`ମୋ ସହ ବିଶ୍ୱାସଘାତକତା କରିଛନ୍ତି ଅଧିକାରୀ ପରିବାର`
ଅଧିକାରୀ ପରିବାର ବିଜେପିରେ ସାମିଲ ହେବା ପରେ ସେମାନଙ୍କୁ ଗଦ୍ଦାର ବୋଲି କହିବାକୁ ପଛଘୁଞ୍ଚା ଦେଇନାହାଁନ୍ତି ଟିଏମସି ସୁପ୍ରିମୋ।
କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ ଲାଗି ଚଳିତ ବର୍ଷ ପହିଲାରେ ହେବାକୁ ଯାଉଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ଏହି ପର୍ଯ୍ୟାୟରେ ଏଥରର ନିର୍ବାଚନରେ ରାଜ୍ୟର ସବୁଠାରୁ ଚର୍ଚ୍ଚିତ ବିଧାନସଭା ଆସନ ଉଭା ହୋଇଥିବା ନନ୍ଦିଗ୍ରାମ ଆସନ ଲାଗି ଭୋଟଗ୍ରହଣ ଅନୁଷ୍ଠିତ ହେବ।
ନନ୍ଦିଗ୍ରାମ ବିଧାନସଭା ଆସନରୁ (Nandigram Assembly Constituency) ବିଜେପି (BJP) ଟିକେଟରେ ଶୁଭେନ୍ଦୁ ଅଧିକାରୀ (Suvendu Adhikari) ଏବଂ ଟିଏମସି ଟିକେଟରେ ଦଳୀୟ ସୁପ୍ରିମୋ (TMC Supreme) ମମତା ବାନାର୍ଜୀ (Mamata Banerjee) ବିଧାୟକ ପ୍ରାର୍ଥୀ ନିର୍ବାଚନ ଲଢିବେ। ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଲାଗି ମାର୍ଚ୍ଚ ୩୦ ତାରିଖ ମଙ୍ଗଳବାର ଥିଲା ପ୍ରଚାର ଶେଷ ଦିନ। ନିର୍ବାଚନ ପ୍ରଚାର ଶେଷ ଦିନରେ ମୁହାଁମୁହିଁ ହୋଇଥିଲେ ଉଭୟ ନେତା।
Also Read: 'ମମତା ବାନାର୍ଜୀଙ୍କୁ ୫୦ ହଜାର ଭୋଟରେ ପରାସ୍ତ କରିବି ନହେଲେ ରାଜନୀତି ଛାଡି ଦେବି'
ଶୁଭେନ୍ଦୁ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣି ମମତା ବାନାର୍ଜୀ କହିଛନ୍ତି କୃଷି ଭୂମି ଅଧିଗ୍ରହଣ ବିରୁଦ୍ଧରେ ୨୦୦୭ ମାର୍ଚ୍ଚ ୧୪ ତାରିଖରେ ହୋଇଥିବା ସମୟରେ ଆନ୍ଦୋଳନ ସମୟରେ ପୋଲିସ ଅଧିକାରୀ ବାପ-ପୁ୍ଅଙ୍କୁ ନଜଣାଇ ନନ୍ଦିଗ୍ରାମ ଅଞ୍ଚଳକୁ ଆସି ପାରୁନଥିଲା। ସେମାନଙ୍କୁ ଅଧିକ ପ୍ରେମ କରିବା ମୋର ସବୁଠାରୁ ବଡ ଭୁଲ ଥିଲା।
ମୁଁ ସେମାନଙ୍କ ଲାଗି ବହୁତ କିଛି କରିଛି। ଶୁଭେନ୍ଦୁ ଅଧିକାରୀଙ୍କୁ ମୁଁ ରାଜ୍ୟର ପରିବନହ, ପରିବେଶ, ଜଳସେଚନ ବିଭାଗ ବିଭାଗ ମନ୍ତ୍ରୀ କରିଥିଲି। ମୁଁ ତାଙ୍କୁ ହୁଗୁଳି ନଦୀ ବ୍ରିଜର କମିଶନର ଅଧ୍ୟକ୍ଷୱଲ କରିଥିଲି। ମୁଁ ତାଙ୍କ ପିତା ଶିଶିର ଅଧିକାରୀଙ୍କୁ ଦୀଘା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ଦାୟିତ୍ୱ ଏବଂ ଭାଇ ସୌମେନ୍ଦୁ ଅଧିକାରୀଙ୍କୁ ହଳଦିଆ ବିକାଶ ପ୍ରାଧିକରଣ ଅଧ୍ୟକ୍ଷ କରିଥିଲି। ମୁଁ ଗୋଟିଏ ପରିବାରର ସଦସ୍ୟଙ୍କୁ ଏତେ ପଦ ଦେଇଥିଲି। ହେଲେ ସେମାନେ ବିଷାକ୍ତ ଗଦ୍ଦାରଙ୍କ ଭଳି ମୋ ସହ ବିଶ୍ୱାସ ଘାତକତା କଲେ।
Also Read: 'ଟିଏମସି ପୁଣି କ୍ଷମତାସୀନ ହେଲେ ପଶ୍ଚିମବଙ୍ଗ ପାଲଟିଯିବ ମିନି ପାକିସ୍ତାନ'
ଶୁଭେନ୍ଦୁ ଅଧିକାରୀ, ତାଙ୍କ ପିତା ଶିଶିର ଅଧିକାରୀ ଏବଂ ସୌମେନ୍ଦୁ ଅଧିକାରୀ ଟିଏମସି ଛାଡି ବିଜେପିରେ ସାମିଲ ହେବା ପରେ ମମତା ବାନାର୍ଜୀ ସେମାନଙ୍କୁ ଗଦ୍ଦାର ବୋଲି କହିବାକୁ ପଛଘୁଞ୍ଚା ଦେଇନାହାଁନ୍ତି।
Also Read: ସେମାନଙ୍କୁ ବହୁତ ସମ୍ମାନ କରୁଥିଲି, ହେଲେ ସେମାନେ ଗଦ୍ଦାର ବାହାରିଲେ'
ଏହା ଉପରେ ଜବାବ ରଖି ଶିଶିର ଅଧିକାରୀ କହିଛନ୍ତି ମମତା ବାନାର୍ଜୀ ଆମ ବିରୁଦ୍ଧରେ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ନିରର୍ଥକ। ଏଥରର ନିର୍ବାଚନରେ ସେ ନନ୍ଦିଗ୍ରାମ ଆସନରୁ ହାରିବେ ବୋଲି ଜାଣି ସାରିଲେଣି। ମୋ ପୁଅ କାରଣରୁ ଟିଏମସି ସୁପ୍ରିମୋ ନନ୍ଦିଗ୍ରାମ ଆନ୍ଦୋଳନର ଫାଇଦା ଉଠାଇଥିଲେ। ଯିଏ ଏହି ସଂଘର୍ଷରେ ସେତେବେଳର କମ୍ୟୁନିଷ୍ଟ ସରକାରଙ୍କ ଆତଙ୍କ ବିରୁଦ୍ଧରେ ନିଜର ଜୀବନକୁ ବାଜି ଲଗାଇ ଦେଇଥିଲେ। ମୁଖ୍ୟମନ୍ତ୍ରୀ ହେବା ଲାଗି ମମତା ବାନାର୍ଜୀ ଆମ ବାପ-ପୁଅଙ୍କୁ ବ୍ୟବହାର କରିଛନ୍ତି। ଏବେ ଆମ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି। ତାଙ୍କ କାମ କରିବା ଶୈଳୀକୁ ଆମେ ବିରୋଧ କରିଆସୁଛୁ।