ନୂଆଦିଲ୍ଲୀ: ଆସନ୍ତାବର୍ଷ ହେବାକୁ ଯାଉଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ। ଗୋଟିଏ ପଟେ ଦିନକୁ ଦିନ ନିର୍ବାଚନ ପାଖେଇ ଆସୁଥିବା ବେଳେ ଅନ୍ୟପଟେ ନିର୍ବାଚନ ପ୍ରସ୍ତୁତିକୁ ଜୋରଦାର କରିବାରେ ଲାଗିଛନ୍ତି ବିଭିନ୍ନ ରାଜନୈତିକ ଦଳ।  ଆଗାମୀ ବିଧାନସଭା ନିର୍ବାଚନରେ ବାଜିମାତ କରି ରାଜ୍ୟରେ ସରକାର ଗଠନ କରିବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି ବିଭିନ୍ନ ଦଳ। 


COMMERCIAL BREAK
SCROLL TO CONTINUE READING

ସରକାର ଗଠନ କରିବା ସହ ଦେଶର ପ୍ରଧାନମନ୍ତ୍ରୀ ପଦ କିପରି ହାସଲ କରାଯିବ ସେ ନେଇ ଏଆଇଏମ୍ଆଇଏମ୍ ମୁଖ୍ୟ (AIMIM President) ଆସାଦୁଦ୍ଦିନ ଓୱେସିଙ୍କୁ (Asaduddin Owaisi) ଏକ ନିଆରା ଉପାୟ କହିଛନ୍ତି  ତାଙ୍କ ଦଳର ଜଣେ ନେତା । ଅବଶ୍ୟ ଦେଶରେ ଇସଲାମ ବିପଦରେ ରହିଛି ବୋଲି ବିଭିନ୍ନ ସମୟରେ କୁହାଯାଇଛି। ହେଲେ ପ୍ରଥମ ଥର ପାଇଁ ଜଣେଏଆଇଏମ୍ଆଇଏମ୍ ନେତା ଦଳର ମୁଖିଆ ଓୱେସିଙ୍କୁ ପ୍ରଶଂସା କରି ଏପରି ବିବୃତ୍ତି ଦେଇଛନ୍ତି। 


Also Read: UP Election 2022: AIMIM ସହ ମେଣ୍ଟ କରିବ କି Samajwadi Party?



ଏଭଳି ନେତା ଜଣଙ୍କ ହେଉଛନ୍ତି ଉତ୍ତର ପ୍ରଦେଶ (Uttar Pradesh) ଆଲିଗଡ଼ ଜିଲ୍ଲା ଏଆଇଏମ୍ଆଇଏମ୍ ସଭାପତି (Aligarh Dist AIMIM President) ଗୁଫରାନ ନୂର। ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ କହୁଛନ୍ତି ମୁସଲମାନ ଅଧିକରୁ ଅଧିକ ସନ୍ତାନ ଜନ୍ମ କରିବା ଆବଶ୍ୟକ ବୋଲି ସେ ଯୁକ୍ତି ଉପସ୍ଥାପନ କରୁଛନ୍ତି। ଏହା ସହିତ ସେ ଆହୁରି ମଧ୍ୟ କହୁଛନ୍ତି ଯେ 'ଯେ ପର୍ଯ୍ୟନ୍ତ ପିଲା ହୋଇନାହିଁ ଆମେ ସେ ପର୍ଯ୍ୟନ୍ତ କିପରି ଶାସନ କରିବା। ଯଦି ଆମର ପିଲା ନଥିବେ ତାହେଲେ  ଆମେ କିପରି ଶାସନ କରିବା। କିପରି ଓୱେସୀ ସାହେବ ଦେଶର ପ୍ରଧାନମନ୍ତ୍ରୀ ଏବଂ ଦଳର ରାଜ୍ୟ ସଭାପତି ଶୌକତ ଅଲ୍ଲୀ ସାହେବ ମୁଖ୍ୟମନ୍ତ୍ରୀ ହୋଇପାରିବେ।


Also Read: UP Election 2022: BJP ପରେ AIMIM ବଢାଇଛି Samajwadi Party ଚିନ୍ତା


ଭାଇରାଲ ଭିଡ଼ିଓରେ ଏଆଇଏମ୍ଆଇଏମ୍ ନୂର କହୁଛନ୍ତି ଯେ "ଓୱେସି ସାହେବ ଆଲ୍ଲାଙ୍କୁ ଡରିବା ପାଇଁ କହୁଛନ୍ତି। ହେଲେ କଂଗ୍ରେସ, ବିଏସପି ଏବଂ ସମାଜବାଦୀ ପାର୍ଟି ନେତା ଭାଷଣ ଦିଅନ୍ତି ସେତେବେଳେ ସେମାନେ ବିଜେପି ଡର ଦେଖାଇବା ଆରମ୍ଭ କରନ୍ତି। ଠିକ୍ ଅଛି ଆମେ ମୁସଲମାନ ସମ୍ପ୍ରଦାୟ ସବୁ ଦିଗରୁ ତଳକୁ ଚାଲିଯାଇଛି। ଲୋକ କହୁଛନ୍ତି ସନ୍ତାନ ଜନ୍ମ କରିନାହିଁ। ହେଲେ ଯଦି ପିଲା ଜନ୍ମ ହେବେ ନାହିଁ ତାହେଲେ ଆମେ କିପରି ଶାସନ କରିବୁ? ଓୱେଇସି ସାହେବ କିପରି ଦେଶର ପ୍ରଧାନମନ୍ତ୍ରୀ ଏବଂ ଶୌକତ ସାହେବ କିପରି ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ? ଦଳିତ, ମୁସଲମାନ ସନ୍ତାନ ପ୍ରସବ ବନ୍ଦ କରିବାକୁ ଭୟଭୀତ କରାଯାଉଛି। କାହିଁକି ଆମେ ପିଲା ଜନ୍ମ କରିବା ବନ୍ଦ କରିବୁ? ଏହା ଶରିୟତ ବିରୁଦ୍ଧରେ ଯାଉଛି। 


Also Read: ମୁଁ କାହା ଏଜେଣ୍ଟ ତାହା ସ୍ଥିର କରନ୍ତୁ ଅଖିଲେଶ ଯାଦବ-ମୁଖ୍ୟମନ୍ତ୍ରୀ ଯୋଗୀ: ଅସାଦୁଦ୍ଦିନ ଓୱେସୀ


ଆସନ୍ତା ବର୍ଷ  ଅନୁଷ୍ଠିତ ହେବକୁ ଯାଉଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ। ଯେଉଁଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଆସନ୍ତା ମାସରେ ଏହି ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ। ଏଭଳି ପରିସ୍ଥିତିରେ ସମସ୍ତ ରାଜନୈତିକ ଦଳ ମତଦାତାଙ୍କୁ ସେମାନଙ୍କ ସପକ୍ଷରେ ନେବା ପାଇଁ ରାଲି ଏବଂ ଦଳୀୟ ରଥଯାତ୍ରା ଆୟୋଜନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଏଆଇଏମ୍ଆଇଏମ୍ ସଭାପତି ଓୱେସି ମଧ୍ୟ ଲଗାତାର ଭାବେ ରାଜ୍ୟର ବିଭିନ୍ନ ସ୍ଥାନରେ ରାଲି ଆୟୋଜନ କରିବାରେ ଲାଗିଛନ୍ତି।