'ଟିଏମସି ପୁଣି କ୍ଷମତାସୀନ ହେଲେ ପଶ୍ଚିମବଙ୍ଗ ପାଲଟିଯିବ ମିନି ପାକିସ୍ତାନ'
Advertisement
Article Detail0/zeeodisha/odisha874957

'ଟିଏମସି ପୁଣି କ୍ଷମତାସୀନ ହେଲେ ପଶ୍ଚିମବଙ୍ଗ ପାଲଟିଯିବ ମିନି ପାକିସ୍ତାନ'

ଏଥରର ନିର୍ବାଚନରେ ସବୁଠାର ଚର୍ଚ୍ଚିତ ନିର୍ବାଚନମଣ୍ଡଳୀ ଭାବେ ଉଭା ହୋଇଛି ନନ୍ଦିଗ୍ରାମ ବିଧାନସଭା ଆସନ।

'ଟିଏମସି ପୁଣି କ୍ଷମତାସୀନ ହେଲେ ପଶ୍ଚିମବଙ୍ଗ ପାଲଟିଯିବ ମିନି ପାକିସ୍ତାନ'

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ ଲାଗି ଏପ୍ରିଲ ୧ ତାରିଖ ଗୁରୁବାର ହେବାକୁ ଯାଉଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ଏହି ନିର୍ବାଚନ ଲାଗି ବିଭିନ୍ନ ଦଳ ପକ୍ଷରୁ ଚାଲିଥିବା ନିର୍ବାଚନୀ ପ୍ରଚାରକୁ ନେଇ ସରଗରମ ହୋଇଉଠିଛି ରାଜ୍ୟର ରାଜନୈତିକ ପାଣିପାଗ। ବିଭିନ୍ନ ପ୍ରସଙ୍ଗକୁ କେନ୍ଦ୍ର କରି ପରସ୍ପରକୁ ଟାର୍ଗେଟ କରିବାରେ ଲାଗିଛନ୍ତି ବିଭିନ୍ନ ରାଜନୈତିକ ଦଳ। 

ଏଥରର ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମୁକାବିଲା ମୁଖ୍ୟତଃ ଶାସକ ଟିଏମସି (TMC) ଏବଂ ରାଜ୍ୟର ମୁଖ୍ୟ ବିରୋଧି ଦଳ ଭାବେ ଉଭା ହୋଇଥିବା ବିଜେପି (BJP) ମଧ୍ୟରେ ହେଉଛି। ବିଭିନ୍ନ ପ୍ରସଙ୍ଗକୁ ନେଇ ଉଭୟ ଶାସକ ଏବଂ ବିରୋଧି ଦଳର ନେତାଙ୍କ ମଧ୍ୟରେ ବାକ୍ୟ ଯୁଦ୍ଧ ଜାରି ରହିଛି। 

Also Read: West Bengal Assembly Poll 2021 : ଜାଣନ୍ତୁ କେଉଁ ଆସନରୁ କିଏ ହେଲେ ବିଜେପି ପ୍ରାର୍ଥୀ?

 

ଏଥରର ନିର୍ବାଚନରେ ସବୁଠାର ଚର୍ଚ୍ଚିତ ନିର୍ବାଚନମଣ୍ଡଳୀ ଭାବେ ଉଭା ହୋଇଛି ନନ୍ଦିଗ୍ରାମ ବିଧାନସଭା ଆସନ (Nandigram Assembly Constituency)। ଏହି ଆସନରେ ଉଭୟ ଶାସକ ସହ ବିରୋଧି ଦଳର ଦୁଇ ପୁରୁଖା ନେତା ମୁହାଁମୁହିଁ ହୋଇଛନ୍ତି। ଏହି ନିର୍ବାଚନମଣ୍ଡଳୀରୁ ଟିଏମସି ସୁପ୍ରିମୋ (TMC Supremo) ମମତା ବାନାର୍ଜୀ (Mamata Banerjee) ଏବଂ ବିଜେପି ନେତା (BJP Leader) ଶୁଭେନ୍ଦୁ ଅଧିକାରୀ (Suvendu Adhikari) ଦଳୀୟ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି। 

