'ମମତା ବାନାର୍ଜୀଙ୍କୁ ୫୦ ହଜାର ଭୋଟରେ ପରାସ୍ତ କରିବି ନହେଲେ ରାଜନୀତି ଛାଡି ଦେବି'
Advertisement
Article Detail0/zeeodisha/odisha831124

'ମମତା ବାନାର୍ଜୀଙ୍କୁ ୫୦ ହଜାର ଭୋଟରେ ପରାସ୍ତ କରିବି ନହେଲେ ରାଜନୀତି ଛାଡି ଦେବି'

 ଯଦି ମମତା ବାନାର୍ଜୀ ନନ୍ଦିଗ୍ରାମ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରନ୍ତି ତାହେଲେ ମୁଁ ତାଙ୍କୁ ୫୦ ହଜାର ଭୋଟରେ ପରାସ୍ତ କରିବି। ଯଦି ତାଙ୍କୁ ମୁଁ ଏଥରର ନିର୍ବାଚନରେ ହରାଇ ନପାରେ ତାହେଲେ ରାଜନୀତି ଛାଡିଦେବି।

'ମମତା ବାନାର୍ଜୀଙ୍କୁ ୫୦ ହଜାର ଭୋଟରେ ପରାସ୍ତ କରିବି ନହେଲେ ରାଜନୀତି ଛାଡି ଦେବି'

କୋଲକାତା: ଚଳିତ ବର୍ଷ ହେବାକୁ ଯାଉଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ସରଗରମ ହୋଇଉଠିଛି ରାଜନୈତିକ ପାଣିପାଗ। ଦିନକୁ ଦିନ ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ବିଭିନ୍ନ ପ୍ରସଙ୍ଗରେ ବୟାନବାଜି କରି ରାଜନୈତିକ ମାହୋଲକୁ ସରଗରମ କରି ରଖିଛନ୍ତି ବିଭିନ୍ନ ରାଜନୈତିକ ଦଳର ନେତା।   

ଏହି କ୍ରମରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ନେତା ଶୁଭେନ୍ଦୁ ଅଧିକାରୀ। ଏନେଇ ସେ କହିଛନ୍ତି ଯଦି ମମତା ବାନାର୍ଜୀ ନନ୍ଦିଗ୍ରାମ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରନ୍ତି ତାହେଲେ ମୁଁ ତାଙ୍କୁ ୫୦ ହଜାର ଭୋଟରେ ପରାସ୍ତ କରିବି। ଯଦି ତାଙ୍କୁ ମୁଁ ଏଥରର ନିର୍ବାଚନରେ ହରାଇ ନପାରେ ତାହେଲେ ରାଜନୀତି ଛାଡିଦେବି। ଯେ କୌଣସି ପରିସ୍ଥିତିରେ ହେଲେ ମଧ୍ୟ ମୁଁ ତାଙ୍କୁ ହରାଇବି।

ଗତ ୨୦୧୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମ ଆସନରୁ ବାଜିମାତ କରିଥିଲେ ସେତେବେଳର ଟିଏମସି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ। ଏହି ଆସନ ଟିଏମସି ଛାଡି ବିଜେପିରେ ସାମିଲ ହୋଇଥିବା ପୁରୁଖା ନେତା ଅଧିକାରୀଙ୍କ ପାରମ୍ପରିକ ଆସନ ଭାବେ ଜଣାଶୁଣା। ମମତା ବାନାର୍ଜୀ ବର୍ତ୍ତମାନ ଦକ୍ଷିଣ କୋଲକାତାର ଭବାନୀପୁରରୁ ବିଧାୟକ ଅଛନ୍ତି।

Also Read: ବଢିଲା ଶୁଭେନ୍ଦୁଙ୍କ ସମସ୍ୟା, ନିର୍ବାଚନମଣ୍ଡଳୀ ବଦଳାଇଲେ ମମତା

 

