UP Election 2022: AIMIM ସହ ମେଣ୍ଟ କରିବ କି Samajwadi Party?
Advertisement
Article Detail0/zeeodisha/odisha1042889

UP Election 2022: AIMIM ସହ ମେଣ୍ଟ କରିବ କି Samajwadi Party?

ଆଗାମୀ ୨୦୨୨ ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ଦଳ ମଧ୍ୟର ହେବାକୁ ଥିବା ମେଣ୍ଟ ଗଠନ ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତିରେ ଜୋରସୋରରେ ଚାଲିଛି ଚର୍ଚ୍ଚା।

UP Election 2022: AIMIM ସହ ମେଣ୍ଟ କରିବ କି Samajwadi Party?

ଲକ୍ଷ୍ନୌ: ଆସନ୍ତାବର୍ଷ ହେବାକୁ ଯାଉଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ। ଏନେଇ ବିଭିନ୍ନ ଦଳ ପକ୍ଷରୁ ଆରମ୍ଭ ହୋଇଗଲାଣି ନିର୍ବାଚନ ପ୍ରସ୍ତୁତି। ଦଳୀୟ ପ୍ରଚାର ଠାରୁ ଆରମ୍ଭ କରି ମେଣ୍ଟ ଗଠନ କାର୍ଯ୍ୟରେ ଲାଗି ପଡିଛନ୍ତି ସବୁ ଦଳ। ଆଗାମୀ ନିର୍ବାଚନ ପାଇଁ ରାଜନୈତିକ କାର୍ଯ୍ୟକଳାପ ବଢିବା ପରେ ସରଗରମ ହୋଇଉଠିଛି ଉତ୍ତର ପ୍ରଦେଶ ରାଜନୀତି।

ଆଗାମୀ ୨୦୨୨ ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ଦଳ ମଧ୍ୟର ହେବାକୁ ଥିବା ମେଣ୍ଟ ଗଠନ ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତିରେ ଜୋରସୋରରେ ଚାଲିଛି ଚର୍ଚ୍ଚା। ଏହି ନିର୍ବାଚନରେ ସମାଜବାଦୀ ପାର୍ଟି (Samajwadi Party) ଅସାଦୁଦ୍ଦିନ ଓୱେସୀଙ୍କ (Asaduddin Owaisi) ନେତୃତ୍ୱାଧିନ ଏଆଇଏମଆଇଏମ (AIMIM) ଭଳି ଦଳ ସହ ମେଣ୍ଟ କରିପାରେ ବୋଲି ଚର୍ଚ୍ଚା ହେଉଛି।  

Also Read: UP Election 2022: Samajwadi Party କୁ ମିଳିଲା ଏହି ଦଳର ସମର୍ଥନ, ପ୍ରଚାର କରିବେ ଦଳୀୟ ସୁପ୍ରିମୋ

ଏହାର ଜବାବ ରଖି ସମାଜବାଦୀ ପାର୍ଟି ସୁପ୍ରିମୋ (Samajwadi Party Supremo) ଅଖିଲେଶ ଯାଦବ (Akhilesh Yadav) କହିଛନ୍ତି ବିଜେପି ସହ ମୁକାବିଲା କରିବା ପାଇଁ ସେ ରାଜ୍ୟରେ ଏକ ବଡ ମେଣ୍ଟ ଗଠନ କରୁଛନ୍ତି। ଏନେଇ ଅନେକ ଆଞ୍ଚଳିକ ସ୍ତରୀୟ ଦଳ ସହିତ ଗଠବନ୍ଧନ କରାଯାଉଛି। କେବଳ ଅଳ୍ପ କିଛି ଦଳ ବାକି ଅଛିନ୍ତି। ଯଥା ଶୀଘ୍ର ସେମାନଙ୍କ ସହ ଏକ ମିଳିତ ମଞ୍ଚ ଗଠନ ହେବ। ଆଗାମୀ ଉତ୍ତର ପ୍ରଦେଶରେ ନିର୍ବାଚନରେ ​​ଓୱେସିଙ୍କ ଦଳ ସହ କୌଣସି ମେଣ୍ଟ ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଅଖିଲେଶ ଯାଦବ।

Also Read: ପଶ୍ଚିମବଙ୍ଗ ପରେ ଉତ୍ତର ପ୍ରଦେଶରେ ହେବ 'ଖେଲା ହୋବେ'

ରାଜ୍ୟରେ କ୍ଷମତାସୀନ ବିଜେପି ସରକାରକୁ ଗାଦିଚ୍ୟୁତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଜନସାଧାରଣ। ରାଜ୍ୟରେ ପୁନଃର୍ବାର ସରକାର ଗଠନ କରିବା ବିଜେପି ଯାହା କଲେ ମଧ୍ୟ ଏହାର କୌଣସି ଲାଭ ମିଳିବ ନାହିଁ। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଦଳୀୟ ପ୍ରସ୍ତୁତ କିପରି ରହିଛି ସେ ନେଇ ଚଳିତ ମାସ ୯ ତାରିଖରେ ରାଜଧାନୀ ଲକ୍ଷ୍ନୌ ଠାରେ ସମଜବାଦୀ ପାର୍ଟି ପକ୍ଷରୁ ଏକ ଦଳୀୟ ବୈଠକ ଆୟୋଜନ କରାଯାଇଛି। ଏହି ବୈଠକରେ ଦଳର ସମସ୍ତ ପଦାଧିକାରୀଙ୍କୁ ସେମାନଙ୍କ ଦଳୀୟ ଦାୟିତ୍ୱ ପ୍ରଦାନ କରାଯିବ।