୱତନ୍ତ୍ର ନିର୍ବାଚନ ରଣନୀତି ପ୍ରସ୍ତୁତ କରିଛି ବିଜେପି। ଯଦିଓ ନିର୍ବାଚନ ହେବାକୁ ଯାଉଥିବା ସମସ୍ତ ରାଜ୍ୟରେ ପ୍ରଧାନମନ୍ତ୍ରୀଙ୍କ ରାଲି ଆୟୋଜିତ କରିବା ଲାଗି ଦଳୀୟ ମହଲରୁ ଦାବି ଉଠୁଛି ହେଲେ ବିଜେପି ଆସାମ ସହ ପଶ୍ଚିମବଙ୍ଗରେ ହେବାକୁ ଥିବା ରାଲି ଉପରେ ଧ୍ୟାନ କେନ୍ଦ୍ରୀତ କରୁଛି।     

Also Read: Election 2021: ୪ ରାଜ୍ୟ, ପୁଦୁଚେରୀ ପାଇଁ ତାରିଖ ଘୋଷଣା

 ଆସନ୍ତା ୭ ତାରିଖ ରବିବାର ପିଏମ ମୋଦି କୋଲକାତାସ୍ଥିତ ବ୍ରିଗେଡ ପ୍ୟାରେଡ ଗ୍ରାଉଣ୍ଡ ଠାରେ ଆୟୋଜିତ ହେଉଥିବା ରାଲିକୁ ପ୍ରଥମେ ସମ୍ବୋଧିତ କରିବେ। ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ନିର୍ବାଚନ ରାଲି। ଏହାକୁ ସଫଳ କରିବା ଲାଗି ପଶ୍ଚିମବଙ୍ଗ ବିଜେପି ପ୍ରଭାରୀ କୈଳାଶ ବିଜୟଭାର୍ଗୀୟ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମୁକୁଲ ରାୟ, ମହାସଚିବ ସଞ୍ଜୟ ସିଂହ, ରାଜ୍ୟସଭା ସାଂସଦ ସପନ ଦାସ ଗୁପ୍ତାଙ୍କ ସମେତ ଦଳୀୟ ପଦାଧିକାରୀ ଲାଗି ପଡିଛନ୍ତି। 

Also Read: West Bengal Election 2021: ପୋଲିସ ନୁହେଁ ସୁରକ୍ଷା ଦାୟିତ୍ୱରେ ରହିବେ CAPF

ପଶ୍ଚିମବଙ୍ଗର ମୋଟ ୨୯୪ ବିଧାନସଭା ନିର୍ବାଚନ ଲାଗି ୨୭ ମାର୍ଚ୍ଚ, ଏପ୍ରିଲ ୧, ୬, ୧୦, ୧୭, ୨୨, ୨୬, ୨୯ ତାରିଖରେ ମୋଟ ୮ଟି ପଯ୍ୟାୟରେ ଭୋଟ ଗ୍ରହଣ କରାଯିବ। ପ୍ରଥମ-ଦ୍ୱିତୀୟ ପର୍ଯ୍ୟାୟରେ ୩୦, ତୃତୀୟ ପର୍ଯ୍ୟାୟରେ ୩୧, ଚତୁର୍ଥ ପର୍ଯ୍ୟାୟରେ ୪୪, ପଞ୍ଚମ ପର୍ଯ୍ୟାୟରେ  ୪୫, ଷଷ୍ଠ ପର୍ଯ୍ୟାୟରେ ୪୩, ସପ୍ତମ ପର୍ଯ୍ୟାୟରେ ୩୬, ଅଷ୍ଟମ ପର୍ଯ୍ୟାୟରେ ୩୫ ଆସନରେ  ମତାଦନ ଅନୁଷ୍ଠିତ ହେବ।    

Also Read: ଆଗକୁ ନିର୍ବାଚନ; ଅର୍ଦ୍ଧ ସାମରିକ ବଳ ନିୟନ୍ତ୍ରଣରେ ରହିବ ପଶ୍ଚିମବଙ୍ଗ

 

ସେହିପରି ଆସାମର ୧୨୬ ଆସନ ଲାଗି  ୨୭ ମାର୍ଚ୍ଚ ପ୍ରଥମ ପର୍ଯ୍ୟାୟରେ ୪୭, ଏପ୍ରିଲ ୧ ଦ୍ୱିତୀୟ ପର୍ଯ୍ୟାୟରେ ୩୯ ଏବଂ ୬ ଏପ୍ରିଲରେ ୪୦ ଆସନ ଲାଗି ମତଦାନ ଅନୁଷ୍ଠିତ ହେବ। ଉଭୟ ରାଜ୍ୟର ନିର୍ବାଚନ ଫଳାଫଳ ମେ ୨ ତାରିଖ  ରବିବାର ପ୍ରକାଶ ପାଇବ।