ଟିଏମସି ସୁପ୍ରିମୋଙ୍କୁ ଟାର୍ଗେଟ କରି ବିଜେପିର ଏହି ନେତା ଜଣଙ୍କ କହିଛନ୍ତି ନିର୍ବାଚନ ଆସିଲେ ତାଙ୍କର ନନ୍ଦିଗ୍ରାମ କଥା ମନେ ପଡିଥାଏ। ୨୦୧୫ ଡିସେମ୍ବର ୧୫ ତାରିଖରେ ମୁଁ ନନ୍ଦିଗ୍ରାମରୁ ନିର୍ବାଚନ ଲଢିବି ବୋଲି ଘୋଷଣା କରିଥିଲେ ମମତା ବାନାର୍ଜୀ। ମୁଁ ତାଙ୍କୁ ପଚାରିବାକୁ ଚାହେଁ ନନ୍ଦିଗ୍ରାମ ଲୋକଙ୍କ ଲାଗି ଆପଣ କ'ଣ କରିଛନ୍ତି। ଏଠାରେ ଜମି ଅଧିଗ୍ରହଣ ବେଳେ ହୋଇଥିବା ସଂଘର୍ଷରେ ପୀଡିତ ଲୋକଙ୍କ ପାଇଁ ଆପଣଙ୍କ ଅବଦାନ କ'ଣ? ରାଜ୍ୟର ସରକାରୀ ସ୍କୁଲରେ ଅଧ୍ୟୟନ କରୁଥିବା ଅଷ୍ଟମ ଶ୍ରେଣୀ ବହିରେ ସିଙ୍ଗୁର ଘଟଣା ବାବଦରେ ଉଲ୍ଲେଖ ରହିଛି ହେଲେ ନନ୍ଦିଗ୍ରାମରେ ସଂଘର୍ଷ ସ୍ଥାନ ପାଇନାହିଁ।        

ଏକ ରୋଡ ଶୋ ରେ ଅଂଶଗ୍ରହଣ କରିବା ସମୟରେ ଶୁଭେନ୍ଦୁ ଅଧିକାରୀ କହିଛନ୍ତି ବିଜେପି ଟିଏମସି ଭଳି ନୁହେଁ ଯେଉଁଠି ସବୁ ନିଷ୍ପତ୍ତି ମମତା ବାନାର୍ଜୀ କିମ୍ବା ତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କର ଦ୍ୱାରା ନିଆଯାଇଥାଏ। କେଉଁ ଆସନରୁ କିଏ ଲଢିବେ ତାହା ବିଚାର ବିମର୍ଶ କରିବା ପରେ ନିଆଯାଏ। ମୁଁ କେଉଁଠି ନିର୍ବାଚନ ଲଢିବି ତାହା ମୋ ଦଳ ସ୍ଥିର କରିବ। ଯଦି ମୋତେ ମୋ ଦଳ ମମତା ବାନାର୍ଜୀଙ୍କ ପ୍ରାର୍ଥୀ କରେ ମୁଁ ତାଙ୍କ ୫୦ ହଡାର ଭୋଟରେ ହରାଇବି। ଯଦି ମୁଁ ତାଙ୍କୁ ନିର୍ବାଚନରେ ପରାସ୍ତ କରିବାରେ ସଫଳ ନୁହଏ ତାହେଲେ ରାଜନୀତି ଛାଡିଦେବି।   

Also Read: ପଶ୍ଚିମବଙ୍ଗରେ ବିଜେପିର ଖେଳ ବିଗାଡ଼ିବ ଶିବସେନା, 'ଦିଦି'ଙ୍କ ପାଇଁ ସହଜ ହେବ ଲଢ଼େଇ!