Alos Read: ଘାରୁଛି ପରାଜୟ ଭୟ; ବ୍ୟସ୍ତବିବ୍ରତ ନେତାଙ୍କ Audio Viral

ପ୍ରତିଦ୍ୱନ୍ଦ୍ୱୀ ମମତା ବାନାର୍ଜୀଙ୍କ ଉଦ୍ଦେଶ୍ୟରେ ଟାର୍ଗେଟ କରି ଶୁଭେନ୍ଦୁ ଅଧିକାରୀ କହିଛନ୍ତି ତାଙ୍କ ମସ୍ତିଷ୍କର ଚିକିତ୍ସା କରାଯିବା ଆବଶ୍ୟକ। ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ସେ ଯେଉଁଭଳି ଅଶାଳୀନ ଭାଷା ବ୍ୟବହାର କରୁଛନ୍ତି ଥିଲୁ ସେପରି ଲୋକଙ୍କୁ କୌଣସି ଜବାବ ଦେଇପାରିବୁ ନାହିଁ। କାରଣ ବେଗମଙ୍କ କଥାବାର୍ତ୍ତାର କୌଣସି ଉତ୍ତର ନାହିଁ। 

ଆସନ୍ତା ୧ ତାରିଖରେ ନନ୍ଦିଗ୍ରାମ ମତଦାତା ତାଙ୍କୁ ଜବାବ ଦେବେ। ଯେଉଁ ଦିନ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ ସେ ଦିନ ତାଙ୍କୁ ସବୁକିଛି ଜଣାପଡିବ। ଆମ ଅଞ୍ଚଳରେ ବିଜେପି ସମସ୍ତ ଆସନରେ ବାଜିମାତ କରିବ। ଏଥର ମତଦାତା ପରିବର୍ତ୍ତନ ପକ୍ଷରେ ଏବଂ ତୁଷ୍ଟିକରଣ ବିରୁଦ୍ଧରେ ମତଦାନ କରିବେ।

Also Read: 'ମମତା ବାନାର୍ଜୀଙ୍କୁ ୫୦ ହଜାର ଭୋଟରେ ପରାସ୍ତ କରିବି ନହେଲେ ରାଜନୀତି ଛାଡି ଦେବି'

 

ଯଦି ଏଥର ମମତା ବାନାର୍ଜୀ ସରକାର ଗଠନ କରନ୍ତି ତାହେଲେ ପଶ୍ଚିମବଙ୍ଗ ଏକ ମିନି ପାକିସ୍ତାନ ପାଲଟିଯିବ। ଟିଏମସି ବିରୁ୍ଦ୍ଧରେ ତୁଷ୍ଟୀକରଣ ରାଜନୀତି କରୁଥିବାର ଅଭିଯୋଗ ଆଣିଛନ୍ତି ସେ। ରାଜ୍ୟକୁ ମିନି ପାକିସ୍ତାନ ହେବାରୁ ବଞ୍ଚାଇବାକୁ ହେଲେ ଟିଏମସିକୁ ଭୋଟ ନଦେବା ମତଦାତାଙ୍କୁ ଆହ୍ୱାନ ଦେଇଛନ୍ତି ନନ୍ଦିଗ୍ରାମ ବିଧାନସଭା ଆସନର ବିଜେପି ବିଧାୟକ ପ୍ରାର୍ଥୀ। 

Also Read: ବଢିଲା ଶୁଭେନ୍ଦୁଙ୍କ ସମସ୍ୟା, ନିର୍ବାଚନମଣ୍ଡଳୀ ବଦଳାଇଲେ ମମତା

 

ଅନ୍ୟପଟେ ପ୍ରତିଦ୍ୱନ୍ଦ୍ୱୀକୁ ଜବାବ ଦେବାକୁ ଯାଇ ନନ୍ଦିଗ୍ରାମ ଆସନରେ ଦଳୀୟ ପଦଯାତ୍ରା କରିଛନ୍ତି ମମତା ବାନାର୍ଜୀ। ପ୍ରାୟ ୮ କିମି ଦୂରତା ବିଶିଷ୍ଟ ଏହି ପଦଯାତ୍ରା ଠାକୁର ଚୌକ ଠାରେ ଶେଷ ହୋଇଥିଲା। ପଦଯାତ୍ରା କରିବା ବେଳେ ୩ଟି ଜନସଭାରେ ଯୋଗ ଦେଇଥିଲେ। ଏଥରର ନିର୍ବାଚନ ଲାଗି ପ୍ରାର୍ଥୀପତ୍ର ଦାଖଲ କରିବା ପରେ ଦଳ ଲାଗି ପ୍ରଚାର କରୁଥିବା ବେଳେ ଆହତ ଟିଏମସି ସୁପ୍ରିମୋ। ଏହା ପରେ ସେ ହ୍ୱିଲ ଚେୟାରର ବସି ନିର୍ବାଚନ ସମ୍ପର୍କିତ କାର୍ଯ୍ୟକ୍ରମରେ ଯୋଗଦାନ କରୁଛନ୍ତି।