ମମତା ବାନାର୍ଜୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣି ଶୁଭେନ୍ଦୁ ଅଧିକାରୀ କହିଛନ୍ତି ନନ୍ଦିଗ୍ରାମ ଘଟଣା କାରଣରୁ ୨୦୧୧ ନିର୍ବାଚନରେସ ବାଜିମାତ କରିବା ମୁଖ୍ୟମନ୍ତ୍ରୀ ହୋଇଥିଲେ ଟିଏମସି ସୁପ୍ରିମୋ। ସେଠାରେ ହୋଇଥିବା ଆନ୍ଦୋଳନ ସମୟରେ ଚାଷୀଙ୍କ ଉପରକୁ ଗୁଳି ଚଳାଇଥିବା ପୋଲିସ ଅଧିକାରୀଙ୍କ କାର୍ଯ୍ୟକାଳକୁ ରାଜ୍ୟ ସରକାର ୪ ଥର ବୃଦ୍ଧି କରିଛନ୍ତି। ନନ୍ଦିଗ୍ରାମ ଲୋକେ ମମତା ବାନାର୍ଜୀଙ୍କୁ କେବେ କ୍ଷମା କରିବେ ନାହିଁ। ବିଜେପି ନେତା କହିଛନ୍ତି ସେ ଏଠାରେ କରିଥିବା ସମାବେଶକୁ ସଫଳ କରିବା ପାଇଁ ବାହାରୁ ୩୦୦୦ ଲୋକଙ୍କୁ ଅଣାଯାଇଥିଲା। ଜନସାଧାରଣ ଟିଏମସି ଆଭିମୁଖ୍ୟ ବାବଦରେ ଜାଣିସାରିଛନ୍ତି ଏବଂ ନିର୍ବାଚନରେ ​​ସବୁକିଛି ସ୍ପଷ୍ଟ ହୋଇଯିବ।

Also Read: CVoter Opinion Poll: କାହା ଦଖଲରେ ବଙ୍ଗ? ଦିଦି, ମୋଦି ନା ରାହୁଲ

ରାଜ୍ୟରେ ବାମଦଳ ସରକାର କ୍ଷମତାସୀନ ଥିବା ବେଳେ ରାଜ୍ୟର ପୂର୍ବ ମେଦୀନପୁର ଜିଲ୍ଲାରେ ସ୍ୱତନ୍ତ୍ର ଅର୍ଥନୈଥିକ ଜୋନ୍ ଗଠନ ପାଇଁ ହେଉଥିବା ଜବରଦସ୍ତ ଜମି ଅଧିଗ୍ରହଣ ବିରୋଧରେ ନନ୍ଦିଗ୍ରାମ ଠାରେ ଏକ ବିଶାଳ ଜନ ଆନ୍ଦୋଳନ ହୋଇଥିଲା। ଦୀର୍ଘ ଦିନ ଧରି ଚାଲିଆସୁଥିବା ଏବଂ ରକ୍ତରଞ୍ଜିତ ହୋଇଉଠିଥିବା ଏହି ଆନ୍ଦୋଳନର ପରିଣାମ ସ୍ୱରୂପ ବାନାର୍ଜୀଙ୍କୁ ଫାଇଦା ମିଳିଥିଲା। ୨୦୧୧ ରାଜ୍ୟ ବିଧାନସଭା ନିର୍ବାଚନକରେ ତାଙ୍କ ଦଳ ଟିଏମସି ବାଜିମାତ କରିବା ସହ କ୍ଷମତାକୁ ଆସିଥିଲା। ନନ୍ଦିଗ୍ରାମ ଘଟଣା ରାଜ୍ୟରେ ଦୀର୍ଘ ୩୪ ବର୍ଷ ଧରି କ୍ଷମତାସୀନ ଥିବା ବାମଦଳ ସରକାରକୁ ଗାଦଚ୍ୟୁତ କରିଥିଲା। ନନ୍ଦିଗ୍ରାମ ଆନ୍ଦୋଳନର ମୁଖ୍ୟ ଚେହେରା ଭାବେ ଉଭା ହୋଇଥିଲେ ଶୁଭେନ୍ଦୁ ଅଧିକାରୀ।